-
1.ମହିଳାଙ୍କ କଲ୍ୟାଣ ପାଇଁ ପ୍ରଣୟନ କରାଯାଇଥିବା ଆଇନକୁ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା, ଧମକ କିମ୍ବା ଜବରଦସ୍ତ ଟଙ୍କା ଆଦାୟ ପାଇଁ ଅପବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମ୍କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।
-
2.ନଭେମ୍ବର ୨୫ତାରିଖରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସମଗ୍ର ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଓ ଅଶାନ୍ତ ପରିବେଶ ଦେଖିବାକୁ ମିଳିଥିଲା। ସମୁଦାୟ ୨୦ଟି କାର୍ଯ୍ୟ ଦିବସରେ ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା) ପ୍ରାୟ ୧୦୫ ଘଣ୍ଟା ଧରି ଚାଲିଥିଲା।
-
3.‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ଆଗତ ୧୨୯ତମ ସମ୍ବିଧାନ (ସଂଶୋଧନ) ବିଲ୍। ଏହି ବିଲ୍କୁ ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ସମୀକ୍ଷା ପାଇଁ ପଠାଯାଇଛି।
-
4.ଚଳିତ ବର୍ଷ ଡିସେମ୍ବର ୮ ତାରିଖ ସୁଦ୍ଧା ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ବିରୋଧରେ ୨୨୦୦ ଆକ୍ରମଣ ହୋଇଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପାକିସ୍ତାନରେ ହିନ୍ଦୁଙ୍କ ଉପରେ ୧୧୨ଟି ଆକ୍ରମଣ ହୋଇଛି।
-
5.ଚଳିତ ସପ୍ତାହଟି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ନିବେଶକଙ୍କ ଲଗାତାର ଭାବେ ସେନ୍ସେକ୍ସ ତଳକୁ ଖସିବାରୁ ନିବେଶକମାନେ ୧୮.୪୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
-
6.ବାରମ୍ବାର ନିୟମ ଖିଲାପକାରୀଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ନୂଆ ନିୟମରେ ବେଆଇନ ଋଣ କାରବାରକୁ ଜାମିନବିହୀନ ଅପରାଧରେ ପରିଣତ କରାଯିବ ।
-
7.ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ ଚୀନ୍ରୁ ୧.୯୬ ନିୟୁତ ଟନ୍ ଇସ୍ପାତ ଆମଦାନି କରାଯାଇଛି ଯାହା ଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ।
-
8.ଜିଏସଟି ପରିଷଦର ୫୫ତମ ବୈଠକ ଆସନ୍ତା ଶନିବାର (୨୧ ଡିସେମ୍ବର)ରେ ଅନୁଷ୍ଠିତ ହେବ । ବୈଠକରେ ପରିଷଦ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।
-
9.ପୁରାତନ ଛାତ୍ରଛାତ୍ରୀ, ଗୋଷ୍ଠୀ ସହଭାଗିତା ମାଧ୍ୟମରେ ବିଦ୍ୟାଳୟର ଉନ୍ନତି କରାଯିବ। ପୂର୍ବରୁ ଥିବା ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରାଯାଇ ଏବେ ‘ପଞ୍ଚସଖା ଶିକ୍ଷା ସେତୁ’ ରଖାଯାଇଛି।
-
10.୨୦୨୩-୨୪ରେ ବିଦ୍ୟୁତ୍ ୟୁନିଟ୍ ପିଛା ପାଇକାରୀ ମୂଲ୍ୟ ୩ଟଙ୍କା ୨୯ ପଇସା ଥିଲା। ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି।
-
11.ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ (ବ୍ୟକ୍ତିଗତ ତଥ୍ୟ) ସରକାରଙ୍କ ପାଖରେ ରହିବ। ଏଥିପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏହି ଫାର୍ମର ରେଜିଷ୍ଟ୍ରି(ଚାଷୀ ପଞ୍ଜିକା) ପ୍ରସ୍ତୁତ ନିମନ୍ତେ ଜାନୁୟାରୀ ପହିଲାରୁ ପ୍ରତି ପଂଚାୟତରେ କ୍ୟାମ୍ପ(ଶିବିର) ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
-
12.ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରିଛି। ପ୍ରାୟ ୧୦ ଘଣ୍ଟା ଧରି ନିରଞ୍ଜନଙ୍କ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବାସଭବନରେ ଖାନତଲାସି କରିଥିଲା ଇଡି ଟିମ୍।
-
13.ଲାଲବାଗ ଥାନା ନିକଟରେ ଶିଶୁ ଭବନ ଗେଟ ସମ୍ମୁଖରେ ଥିବା ଉଠା ଦୋକାନୀଙ୍କ ଭେଣ୍ଡିଂ ଜୋନ ଲାଇସେନ୍ସ ଯାଞ୍ଚ କରିବା ପାଇଁ ସିଏମ୍ସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
-
14.ଏସ୍ସିବି ମେଡିକାଲରେ ଅଚଳ ପଡ଼ିଥିବା ମେସିନ ମରାମତି କରାଯାଇ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ଏସ୍ସିବି ମେଡିକାଲରେ ଏମ୍ଆର୍ଆଇ ମେସିନ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ମାଣ ସରିଥିବା ଶିଶୁ ଭବନର ନୂତନ ବିଲ୍ଡିଂ ଖୁବଶୀଘ୍ର ଖୋଲାଯିବ ବୋଲି କୋର୍ଟଙ୍କୁ ଅବଗତ କରାଇଲେ ସ୍ୱାସ୍ଥ୍ୟ ସଚିବ।
-
15.ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଓ ୫ମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ତା’ର ସ୍କ୍ୱାଡରେ ବଡ଼ ପରବର୍ତ୍ତନ କରିଛି। ପ୍ରଥମ ୩ଟି ମ୍ୟାଚ୍ରେ ରହିଥିବା ଦୁଇ ଜଣ ଖେଳାଳି ଶେଷ ୨ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.