-
1.ଦେଶରେ ବ୍ୟାଙ୍କଗୁଡ଼ିକ କର୍ପୋରେଟ୍ ଓ ଶିଳ୍ପସଂସ୍ଥାକୁ କୋଟି କୋଟି ଟଙ୍କାର ଋଣ ଦେଉଛନ୍ତି। ତାହା ଅସୁଲ ହୋଇ ନ ପାରିଲେ ତାହାକୁ ରାଇଟ୍-ଅଫ୍ ଦର୍ଶାଇ ଖାତାରୁ ହଟାଇ ଦେଉଛନ୍ତି। ଗତ ୧୦ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରାଯାଇଛି।
-
2.ଆମେରିକାକୁ ପ୍ରତ୍ୟର୍ପଣ କରିବାର ସମ୍ଭାବନା ଖୁବ୍ କମ୍ ରହିଛି। ଅକ୍ଷୟ ଶକ୍ତି ଯୋଗାଣ ପ୍ରକଳ୍ପ ହାତେଇବା ଲାଗି ଭାରତର ବିଭିନ୍ନ ରାଜ୍ୟରେ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଓ ଅନ୍ୟ କିଛି ଅଧିକାରୀ ୨୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଆମେରିକା ଅଭିଯୋଗ କରିଛି।
-
3.ବିଶ୍ଵର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ଦାମ୍ ୧,୦୬,୦୦୦ ଡଲାର ହୋଇଯାଇଛି।
-
4.ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ରେ ୮୮୦.୯୩ କୋଟି ଟଙ୍କାର ପଲିସି ପରିପକ୍ବ ରାଶିର କେହି ଦାବିଦାର ନାହାନ୍ତି। ୨୦୨୩-୨୪ରେ କମ୍ପାନିର ୩,୭୨,୨୮୨ ଗ୍ରାହକଙ୍କ ପଲିସି ପରିପକ୍ବ ହୋଇଥିଲେ ସୁଦ୍ଧା, ସେହି ରାଶି ପାଇବାକୁ ଗ୍ରାହକମାନେ ଦାବି ଉପସ୍ଥାପନ କରିନାହାନ୍ତି।
-
5.ଦେଶର ଦୁଇ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ୧୦୦ ବିଲିଅନ୍ ଡଲାର କ୍ଲବ୍ରୁ ବିଦାୟ ନେଇଛନ୍ତି।
-
6.ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ୍ ଛତରତାଣ୍ଡି ଜଙ୍ଗଲରୁ ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
-
7.ମହିଳା ହିଂସା ବିରୋଧରେ ଓଡିଶା ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଦୁର୍ଭାଗ୍ୟବଶତଃ ମହିଳା ହିଂସାରେ ଦଣ୍ଡବିଧାନ ହାର ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥିତି ଥିଲା ନୈରାଶ୍ୟଜନକ।
-
8.ହାବିଲଦାର ଓ କନେଷ୍ଟବଳମାନେ ପୂର୍ବରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ। ଏବେ ମୋଟର ସାଇକଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ
-
9. ଲୋକଙ୍କଠାରୁ ଟଙ୍କା ଲୁଟିବା ପାଇଁ ସାଇବର ଠକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ଏକ ନକଲି ଆକାଉଣ୍ଟ ସୃଷ୍ଟି କରି ବାର୍ତ୍ତା ମାଧ୍ୟମରେ ଲୋକଙ୍କଠାରୁ ଟଙ୍କା ମାଗିଥିଲେଘଟଣା ସାମ୍ନାକୁ ଆସିବା ମାତ୍ରେ ପୋଲିସ ତଦନ୍ତ ଆରମ୍ଭ କରିଛି।
-
10.ପ୍ରଦୂଷଣ ସାରା ଦେଶର ସମସ୍ୟା ବୋଲି ସୁପ୍ରିମକୋର୍ଟ ସୋମବାର କହିବା ସହ ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
11.ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ୧୨ ଭାରତୀୟଙ୍କର ମୃତ୍ୟୁ ଘଟିଛି। ରିସର୍ଟର ଏକ ରୁମରୁ ସମସ୍ତଙ୍କର ମୃତଦେହ ମିଳିଛି। ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ବ୍ୟାପିବାରୁ ଏହି ଅଘଟଣ ଘଟିଥିବା ଯାନଯାଇଛି ।
-
12.ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ।
-
13.ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
-
14.ଭାରତରେ ସମୁଦାୟ ୨୧ ନକଲି ବିଶ୍ୱବିଦ୍ୟାଳୟ ରହିଛି। ସୋମବାର ଲୋକ ସଭାର ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ଏହି ସୂଚନା ଦେଇଛନ୍ତି।
-
15.କାନାଡାର ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, କାନାଡା ପାଇଁ ସର୍ବୋତ୍ତମ ମାର୍ଗ ବିଷୟରେ ସେ ଆଉ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ସହମତ ନୁହଁନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.