-
1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ପରବର୍ତ୍ତୀ ଲକ୍ଷ୍ୟ ରହିଛି ଅନ୍ତରୀକ୍ଷରେ ଶସ୍ୟବୀଜର ଅଙ୍କୁରଣ ସହ ଉଦ୍ଭିଦର ବିକାଶକୁ ଅନୁଧ୍ୟାନ କରିବ ।
-
2.ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା ବନ୍ଦ ହୋଇଯାଇଛି।
-
3.ବର୍ତ୍ତମାନ ରାଜ୍ୟରେ ତିନିଟି ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ରହିଛି। ରାଜ୍ୟ ସରକାର ନୂଆ ବନ୍ଦର ବିକାଶ କରିବାକୁ ଯୋଜନା ରଖିଛନ୍ତି।
-
4.ସଲମନ ରୁଶ୍ଦିଙ୍କ ବିବାଦୀୟ ପୁସ୍ତକ ‘ଦି ସାଟାନିକ୍ ଭର୍ସେସ୍’ ଏବେ ଭାରତରେ କ୍ରୟ ନିମନ୍ତେ ଉପଲବ୍ଧ ହୋଇଛି। ଦିଲ୍ଲୀର ‘ବାରିସନ୍ସ ବୁକ୍ସେଲର୍ସ’ ପୁସ୍ତକ ଭଣ୍ଡାରରେ ଏହାକୁ ବିକ୍ରି କରାଯାଉଛି।
-
5.ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି)ର ରିପୋର୍ଟକୁ ଦେଖିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ଧାରା ସାମ୍ନାକୁ ଆସିଥାଏ। ଗତ ୮ ବର୍ଷ (୨୦୧୫ରୁ ୨୦୨୨) ମଧ୍ୟରେ ପ୍ରତିବର୍ଷ ହାରାହାରି ୧,୦୧,୧୮୮ ଜଣ ପୁରୁଷ ଓ ୪୩,୩୧୪ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି। ପ୍ରତି ୧୦୦,୦୦୦ ପୁରୁଷ ଜନସଂଖ୍ୟାରେ ପୁରୁଷଙ୍କ ଆତ୍ମହତ୍ୟା ହାର ୧୪.୨ ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୬.୬ ରହିଛି।
-
6.ଗ୍ଲୋବାଲ ୱାର୍ମିଂର ପ୍ରଭାବ ଓଡ଼ିଶା ସମେତ ସାରା ଦେଶରେ ଅନୁଭୂତ ହୋଇଛି । ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୨. ୩୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଥିଲା। ୨୦୨୪ର ପ୍ରଥମ ୯ ମାସ ଅର୍ଥାତ୍ ୨୭୪ ଦିନର ୨୫୫ ଦିନରେ ଭାରତ ଅତ୍ୟଧିକ ଖରାପ ପାଣିପାଗ ପରିସ୍ଥିତିର ସମ୍ମୁଖୀନ ହୋଇଛି ।
-
7.ପାକ୍ ବାୟୁସେନାର ପ୍ରବଳ ବୋମାମାଡ଼ ଯୋଗୁଁ ପକ୍ତିକା ପ୍ରଦେଶରେ ୪୬ ଜଣ ଆଫ୍ଗାନ ନାଗରିକଙ୍କ ମୃତ୍ୟୁ ଘଟିଛି।
-
8.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି। ପୂର୍ବର ୨୭୧୧ଟି ପ୍ୟାକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଛି।
-
9.ଜାତିସଂଘର କହିବାନୁଯାୟୀ, ୨୦୨୫ ମସିହାରେ କ୍ଷୁଧାରେ ପୀଡ଼ିତ ୩୦୭ ନିୟୁତ ଲୋକଙ୍କୁ ମାନବିକ ସହାୟତା ଆବଶ୍ୟକ। କିନ୍ତୁ ଜାତିସଂଘ ଏମାନଙ୍କ ପାଇଁ ଆବଶ୍ୟକ ମୋଟ ଅର୍ଥରୁ ପ୍ରାୟ ୬୦ ପ୍ରତିଶତ ସଂଗ୍ରହ କରିବାକୁ ସମର୍ଥ ହେବ ବୋଲି ଆକଳନ କରିଛି।
-
10.ଜିଏସଟି ପରିଷଦର ୫୫ ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଅଟୋ କମ୍ପାନୀ ଏବଂ ଡିଲରଙ୍କ ପାଖରୁ ସେକେଣ୍ଡ ହ୍ୟାଣ୍ଡ ଇଲେକ୍ଟ୍ରିକ୍ କାର କିଣିବା ଉପରେ ୧୮% ଜିଏସ୍ଟି ଆଦାୟ କରାଯିବ।
-
11.ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା ବନ୍ଦ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ଡାକ ବିଭାଗ ଏହି ସେବା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ପରେ କୋଟି କୋଟି ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
-
12.ପଞ୍ଜାବରେ ୧୮ ମାସ ମଧ୍ୟରେ ୧୧ ଜଣଙ୍କୁ ଲିଫ୍ଟ ଦେଇ ହତ୍ୟା କରିବା ପରେ ଲୁଟ୍ କରିଥିବା ଜଣେ ସିରିଏଲ କିଲରକୁ ମଙ୍ଗଳବାର ରୂପନଗର ଜିଲ୍ଲାରୁ ଗିରଫ କରାଯାଇଛି।
-
13.ରାଜଧାନୀର ମହିଳାମାନଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଥିବା ମହିଳା ସମ୍ମାନ ଯୋଜନାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରତ୍ୟାଖ୍ୟାନ କରିଛି।
-
14.ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।
-
15.ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମଧ୍ୟ ଭାରତ ରତ୍ନ ଦାବି କରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.