- 1. ସୁପ୍ରିମ୍କୋର୍ଟ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ପାଇଁ ରାଜ୍ୟ କୋଟା ଭିତରେ ଡୋମିସାଇଲ୍ (ନିବାସ) ଆଧାରିତ ସିଟ୍ ସଂରକ୍ଷଣ ବା ସ୍ଥାନୀୟ କୋଟାକୁ ରଦ୍ଦ କରିଛନ୍ତି। ପିଜି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ବିଭିନ୍ନ ରାଜ୍ୟକୁ ଆବଣ୍ଟିତ କୋଟା ଅଧୀନରେ କେବଳ ମେରିଟ୍ ଆଧାରରେ ହୋଇପାରିବ।
-
2.ହିନ୍ଦୁ ରାଷ୍ଟ୍ରବାଦୀଙ୍କୁ ବିଚ୍ଛିନ୍ନତାବାଦୀର ଆଖ୍ୟା ଦେଇଛନ୍ତି ବ୍ରିଟେନ ସରକାର। ହିନ୍ଦୁ ରାଷ୍ଟ୍ରବାଦୀ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଦେଶ ପାଇଁ ବିପଜ୍ଜନକ ବୋଲି ବ୍ରିଟେନ ସରକାର ତାଙ୍କର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
-
3.ଚୀନ ଏକ ବିଶାଳ ଆଣବିକ ସଞ୍ଚାଳନ ଗବେଷଣା କେନ୍ଦ୍ର ନିର୍ମାଣ କରୁଛି। ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଚୀନର ମିଆନୟାଙ୍ଗ ଅଞ୍ଚଳରେ ଏହି କେନ୍ଦ୍ର ତିଆରି ଚାଲିଛି।
-
4.୧ ନଭେମ୍ବର, ୨୦୨୪ରୁ ୩୧ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ପାଇଁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ପାଇଁ ଇଥାନଲ କ୍ରୟ ମୂଲ୍ୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
-
5.ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ବୁଧବାର ଦିନ ଭୋର୍ ସମୟରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ରାଜ୍ୟ ସରକାର ଦେଇଛନ୍ତି।
-
6.ନିର୍ବାଚନ କମିଶନଙ୍କ ଅନୁଯାୟୀ, ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା, ବିଜେପିର ନଗଦ ଏବଂ ବ୍ୟାଙ୍କ ବାଲାନ୍ସ ୭,୧୧୩.୮୦ କୋଟି ଟଙ୍କା ଥିବା ବେଳେ କଂଗ୍ରେସ ପାଖରେ ୮୫୭.୧୫ କୋଟି ଟଙ୍କା ଅଛି। ବିଜେପି ୨୦୨୩-୨୪ ମଧ୍ୟରେ ୧୭୫୪.୦୬ କୋଟି ଖର୍ଚ୍ଚ କରିଥିଲା
-
7.ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ୨୯ ଜଣ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
-
8.ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ, ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ। ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା କୁହାଯାଉଛି।
-
9. ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍ ଆମୀର ଖାନ୍ଙ୍କ ପୁଅ ଜୁନୈଦ ଖାନ୍ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ ।
-
10.ସ୍ମାର୍ଟଫୋନ ଦୁନିଆରେ ୨୦୨୫ ଏକ ବଡ ପରିବର୍ତ୍ତନ ଆଣିଛି । ବିଶେଷ କରି ବ୍ୟାଟେରୀ କ୍ଷେତ୍ରରେ। ବର୍ତ୍ତମାନ ପାରମ୍ପରିକ ଲିଥିୟମ୍-ଆୟନ ବ୍ୟାଟେରୀର ଯୁଗ ଶେଷ ହେବାକୁ ଯାଉଛି ଏବଂ ଏହାର ସ୍ଥାନରେ ନୂତନ ସିଲିକନ୍-କାର୍ବନ (ଏସ୍ଆଇସି) ବ୍ୟାଟେରୀ ଲଗାଯିବ ।
-
11.ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ସରକାର ୧୩୦ ଟି ବୁଝାମଣା ପତ୍ର(MOU) ସ୍ଵାକ୍ଷର କରିଛନ୍ତି।
-
12.ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ର କମିଶନରମାନଙ୍କୁ ବେଆଇନ ଜବରଦଖଲ ଉଚ୍ଛେଦ କରିବା ୧୫ ଦିନ ପୂର୍ବରୁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
13.ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର(ଜେଏସ୍ପି) ଓଡ଼ିଶାରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା କନ୍କ୍ଳେଭ୍-୨୦୨୫ର ଉଦ୍ଘାଟନୀ ଉତ୍ସବରେ ଘୋଷଣା କରାଯାଇଛି।
-
14.ଚାଇନିଜ ଷ୍ଟାର୍ଟଅପ ‘ଡିପ୍ସିକ୍’ ଆପ୍ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍ଜିପିଟି, ଓପନ୍ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି।
-
15.୨୦୨୫ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ, ସରକାର ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ(ଏକୀକୃତ) ପେନସନ ଯୋଜନା (UPS) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.