- 1.ଆମେରିକାରେ ସୋମବାରଠାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ସୋମବାର ଦ୍ବିତୀୟ ବାର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
- 2.ରୁଷ୍-ୟୁକ୍ରେନ୍ ମଧ୍ୟରେ ଗତ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ରୁଷ୍ ସମର୍ଥନରେ ସଂପ୍ରତି ଉତ୍ତରକୋରିଆର ସେନା ସାମିଲ ହୋଇଛନ୍ତି। ତେବେ ଆଧୁନିକ ଯୁଦ୍ଧରେ ପାରଙ୍ଗମ ନଥିବା କିମ୍ ଜଙ୍ଗ୍ ଉନ୍ଙ୍କ ସେନା କ୍ଷୀପ୍ରଗତିରେ ମୃତ୍ୟୁମୁଖରେ ପଡ଼ୁଥିବା ଜଣାଯାଇଛି।
- 3.ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ବହୁ ପ୍ରତୀକ୍ଷିତ ଅସ୍ତ୍ରବିରତିର ଏକ ଅଂଶ ଭାବରେ ରବିବାର ହମାସ ପକ୍ଷରୁ ତିନି ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯାଇଛି । ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ବନ୍ଧକଙ୍କୁ ମୁକ୍ତ କରିବ ବୋଲି ଆଶା କରାଯାଉଛି। ଆଜି ମୁକ୍ତ ହୋଇଥିବା ୩ ବନ୍ଧକ ହେଲେ ରୋମି ଗୋନ୍, ଏମିଲି ଡାମାରୀ ଏବଂ ଡୋରୋନ୍ ଷ୍ଟେନବ୍ରେଚର ।
- 4. ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚର ମୁଖ୍ୟ ନାଥନ୍ ଆଣ୍ଡରସନ୍ଙ୍କ ପ୍ରତି ବଡ଼ ବିପଦ ମାଡ଼ିଆସୁଛି। ତାଙ୍କ ନାମରେ ଓଣ୍ଟାରିଓର ସୁପରିଅର୍ କୋର୍ଟ ଅଫ୍ ଜଷ୍ଟିସ୍ରେ ଏକ ମାନହାନି ମାମଲା ରୁଜୁ କରାଯାଇଛି।
- 5.ଆମେରିକାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ୍ ବନ୍ଦ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଟିକଟକ୍ ଆମେରିକାରେ କାମ କରିବା ବନ୍ଦ କରିଦେଇଥିଲା। ଏହା ଆପଲ୍ ଓ ଗୁଗୁଲ୍ ଆପ୍ ଷ୍ଟୋରରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛି। ବର୍ତ୍ତମାନ ଆମେରିକାରେ ଏହି ଆପ୍ ଡାଉନଲୋଡ୍ ହୋଇପାରିବ ନାହିଁ।
- 6.ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୧୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ହେଉଥିବା ଆକଳନ କରାଯାଇଛି।
- 7.ନୟାଗଡ଼ ଜିଲ୍ଲା ମାଟିତଳେ ଲିଥିୟମ୍ ଗଚ୍ଛିତ ଥିବାର ସଙ୍କେତ ମିଳିଥିବାନେଇ କେନ୍ଦ୍ର ଖଣି ସଚିବ ଭି ଏଲ୍ କାନ୍ତା ରାଓ ସୂଚନା ଦେଇଛନ୍ତି।
- 8.ସଡ଼କ ସୁରକ୍ଷା କ୍ଷେତ୍ରରେ ଟ୍ରାଫିକ୍ ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି। ଏହାର ପରିଚାଳନା ପାଇଁ ରାଜ୍ୟରେ ଏବେ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଆଉ ୨ ହଜାର ନୂଆ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
- 9.ରାଜ୍ୟରେ ମୋଟ ୧୯,୦୫,୪୯୦ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ୧୮,୮୮,୩୫୪ଟି ଜମିର ଫିଲଡ୍ ସର୍ଭେ ଶେଷ ହୋଇସାରିଛି । ବାକି ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ଏବେବି ଶେଷ ହୋଇପାରିନି ।
- 10.ରାଜ୍ୟରେ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲଗେଟ୍ ଦେଇ ଦୈନିକ ପ୍ରାୟ ୩୦ହଜାର ଗାଡ଼ି ଯାତାୟତ କରୁଛି । ଯଦି ମୋଟରଯାନର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ନଥିବ ତାହା ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ଚିହ୍ନଟ ହେବ ।
- 11.ଚଳିତ ବର୍ଷ ବନବିଭାଗ ପକ୍ଷରୁ ରାଜ୍ୟରେ ଗୋଟିଏ ଦିନରେ ପକ୍ଷୀ ଗଣତି କରାଯାଇଥିଲା। ରାଜ୍ୟରେ ସଂପ୍ରତି ପ୍ରାୟ ୨୦୦ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାବେଶ ହୋଇଛି। ପ୍ରଥମକରି ଗହୀରମଥାରେ ଗ୍ରେଟ୍ ବିଟେନ୍ ପକ୍ଷୀ ଦେଖାଦେଇଛି।
- 12.ଚିଲିକାର ସାତପଡାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।
- 13.ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ତଥା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ଡ. ଗୋପାଳ ଚନ୍ଦ୍ର କରଙ୍କର ଆଜି (ଜାନୁଆରି ୧୯) ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି।
- 14.ଭାରତୀୟ ଆଥଲେଟିକ୍ସ ପୋଷ୍ଟର ବୟ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
- 15.ଖୋ ଖୋର ପ୍ରଥମ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.