- 1.ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୪୪୧.୭୯ ମେଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୯୭୮୧.୪୭ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।
-
2.ୱାଲ୍ମାର୍ଟର ପ୍ରତିଷ୍ଠାତା ୱାଲ୍ମାର୍ଟ ୱାଲଟନ୍ଙ୍କ ପରିବାର ହେଉଛି ବିଶ୍ବର ସବୁଠୁ ବଡ଼ ଧନୀ ପରିବାର। ସେମାନଙ୍କ ପାଖରେ ୪୩୨.୪ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ମୁକେଶ ଅମ୍ବାନିଙ୍କ ପରିବାର ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୯୯.୬ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ଚଳିତ ବର୍ଷ ଅମ୍ବାନି ପରିବାର ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇଛି।
-
3.ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମନୋରଞ୍ଜନ ଦାଶଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
-
4.୨୦୨୫ରେ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି । ପ୍ରଥମ ଦିଲ୍ଲୀ ଏବଂ ଦ୍ୱିତୀୟ ବିହାର।
-
5.ମସ୍କୋରେ ମାର୍ସ ଡିଜାଇନ ବ୍ୟୁରୋର ସଫ୍ଟୱେର ବିଭାଗର ମୁଖ୍ୟ ତଥା ଡେପୁଟି ଜେନେରାଲ ଡିଜାଇନର ମିଖାଇଲ ଶଟସ୍କିଙ୍କୁ ହତ୍ୟା କରାଯାଇଛି। ଏହି କମ୍ପାନୀ ଋଷର କ୍ଷେପଣାସ୍ତ୍ର ବିକଶିତ କରିଥାଏ, ଯାହା ୟୁକ୍ରେନ ସହ ଯୁଦ୍ଧରେ ବ୍ୟବହୃତ ହୁଏ ।
-
6.ସୁପରଷ୍ଟାର ଅଲୁ ଅର୍ଜୁନ କୋର୍ଟଙ୍କୁ କହିଛନ୍ତି ଯେ ଗତ ସପ୍ତାହରେ ଜଣେ ମହିଳାଙ୍କର ତାଙ୍କ ସିନେମାର ପ୍ରିମିୟର୍ ସୋ’ରେ ମୃତ୍ୟୁ ଘଟିଥିବା ଘଟଣାରେ ପୁଲିସ୍ ତାଙ୍କ ‘ବେଡ୍ରୁମ୍’ରେ ପଶି ତାଙ୍କୁ ଗିରଫ କରିଛି।
-
7.ଭାରତୀୟ ଶେୟାର ବଜାରରେ ଶୁକ୍ରବାର ସେନସେକ୍ସ ୧,୨୦୦ ପେଣ୍ଟରୁ ଅଧିକ ହ୍ରାସ ପାଇଛି।
-
8.ରାଜ୍ୟ ସଭା ଉପନିର୍ବାଚନରେ ସୁଜିତ କୁମାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
-
9.ସଂଖ୍ୟାଗରିଷ୍ଠଙ୍କ ଇଚ୍ଛାରେ ଦେଶ ଚାଲିବା ଉଚିତ୍ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବଙ୍କୁ ବହିଷ୍କାର କରିବା ପାଇଁ ଶୁକ୍ରବାର ରାଜ୍ୟସଭାରେ ବିରୋଧୀ ଦଳ ସାଂସଦମାନେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି।
-
10.କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଲେନ୍ ବିଶୃଙ୍ଖଳାର ସମସ୍ୟା ପ୍ରତି ପୁଣି ଥରେ ଦୃଷ୍ଟି ଆକର୍ଷଣ କରି ଏହାକୁ ଭାରତରେ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି କହିଛନ୍ତି।
-
11.ନେସ୍ଲେ ବିରୋଧରେ କୋର୍ଟ ଦେଇଥିବା ରାୟରେ ଅସନ୍ତୁଷ୍ଟ ହୋଇ ସ୍ବିଜରଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭାରତକୁ ଦିଆଯାଇଥିବା ସବୁଠୁ ଅନୁଗୃହୀତ ଦେଶ (ଏମ୍ଏଫ୍ଏନ୍) ମାନ୍ୟତାକୁ ପ୍ରତ୍ୟାହାର କରିଛନ୍ତି।
-
12.ନିୟମ ଠିକ୍ ଭାବେ ପାଳନ କରୁ ନଥିବା ୧୭ଟି ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରି) କମ୍ପାନିକୁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ନୋଟିସ୍ ଜାରି କରିଛନ୍ତି।
-
13.କାର କମ୍ପାନୀଗୁଡିକ ଏସୟୁଭି ଉପରେ ଧ୍ୟାନ ଦେଉଛନ୍ତି। ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଏହି ଏସୟୁଭି ମାତ୍ର ୧୦ ଦିନ ମଧ୍ୟରେ ୧୦୦୦୦ ରୁ ଅଧିକ ବୁକିଂ ପାଇଛି।
-
14.ଭାରତରେ ପ୍ରତ୍ୟେକ୍ଷ ବିଦେଶ ନିବେଶ(ଏଫଡିଆଇ) ୨୦୦୦ ରୁ ୨୦୨୪ ମଧ୍ୟରେ ୧୦୦୦ ଆରବ ଡଲାର ପାର କରିଛି। ଏହା ବିଶ୍ୱସ୍ତରରେ ଏକ ନିରାପଦ ଏବଂ ପ୍ରାଥମିକ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ଦେଶର ସୁନାମକୁ ସ୍ୱୀକୃତି ପ୍ରଦାନ କରୁଛି।
-
15.ଏମ୍ପପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ)ର ସଦସ୍ୟମାନେ ଆସନ୍ତାବର୍ଷଠାରୁ ସିଧାସଳଖ ଏଟିଏମରୁ ଜମା ହୋଇଥିବା କଷ୍ଟ ଉପାର୍ଜିତ ଟଙ୍କା କାଢିବାକୁ କରିବାକୁ ସକ୍ଷମ ହେବେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.