• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିହାରର ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଟୋଲ୍ ଫ୍ରି ନମ୍ବରରେ ଶିକ୍ଷକଙ୍କ ଆଚରଣ, ମଧ୍ୟାହ୍ନ ଭୋଜନ, ଭିତ୍ତିଭୂମି, ପରୀକ୍ଷା ଏବଂ ପ୍ରମାଣପତ୍ର ଇତ୍ୟାଦି ସମ୍ପର୍କରେ ୧୪୪୧୭/୧୮୦୦୩୪୫୪୪୧ କୁ କଲ୍ କରିପାରିବେ।

  2. 2.ଲାନ୍‌ସେଟ୍ ଚାଇଲ୍ଡ ଆଣ୍ଡ୍ ଆଡଲସେଣ୍ଟ ହେଲ୍ଥରେ ମଙ୍ଗଳବାର ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ ବିଶ୍ୱରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ପ୍ରକାରେ ଅନ୍‌ଲାଇନ୍ ଯୌନ ଶୋଷଣ କିମ୍ବା ନିର୍ଯାତନାର ଶିକାର ହୋଇଛନ୍ତି।

  3. 3.ଓଡିଶାରର ୫୮ଟି ସବ୍‌ଡିଭିଜନରେ ଅତି କମ୍‌ରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏପରିକି ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ବା ସର୍ବାଧିକ ୬.୫୦କୋଟି ପର୍ଯ୍ୟନ୍ତ ସବ୍‌ସିଡି ଦେବାକୁ ନିଷ୍ପତ୍ତି ହୋଇଛି।

  4. 4.ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ ପାଇବ। ପିଲାମାନେ ଏବେ ଯେତିକି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଛନ୍ତି ସେଥିରୁ ୧୫ରୁ ୩୦% କାଟି ଦିଆଯିବ। ପୁରୁଣା ପାଠ୍ୟକ୍ରମ ତଥା ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ନ ଥିବା ବିଷୟଗୁଡ଼ିକ ପାଠ୍ୟପୁସ୍ତକରୁ ବାଦ ପଡ଼ିବ।

  5. 5.ଭାରତୀୟ ପ୍ରାଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି।

  6. 6.ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ପକ୍ଷରୁ ରାଜ୍ୟରେ ସ୍ଥାପନ କରାଯିବାକୁ ଥିବା ସେମିକଣ୍ଡକ୍ଟର ପ୍ରକଳ୍ପ ଲାଗି ପ୍ରୋତ୍ସାହନ ପ୍ୟାକେଜ୍‌କୁ କ୍ୟାବିନେଟ୍ କମିଟିରେ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପକୁ ୫୦ ପ୍ରତିଶତ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି।

  7. 7.କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶା-ଛତିଶଗଡ଼ ରାଜ୍ୟରୁ ମାଓବାଦୀ ସମ୍ପୂର୍ଣ୍ଣ ଭାବେ ଦମନ କରାଯିବ। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ୨୦୨୪ ମସିହାରେ ବହୁସଂଖ୍ୟାରେ ମାଓବାଦୀ ନିପାତ ହେବା ସହ ଯବାନଙ୍କୁ ସଫଳତା ମିଳିଛି।

  8. 8.ଆସନ୍ତା ଜାନୁଆରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

  9. 9.ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ଆଉ ୫ ବର୍ଷ ପାଇଁ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଅନୁମୋଦନ କରିଛି। 

  10. 10.ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକା ପ୍ରଶାସନ ବିଶ୍ଵ ସ୍ଵାଥୀ ସଂଗଠନର ସଦସ୍ୟତା ଓ ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଏହି ନିଷ୍ପତ୍ତିକୁ ନେଇ ହୁ’ ଚିନ୍ତାବ୍ୟକ୍ତ କରିଛି।

  11. 11.ଆମେରିକାରେ ଶିଶୁଟିଏ ଜନ୍ମ ହେଲେ ଆମେରିକାର ନାଗରିକତ୍ବ ପାଇବା ନେଇ ଯେଉଁ ସାମ୍ବିଧାନିକ ଅଧିକାର ରହିଥିଲା ତାକୁ ଉଚ୍ଛେଦ କରିଦିଆଯାଇଛି।

  12. 12.କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମୋହର ଲାଗିଛି । ପ୍ରଥମ ପ୍ରସ୍ତାବ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

  13. 13.ଶକ୍ତି ବିଭାଗ ଦ୍ୱାରା ଗ୍ରୀଡକୋକୁ ଦିଆଯାଇଥିବା ୩୧୦୮.୨୧କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଧ୍ୟ ପିଛିଲା ଭାବେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

  14. 14.କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଥିଲେ।

  15. 15.ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଟିମ୍ ଇଣ୍ଡିଆ ୭ ୱିକେଟରେ ଜିତିଛି। କୋଲକାତାରେ ଖେଳାଯାଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଟିମ୍ ଇଣ୍ଡିଆ ୩ୱିକେଟ ହରା ୧୨.୫ ଓଭରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.