• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି। ମିଜୋରାମର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

  2. 2.ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର , କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳ, ମଣିପୁରର ରାଜ୍ୟପାଳ ଭାବେ ଅଜୟ କୁମାର ଭଲ୍ଲାଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି।

  3. 3.ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାଳନ ହେଉଛି ।

  4. 4.ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ସଞ୍ଚୟ ହାର ୩୦.୨ ପ୍ରତିଶତ ରହିଛି, ଯାହାକି ବିଶ୍ଵର  ହାରାହାରି ସଞ୍ଚୟ ହାର ୨୮.୨ ପ୍ରତିଶତ ଠାରୁ ଅଧିକ।

  5. 5.ଦେଶର ମୋଟ ଗ୍ୟାସ ବଜାରରେ ଓଡ଼ିଶାର ଭାଗ ୫ ପ୍ରତିଶତ ରହିଛି ବୋଲି ଇଣ୍ଡିଆନ୍ ଗ୍ୟାସ୍ ଏକ୍ସଚେଞ୍ଜ (ଆଇଜିଏକ୍ସ)ର ମୁଖ୍ୟ ବ୍ୟବସାୟ ଅଧିକାରୀ ଦୀପକ ମେହେଟ୍ଟା କହିଛନ୍ତି।

  6. 6.୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି ।

  7. 7.ପାରାଦୀପରେ ୬୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ରେ ଏକ ନାପ୍‌ଥା କ୍ରାକର୍‌ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ଭାରତୀୟ ତୈଳ ନିଗମ ସେହି ପ୍ରକଳ୍ପ ସ୍ଥାପନ କରିବ।

  8. 8.ସୁପ୍ରିମକୋର୍ଟ ତଥା ଓଡ଼ିଶା ହାଇକୋର୍ଟର ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଆଇନଜୀବୀ ମନ୍ମୟ କୁମାର ଦାଶ ଓଡ଼ିଶା ବିଧାନସଭାର ଅଧିବକ୍ତା ଓ ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି।

  9. 9.କେନ୍ଦୁଝର ଜିଲ୍ଲାର ସବୁ ମଣ୍ଡିରେ ଧାନର ମାନକୁ ଥରେ କି ଦୁଇଥର ନୁହେଁ ବାରମ୍ବାର ଯାଞ୍ଚ କଲେ ବି ସବୁ ଧାନ ଏଫ୍‌ଏକ୍ୟୁ ପରୀକ୍ଷାରେ ଫେଲ୍‌ ମାରୁଛି।

  10. 10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ । ଥରେ ନୁହେଁ ବରଂ ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ। ଚିଟଫଣ୍ଡର ଶିକାର ହୋଇଥିବା ନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ।

  11. 11.ଚଳିତ ବର୍ଷ ଅକ୍ଟୋବର ମାସ‌ରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ୩୩,୧୪୦ ବଢ଼ିଛନ୍ତି। ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୧ ଲକ୍ଷ ୧୩ ହଜାର ୭୬୬କୁ ବୃଦ୍ଧି ପାଇଛି।

  12. 12.ଭବାନୀପାଟଣା ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ସଞ୍ଜୟ କୁମାର ଶତପଥୀଙ୍କ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

  13. 13.ଆଫଗାନିସ୍ତାନର ବରମଲରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ , ୧୫ ମୃତ। ମଙ୍ଗଳବାର ରାତିରେ ପାକିସ୍ତାନ ଏହି ଆକ୍ରମଣ କରିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

  14. 14.ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି।

  15. 15.କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ି କାମୁଡ଼ି ମାରିଦେଇଥିବା ଜଣାପଡ଼ିଛି।

  16. 16.ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ କରିଛି।

  17. 17.ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ।

  18. 18.ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’ ମିଳିଛି।

  19. 19.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି।

  20. 20.ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.