• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତରେ ଗୋଟିଏ ଡଲାର କିଣିବା ଲାଗି ୮୫ ଟଙ୍କା ଗଣିବାକୁ ପଡ଼ୁଛି। ଟଙ୍କାର ଏଭଳି ସ୍ଥିତି ଅର୍ଥନୀତି ପ୍ରତି ଏକ ବଡ଼ ବିପଦ ଟାଣିଆଣୁଥିବା ଆଶଙ୍କା କରାଯାଉଛି।

  2. 2. ଜଗତସିଂହପୁରର ଜଟାଧାରୀରେ ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ପକ୍ଷରୁ ନିର୍ମାଣ କରାଯିବାକୁ ଥିବା ବନ୍ଦରରେ ୩୦୦୦ କୋଟି ଟଙ୍କା ନିବେଶ ହେବ। କମ୍ପାନି ଏହାର ପଣ୍ୟ ପରିବହନ କ୍ଷମତାକୁ ୨୦୩୦ ସୁଦ୍ଧା ଦୁଇ ଗୁଣା ବଢ଼ାଇ ୪୦୦ ନିୟୁତ ଟନ୍ କରିବାକୁ ଯୋଜନା ପ୍ରସ୍ତୁତ କରିଛି। 

  3. 3.କେନ୍ଦ୍ରୀୟ ଯୋଜନା ଲାଗୁ କରିବାରେ ସବୁ କଳକୌଶଳକୁ ବ୍ୟବହାର କରିବା ପରେ ନିଜ ପ୍ରାଥମିକ ‌ଯୋଜନାଗୁଡ଼ିକ ପ୍ରତି ରାଜ୍ୟମାନେ ଧ୍ୟାନ ଦେଇପାରୁନାହାନ୍ତି। 

  4. 4.କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ୫ବର୍ଷ ଧରି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଚାକିରିରୁ ବଞ୍ଚିତ ଜଣେ ପ୍ରାର୍ଥୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଲକ୍ଷେ ଟଙ୍କା କ୍ଷତିପୂରଣ ପ୍ରଦାନ କରିବବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

  5. 5.'ଅଭେଦ୍ୟ'ର ଅର୍ଥ ହେଉଛି ଯାହାକୁ ପ୍ରବେଶ କରାଯାଇପାରିବ ନାହିଁ। ଏବେ ଶତ୍ରୁପକ୍ଷର ଗୁଳି ଭାରତୀୟ ଯବାନଙ୍କୁ ଛୁଇଁପାରିବ ନାହିଁ । ଭାରତୀୟ ସେନା ପାଇଁ ଏଭଳି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରାଯାଇଛି। 

  6. 6.ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି।

  7. 7.ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଇଣ୍ଡି-ମେଣ୍ଟ ‘ଅବିଶ୍ବାସ ପ୍ରସ୍ତାବ’ ଆଗତ କରିଥିଲେ। ପ୍ରସ୍ତାବ ଉପସ୍ଥାପନରେ ଆବଶ୍ୟକ ନିୟମ ପାଳନ କରାଯାଇନଥିବା ଓ ଜଗଦୀପ ଧନଖଡ଼ଙ୍କ ନାମ ଭୁଲରେ ଲେଖାଯାଇଥିବାରୁ ଖାରଜ କରାଯାଇଛି।

  8. 8.ସରକାରୀ କମ୍ପାନୀ ବିଏସଏନଏଲ ଏହାର ବ୍ରଡବ୍ୟାଣ୍ଡ ଯୋଜନାରେ 4TB ଅର୍ଥାତ୍ ୪ ହଜାର ଜିବି ଡାଟା ଦେଉଛି | ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ପ୍ରତିଦିନ ୧୦୦ ଜିବିରୁ ଅଧିକ ହାଇ ସ୍ପିଡ୍ ଡାଟା ପାଇବେ | ଏହି ଡାଟା ୩୦୦ ଏମବିପିଏସ ବେଗରେ ଉପଲବ୍ଧ ହେବ |

  9. 9.ପକ୍ଷୀ ଅଭୟାରଣ୍ୟ ନଳବଣରେ ୮୬ପ୍ରଜାତିର ୨ଲକ୍ଷ ୫୦ହଜାର ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ବେଳେ ଅବଶିଷ୍ଟ ପକ୍ଷୀ ବାହାର ଚିଲିକା ଅଞ୍ଚଳ ଭୂଷଣ୍ଡପୁର, ମଙ୍ଗଳାଯୋଡ଼ି, ସୋରଣ, ସୁନ୍ଦରପୁର, ନଈରୀ, କାଳୁପଡ଼ା, ରାହାଣବେଲି, ସାତପଡ଼ା, କୃଷ୍ଣପ୍ରସାଦ, ଗୁରୁବାଇ, ବଡ଼ଗୋଠ, ଜହ୍ନିକୁଦା, ସିପାକୁଦ, ବାଲିପାଟପୁର ଏବଂ ରମ୍ଭା ଅଞ୍ଚଳରେ ସମାଗମ ହୋଇଛନ୍ତି। 

  10. 10.ଡିସେମ୍ବର ୨୮, ୨୯ ଓ ୩୦ ଭିତରୁ ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ।  

  11. 11.ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଏମସି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ।

  12. 12.ଇସ୍ରାଏଲ୍‌ର କେନ୍ଦ୍ରୀୟ ଅଞ୍ଚଳକୁ ଟାର୍ଗେଟ କରି ହୁଟି ବିଦ୍ରୋହୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗୁରୁବାର ଏହି ସଂଗଠନ ନିୟନ୍ତ୍ରଣରେ ଥିତ୍ବା ୟେମେନ୍‌ ରାଜଧାନୀ ଏବଂ ବନ୍ଦର ସହର ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରାଯାଇଛି।

  13. 13.ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ହେବ । ଜାନୁଆରୀ ପହିଲାରୁ ନାଟମଣ୍ଡପରେ ବ୍ୟାରିକେଡ ଓ ରାଂପ୍‌ ସିଷ୍ଟମ ଲାଗୁ ହେବ । ସ୍ୱତନ୍ତ୍ର ବାରିକେଡ ଯୋଗେ ଶ୍ରୀଜିଉଙ୍କ ଦର୍ଶନ ଶ୍ରଦ୍ଧାଳୁ କରିବେ । ଦିବ୍ୟାଙ୍ଗ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ପୁରୁଷ ଭକ୍ତଙ୍କ ପାଇଁ ରହିବ ଅଲଗା ଅଲଗା ଲାଇନ ହେବ ।

  14. 14.ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ। ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ।

  15. 15.ଅଗ୍ରଣୀ ଅଫ୍‌ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନଙ୍କ ଅପ୍ରତ୍ୟାଶିତ ଅବସର ଭାରତୀୟ କ୍ରିକେଟ୍‌ରେ ଏକପ୍ରକାର ଝଡ଼ ସୃଷ୍ଟି କରିଛି।ଦେଶରେ ବର୍ତ୍ତମାନ ସମୟରେ ଚାଲିଥିବା ମାତ୍ରାଧିକ କେନ୍ଦ୍ରୀୟ ଯୋଜନା ଚାପକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ ଉଦବେଗ ପ୍ରକାଶ କରାଯାଇଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.