• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିଶ୍ବର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ୧୩ ଫେବ୍ରୁଆରି ଠାରୁ ୨୬ ପର୍ଯ୍ୟନ୍ତ  ମହାକୁମ୍ଭ ମେଳା ଅନୁଷ୍ଠିତ ହେବ।

  2. 2.କୁମ୍ଭମେଳାକୁ ପାଖାପାଖି ୪୦ କୋଟି ଲୋକ ବୁଲିଆସିବେ। ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମେତ ବ୍ୟାବସାୟିକ ସମାବେଶ ଏଠାରେ ହେବ। ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବ। ଏଥିଯୋଗୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବେପାର ହେବ.

  3. 3.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର ଆମେରିକା ଗସ୍ତରେ ଯିବେ ।  ଆସନ୍ତା ୨୦ ତାରିଖ‌ରେ ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।

  4. 4.ବନେଶ୍ବର: ଏବେ କଟକ-ଭୁବନେଶ୍ବରକୁ ଟ୍ବିନ୍ ସିଟି କୁହାଯାଉଥିବାବେଳେ ରାଜ୍ୟ ସରକାର କଟକ-ଭୁବନେଶ୍ବର-ପୁରୀକୁ ନେଇ ଟ୍ରାଇ ସିଟି ଗଠନ କରିବାକୁ ଯାଉଛନ୍ତି।

  5. 5.ସପ୍ତାହକୁ ୯୦ ଘଣ୍ଟା କାମ କରିବା ପାଇଁ ନିକଟରେ ଏଲ୍‌ ଆଣ୍ଡ୍‌ ଟି ଅଧ୍ୟକ୍ଷ ଏସ୍‌ଏନ୍‌ ସୁବ୍ରମଣ୍ୟନ୍ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। 

  6. 6.ଲସ୍‌ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି। 

  7. 7. ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଉଛି। ତେବେ ନିର୍ବାଚନରେ ସମସ୍ତଙ୍କୁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆଚରଣ ବିଧି ଅତ୍ୟନ୍ତ ଜରୁରୀ ବୋଲି ନିର୍ବାଚନ କମିଶନ (ଇସି) କହିଛନ୍ତି।

  8. 8.ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା ପ୍ରକାଶ ପାଇଛି।

  9. 9.ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାରକୁ ଆସିଥିଲେ।

  10. 10. ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନର ମହାନଦୀ କୂଳରେ ଏବଂ ବୌଦ୍ଧ ଜିଲାର କୁସଙ୍ଗା ରେଞ୍ଜ ଅଧୀନରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସେମାନଙ୍କ ସଂଖ୍ୟାରେ ଚିନ୍ତାଜନକ ହ୍ରାସ ଦେଖାଦେଇଛି।  ଗଣନାର ଫଳାଫଳରୁ ଏହି ଅଞ୍ଚଳରେ ଦୁଇଟି ପ୍ରଜାତିରେ ୧୯ଟି କୁମ୍ଭୀର ଥିବା ଜଣାପଡିଛି। ବନ ବିଭାଗ ତିନୋଟି ବୟସ୍କ ଘଡ଼ିଆଳ ଏବଂ ଆଠଟି ଛୋଟ ଛୁଆ, ପାଞ୍ଚଟି ବୟସ୍କ ମଗର ଏବଂ ତିନୋଟି ଛୋଟ ଛୁଆ ଥିବା ଉଲ୍ଲେଖ କରିଛି।

  11. 11.ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍‌ଜାଇ ମୁସଲମାନ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି।

  12. 12.ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ସେ ୧୦୦ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି କାଇଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୩ ଜଣକ ନଁାରେ ଉକ୍ତ ରେକର୍ଡ ରହିଛି।

  13. 13.ଭାରତୀୟ ଦୂତାବାସର ଏକ ରିପୋର୍ଟ ମୁତାବକ ୨୦୨୧ ଯାଏ ୟୁଏଇରେ ଭାରତୀୟ ନାଗରିକଙ୍କ ସଂଖ୍ୟା ପ୍ରାୟ ୩.୫ ମିଲିୟନ। ଗଣମାଧ୍ୟମ ରିପୋର୍ଟ ମୁତାବକ ଦୁବାଇରେ ପ୍ରାୟ ୨ ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରନ୍ତି, ଯେଉଁଥିରୁ ୨୦% ପ୍ରବାସୀ ଭାରତୀୟ ଆବୁ ଧାବିରେ ଅଛନ୍ତି। ବାକି ସମସ୍ତେ ଦୁବାଇ ସମେତ ୬ ଏମିରେଟ୍‌ରେ ଅଛନ୍ତି।

  14. 14.ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ ଅଧିକ ସୁଧ ମିଳିବାର ପ୍ରତିଶ୍ରୁତି ଦେଇ ସେମାନେ ମୁମ୍ବାଇର ଅନେକ ଶହ ଲୋକଙ୍କଠାରୁ ୨୨ କୋଟି ଟଙ୍କା ଠକିଥିଲେ।

  15. 15.ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ ରବିବାର (ଜାନୁଆରୀ ୧୨) ସୀମିତ ଓଭର ମ୍ୟାଚ୍‌ରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇ ଇତିହାସ ସୃଷ୍ଟି କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.