• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ବିଶ୍ଵର ୧୨୪ଜଣ ମହିଳା ଆଣ୍ଟାର୍କଟିକା ଗସ୍ତ କରିବେ । ଏହି ଦଳରେ କୋରାପୁଟର ପୂର୍ବତନ ସିଡିଏମ୍‌ଓ ତଥା ଜୟପୁର ବାସିନ୍ଦା ସ୍ବର୍ଗତ ଡାକ୍ତର ଡି. ରାମଣା ରାଓଙ୍କ ଝିଅ ଡାକ୍ତର ସରିତା ଦାରା ସ୍ଥାନ ପାଇଛନ୍ତି । 

  2. 2.ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ଆଜି  ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏହା ୨ ଦୁଇଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କରିବେ।

  3. 3.ମହାରାଷ୍ଟ୍ରର ସୋଲାପୁରଠାରେ ବ୍ୟାପୀଥିବା ବିରଳ ଗୁଲିଆନ୍‌-ବାରେ ସିଣ୍ଡ୍ରମ୍‌ ବା ଜିବିଏସ୍‌ ବ୍ୟାଧିରେ ସୋମବାର ଜଣଙ୍କ ମୃତ୍ୟୁକୁ ପ୍ରଶାସନ ସ୍ଵୀକାର କରିଛି।

  4. 4.ରାଜ୍ୟ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି।

  5. 5.ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମ‌ୋହନ ମାଝୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

  6. 6.ଗଣତନ୍ତ୍ର ଦିବସ ଅବସରରେ ଏକ ଦୁଃଖଦ ଖବର ସବୁ ମହଲକୁ ସ୍ତବ୍‌ଧ କରିଦେଇଛି। ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ତ୍ରିପାଠୀ (୫୯)ଙ୍କ ଗତକାଲି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପରେ ମୃତ୍ୟୁ ଘଟିଛି।

  7. 7.ଜାନୁଆରି ୨୬, ୨୦୨୫। ଲୋକସେବା ଭବନ କନ୍‌ଭେନ‌ସନ ସେଣ୍ଟରରେ ରାଜ୍ୟପାଳ ପଦକ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହେଲା । ତାଲିକାରେ ଥିବା ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କଲେ। କିନ୍ତୁ ଦୁଇ ଆଇପିଏସ୍‌ ଅଧିକାରୀ ଦୀପକ କୁମାର ଓ ପରମାର ସ୍ମିତ୍‌ ପୁରୁଷୋତ୍ତମଙ୍କ ନାମ ତାଲିକାରେ ନଥି‌ଲା।

  8. 8.ଲୋକପ୍ରିୟ ମିଲ୍କ ମୁ ବ୍ରାଣ୍ଡ୍‌ର ଉତ୍ପାଦ ବିକ୍ରି କରୁଥିବା ମିଲ୍କ ମନ୍ତ୍ର ଡେରି ପ୍ରାଇଭେଟ୍ ଲିମିଟେଡ୍‌କୁ ହଟ୍‌ସନ୍ ଆଗ୍ରୋ ପ୍ରଡକ୍ଟସ୍‌ ଲିମିଟେଡ୍‌ ଅଧିଗ୍ରହଣ କରିଛି। 

  9. 9.ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ବିବାଦୀୟ ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ସରକାର ଆଉ ଏକ ସୁଯୋଗ ଦେବେନାହିଁ।

  10. 10.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ କିଛି ଦିନ ପରେ ସଂସଦରେ ଉପସ୍ଥାପନ କରିବାକୁ ଯାଉଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ରେ ଦେଶର ଗରିବ, ଚାଷୀ, ମହିଳା ଓ ଯୁବିପିଢ଼ିଙ୍କୁ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି।

  11. 11.ହିମାଚଳ ପ୍ରଦେଶ ପୁଲିସର ଜଣେ ଆଇଜି ପାହ୍ୟା ଅଧିକାରୀଙ୍କ ସମେତ ୮ପୁଲିସ କର୍ମଚାରୀଙ୍କୁ ଏକ ହାଜତ ମୃତ୍ୟୁ ଘଟଣାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି।

  12. 12.୨୦୨୦ ପରଠାରୁ ବନ୍ଦ ରହିଥିବା କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହେବ। ୨୦୨୦ରେ କରୋନା ମହାମାରୀକୁ ନେଇ କୈଳାସ ମାନସରୋବର ଯାତ୍ରା ବନ୍ଦ ରହିଥିଲା।

  13. 13. ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଦ ସମ୍ଭାଳିବା ପରେ ଅନେକ ନୂଆ ନିଷ୍ପତ୍ତି ନେଉଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି ।

  14. 14.ପ୍ରୟାଗରାଜରେ ଗୃହମନ୍ତ୍ରୀ ଅମିତ୍‌ ଶାହ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ବୁଡ ପକାଇଛନ୍ତି। ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଏଯାଏଁ ପ୍ରାୟ ୧୩.୨୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ ପକାଇ ସାରିଲେଣି ।

  15. 15.କେନ୍ଦ୍ରର ଅବହେଳା ଯୋଗୁ ହରିୟାଣାର ୬୦୦ରୁ ଅଧିକ ଘରୋଇ ଡାକ୍ତରଖାନା ଆସନ୍ତା ଫେବୃୟାରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ଯୋଜନାରେ ସେବା ଯୋଗାଣ ବନ୍ଦ କରିବାକୁ ଯାଉଛନ୍ତି। ଭାରତୀୟ ଭେଷଜ ସଂଗଠନ(ଆଇଏମଏ)ର ହରିୟାଣା ଶାଖା ଏହି ନିଷ୍ପତ୍ତି ନେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.