• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଫେବ୍ରୁଆରି ୧୯ ପରେ ଅଣ ଆମେରିକୀୟ ଅଭିଭାବକଙ୍କଠାରୁ ଜନ୍ମ ନେଉଥିବା ଶିଶୁମାନଙ୍କର ଜନ୍ମଗତ ନାଗରିକତା ଉଚ୍ଛେଦ କରାଯିବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ।

  2. 2.ମଧ୍ୟପ୍ରଦେଶରେ ୧୭ଟି ଧାର୍ମିକ ସହରରେ ମଦ ନିଷେଧାଦେଶ ଲାଗୁ କରାଯିବ।

  3. 3.ପ୍ରାଥମିକ ବିଦ୍ୟାଳୟ ଉପରେ ଚାପ ବଢ଼ିବାକୁ ଯାଉଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାଥମିକ ବିଦ୍ୟାଳୟରେ ଆଉ ଗୋଟିଏ ଶ୍ରେଣୀ ଯଥା ଶିଶୁବାଟିକା-୩ ଆସନ୍ତା ଶିକ୍ଷାବର୍ଷରୁ ଯୋଡ଼ିହେବ।

  4. 4.ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ଭିତରେ ଓ ବାହାରେ ଥିବା ନଦୀନାଳଗୁଡ଼ିକରେ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ। ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୮୨୬ରେ ପହଞ୍ଚିଛି। 

  5. 5.ରାୟଗଡ଼ାରେ ହେବ ପବନ ଶକ୍ତି ପ୍ରକଳ୍ପ। ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଲ୍‌) ୮୫୨.୧୨ କୋଟି ଟଙ୍କା ନିବେଶରେ ୯୯ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ସ୍ଥାପନ କରିବ।

  6. 6.ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ଏକ ଘରୋଇ କଲେଜର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ପ୍ରକୋଷ୍ଠରେ ପାଠ ପଢ଼ାଯାଉଥିବା ବେଳେ ହଠାତ୍‌ ବାହାରି ତିନି ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

  7. 7.ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ ‘ଅନୁଜା’ କରିବ। ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି।   ୧୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି।

  8. 8.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ୨୦୨୪ ନଭେମ୍ବର ମାସରେ ମାତ୍ର ୬ଟି ରାଜ୍ୟରେ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିବା ତାଲିକାରେ ଓଡ଼ିଶା ସହିତ କର୍ଣ୍ଣାଟକ, ଉତ୍ତରପ୍ରଦେଶ (ପୂର୍ବ), ବିହାର, ହିମାଚଳପ୍ରଦେଶ ଓ ଦିଲ୍ଲୀ ନାମ ରହିଛି।

  9. 9.୨୦୨୪ ମସିହାରେ, ଜୋମାଟୋର ୧.୫ ନିୟୁତ ଡେଲିଭରି ପାର୍ଟନରମାନେ ପ୍ରାୟ ୫୦୦୦ ଟଙ୍କାର ଇନ୍ଧନ ଖର୍ଚ୍ଚକୁ ବାଦ ଦେଇ ପ୍ରତି ମାସରେ ହାରାହାରି ୨୮୦୦୦ ଟଙ୍କା ରୋଜଗାର କରିଛନ୍ତି 

  10. 10.ବିପର୍ଯ୍ୟୟ ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୫’ ପାଇଁ ‘ସଂସ୍ଥାଗତ’ ବର୍ଗରେ ମନୋନୀତ ହୋଇଛି।

  11. 11.ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।

  12. 12.ଲୋକପ୍ରିୟ କଣ୍ଠଶିଳ୍ପୀ ମୋନାଲି ଠାକୁର ଲାଇଭ୍‌ ପରଫର୍ମାନ୍ସ ସମୟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ । ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହେବାପରେ ଶୋ’ ଅଧାରୁ ବନ୍ଦ କରି ଡାକ୍ତରଖାନାରେ ଭର୍ତ୍ତି ହେଲେ ଗାୟିକା।

  13. 13.ତାମିଲନାଡୁ  ସରକାର ମହିଳା ଓ ଶିଶୁ ନିରାପତ୍ତା ଦିଗରେ ବଡ଼ ପଦକ୍ଷେପ ନେଇଛି । ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ, ନାବାଳିକା ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ସର୍ବନିମ୍ନ ଦଣ୍ଡ ସ୍ବରୂପ ଆଜୀବନ ଜେଲଦଣ୍ଡ ମିଳିବ।

  14. 14.ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନୂତନ ଟ୍ୟାବ୍ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାୟ ୨୯ ହଜାର ଶିକ୍ଷକଙ୍କୁ ନୂତନ ଟ୍ୟାବ୍ ମିଳିବ।

  15. 15.ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବାଚସ୍ପତି କହିଛନ୍ତି, ବିଧାନସଭାରେ ବିରୋଧୀ ବିଶୃଙ୍ଖଳା ଆଚରଣ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.