• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.୭୬ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି,   ଭାରତୀୟ ଭାବରେ ଆମର ସାମୂହିକ ପରିଚୟର ଏକ ସର୍ବୋଚ୍ଚ ଭିତ୍ତିଭୂମି ଆମ ସମ୍ବିଧାନ ପ୍ରଦାନ କରିଥାଏ।
  2. 2.ଭାରତ ଏବଂ ଇଣ୍ଡୋନେସିଆ ପରସ୍ପରକୁ ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହାୟତା କରିବେ।

  3. 3.୨୦୨୩ ମସିହାରେ ଶ୍ରୀମତୀ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଥିବା ଡାକ୍ତର ସାଇପ୍ରସନ୍ନା ବେହେରାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ମହିଳା ସଶକ୍ତିକରଣ ତଥା ଉତ୍ସର୍ଗୀକୃତ ସେବା ପାଇଁ ଏକ ଆନ୍ତର୍ଜାତୀୟ ସଂଗଠନ ପକ୍ଷରୁ ତାଙ୍କୁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୩-୨୦୨୫ରେ ସମ୍ମାନିତ କରାଯାଇଛି।

  4. 4.ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ଯୋଶିତା ରାଜପକ୍ଷେଙ୍କୁ ପୁଲିସ ଶନିବାର ଗିରଫ କରିଛି। ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ୨୦୧୫ରେ ମହିନ୍ଦା କ୍ଷମତାରେ ଥିବା ସମୟରେ ସମ୍ପତ୍ତି କିଣାରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା।

  5. 5.ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ପଦ୍ମ ପୁରସ୍କାର’ (ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ) ଘୋଷଣା କରାଯାଇଛି। ଏହି ତାଲିକାରେ ୭ ପଦ୍ମବିଭୂଷଣ, ୧୯ ପଦ୍ମଭୂଷଣ ଓ ୧୧୩ ପଦ୍ମଶ୍ରୀ ରହିଛି। ଏହି ତାଲିକାରେ ବିଦେଶୀ/ଏନ୍‌ଆର୍‌ଆଇ/ପିଆଇଓ/ଓସିଆଇ ବର୍ଗର ୧୦ ଜଣ ଏବଂ ୧୩ ଜଣ ମହିଳା ଅଛନ୍ତି।

  6. 6.ଓଡ଼ିଶାରେ ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର। ମେଡିସିନ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀ ପଦ୍ମଶ୍ରୀ ମିଳିଛି।

  7. 7.ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି

  8. 8.ବୀର ଗାଥା ପ୍ରତିଯୋଗିତାରେ ୨.୫ ଲକ୍ଷରୁ ଅଧିକ ସ୍କୁଲର ୧.୭୬ କୋଟି ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଚିତ୍ରକଳା, ପ୍ରବନ୍ଧ ଲେଖିବା ଭଳି କାର୍ଯ୍ୟରେ ଅଂଶଗ୍ରହଣ କରି ଦେଶ ପ୍ରତି ଅତୁଳନୀୟ ସେବା ଓ ବଳିଦାନ ପାଇଁ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମ୍ବର୍ଦ୍ଧିତ ହୋଇଥିବା ୧୦୦ ବିଜେତାଙ୍କ ମଧ୍ୟରେ ୬୬ ଜଣ ଛାତ୍ରୀ ଅଛନ୍ତି।

  9. 9.ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀସ୍ଥ କର୍ତ୍ତବ୍ୟପଥରେ ଭବ୍ୟ ପରେଡ ମଧ୍ୟ ଆୟୋଜନ କରାଯିବ। ଚଳିତବର୍ଷ ପରେଡରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟର ମୋଟ ୩୦ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରୁଥିବା ଜଣାପଡିଛି।

  10. 10.ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ବ୍ରିଜ୍ ଉପରେ ଶ୍ରୀମାତା ବୈଷ୍ଣୋଦେବୀ କାଟ୍ରା ଷ୍ଟେସନରୁ ଶ୍ରୀନଗର ଷ୍ଟେସନ ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ପ୍ରଥମ ପରୀକ୍ଷଣ ଶନିବାର ଅନୁଷ୍ଠିତ ହୋଇଛି।

  11. 11.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଟି କୀର୍ତ୍ତିଚକ୍ର ଏବଂ ୧୪ ଶୌର୍ଯ୍ୟଚକ୍ର ସମେତ ସଶସ୍ତ୍ର ବାହିନୀର ୯୩ ‌ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି।

  12. 12.୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତହବ୍ବୁର ରାଣାକୁ ଭାରତ ପ୍ରତ୍ୟର୍ପଣ ପାଇଁ ଆମେରିକାର ସୁପ୍ରିମ୍‌କୋର୍ଟ ମଞ୍ଜୁରି ଦେଇଛନ୍ତି।

  13. 13.କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟ କ୍ଷେତ୍ରରେ ସାହାସିକତା ପ୍ରଦର୍ଶନ ନିମନ୍ତେ ୬ ଜଣଙ୍କୁ ସାହାସିକତା ପୁରସ୍କାର, କାର୍ଯ୍ୟ କ୍ଷେତ୍ରରେ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ଏବଂ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ।

  14. 14.ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର ଇମେଲ୍‌ ଯୋଗେ ହତ୍ୟା ଧମକ ହସ୍ତଗତ ହୋଇଛି। 

  15. 15.ଜର୍ମାନ ଏରୋସ୍ପେସ୍‌ ଇଞ୍ଜିନିୟର ରୁଡିଗର କୋଚ୍‌ (୫୯) ପାଣି ଭିତରେ ୧୨୦ ଦିନ ବିତାଇ ନୂତନ ଗିନିଜ୍‌ ଓ୍ବଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌) ସ୍ଥାପନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.