- 1.ସୁଜୁକୀ ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତଃ ଓସାମୁ ସୁଜୁକୀଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ଭାରତରେ ମାରୁତି କାରକୁ ଲୋକପ୍ରିୟ କରିବାରେ ତାଙ୍କର ପ୍ରମୁଖ ଅବଦାନ ଥିଲା ।
-
2.ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ଜବ୍ସ ସମ୍ପ୍ରତି ମହାକୁମ୍ଭରେ ଯୋଗଦେବା ପାଇଁ ପ୍ରୟାଗରାଜ ଆସିଥିଲେ।
-
3.ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁର-କୀର୍ତ୍ତନିଆ ସୁବର୍ଣ୍ଣରେଖା ମୁହାଣରେ ଚଳିତବର୍ଷ ଡଲଫିନ୍ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ୫ଟି ଇରାବାଡ଼ି ପ୍ରଜାତିର ଡଲଫିନ୍ ଠାବ ହୋଇଥିବା ବେଳେ ଚଳିତବର୍ଷ ୭ଟି ଡଲଫିନ୍ ନଜରକୁ ଆସିଛି।
-
4.ଭାଗବତ କହିଛନ୍ତି, ଆମ ଦେଶରେ ବିବିଧତାକୁ ଆମେ ଜୀବନର ଏକ ପ୍ରାକୃତିକ ଅଙ୍ଗ ଭାବରେ ଦେଖିଥାଉ । ଆପଣଙ୍କର ନିଜର ସ୍ୱତନ୍ତ୍ରତା ଥାଇପାରେ, କିନ୍ତୁ ଆପଣଙ୍କୁ ପରସ୍ପର ସହିତ ଭଲ ରହିବାକୁ ପଡିବ । ଯଦି ଆପଣ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ହେବା ଆବଶ୍ୟକ ।
-
5.ଉତ୍ତର ଆଫ୍ରିକୀୟ ଦେଶ ସୁଦାନର ଡାର୍ଫର ଅଞ୍ଚଳର ଏଲ୍-ଫାଶରରେ ଥିବା ଶେଷ କାର୍ଯ୍ୟକ୍ଷମ ହସ୍ପିଟାଲଉପରେ ଶନିବାର ଏକ ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।
-
6.ଲେଫ୍ଟନାଣ୍ଟ ଜେନେରାଲ ସାଧନା ଏସ୍ ନାୟାର ଏବଂ ତାଙ୍କ ପୁଅ ତରୁଣ ନାୟାରଙ୍କ ପାଇଁ ଗଣତନ୍ତ୍ର ଦିବସ ୨୦୨୫ ବହୁତ ସ୍ୱତନ୍ତ୍ର ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୬ ଜାନୁଆରୀ ଅବସରରେ ଉଭୟଙ୍କୁ ସମ୍ମାନିତ କରାଯାଇଛି.।
-
7. ଉତ୍ତର-ପୂର୍ବ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ କରିଥିବା ଏହି ଆତ୍ମଘାତୀ ଆକ୍ରମଣରେ ଜଣେ ବରିଷ୍ଠ ସେନା କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି ।
-
8.ଆମେରିକାର ଆନ୍ତର୍ଜାତିକ ବିକାଶ ଏଜେନ୍ସି (ୟୁଏସ୍ଏଆଇଡି) ବାଂଲାଦେଶରେ ଏହାର ସମସ୍ତ ସହାୟତା ଓ ପ୍ରକଳ୍ପକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତିକୁ ବାଂଲାଦେଶର ୟୁନୁସ ସରକାର ପାଇଁ ଏକ ବଡ଼ ଝଟକା ଭାବେ ବିବେଚନା କରାଯାଉଛି।
-
9.ଓଡ଼ିଶାକୁ ବହୁମାତ୍ରାରେ ପୁଞ୍ଜିନିବେଶ ଆସୁଛି। ରାଜ୍ୟ ସରକାର ଗତ ୭ ମାସ ମଧ୍ୟରେ ୧୫୯ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହା ମାଧ୍ୟମରେ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସିଛି।
-
10.ଦେଶରେ କାର୍ ବଜାରରେ ଇଲେକ୍ଟ୍ରିକ କାର୍ ସଂଖ୍ୟା ୨୦୨୬-୨୭ ଆର୍ଥିକବର୍ଷ ବେଳକୁ ୫ ପ୍ରତିଶତରେ ଏବଂ ୨୦୨୯-୩୦ ଆର୍ଥିକବର୍ଷ ବେଳକୁ ୯ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ତ୍ତମାନ ଏହା ୨ ପ୍ରତିଶତରେ ରହିଛି।
-
11.ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବିଶ୍ବର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ସ୍ଥାପନ କରିବ। ଏହାର କ୍ଷମତା ୩ ଗିଗାୱାଟ୍ ରହିବ। ବିଶ୍ବରେ ଏଆଇର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ଯୋଜନା କରିଛି।
-
12.ନାଇଜେରିଆରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏକ ତେଲ ଟ୍ୟାଙ୍କର ଏକକାଳୀନ ୧୭ ଗାଡ଼ିକୁ ଧକ୍କା ଦେବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି।
-
13.ଆସାମର ୨ୟ ରାଜଧାନୀ ହେବ ଡିବ୍ରୁଡଗ। ଡିବ୍ରୁଗଡ଼କୁ ଆଗାମୀ ୩ ବର୍ଷ ଭିତରେ ରାଜ୍ୟର ଦ୍ବିତୀୟ ରାଜଧାନୀ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ରବିବାର ଘୋଷଣା କରିଛନ୍ତି।
-
14.ମହାରାଷ୍ଟ୍ରରେ ପ୍ରଥମ ସନ୍ଦିଗ୍ଧ ଗୁଇଲେନ ବେୟାର ସିଂଡ୍ରୋମ(ଜିବିଏସ) ପୀଡ଼ିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରବିବାର ଆଉ ନୂଆ ୨୮ ପୀଡ଼ିତ ଚିହ୍ନଟ ହୋଇଛନ୍ତି। ମୋଟ ୧୦୧ ଜଣ ଏଥିରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି।
-
15.ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୫ର ପୁରୁଷ ଫାଇନାଲ୍ ମ୍ୟାଚ୍ ବିଶ୍ୱ ମାନ୍ୟତାର ଶୀର୍ଷରେ ଥିବା ୟାନିକ୍ ସିନର୍ ଏବଂ ଜର୍ମାନୀର ଆଲେକ୍ଜାଣ୍ଡର ଜେଭେରେଭଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୟାନିକ୍ ସିନର ଜିତିବା ସହ ନିଜ ଟାଇଟଲକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.