-
1. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତର ପ୍ରଦେଶ ଗସ୍ତରେ ଆସୁଛନ୍ତି। ପ୍ରୟାଗରାଜରେ ୫୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।
-
2.ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିପରି ୧୮ ଲକ୍ଷ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ୪୩ ଲକ୍ଷ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।
-
3.ପୁରୀରେ ବିମାନ ବନ୍ଦର ସହିତ ୬ ଲେନ୍ ବିଶିଷ୍ଟ ଏକ୍ସପ୍ରେସ ୱେ ନିର୍ମାଣ ସଂକ୍ରାନ୍ତ ଓଡ଼ିଶା ସରକାରଙ୍କ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଉପଦେଷ୍ଟା କମିଟି (ଏଫ୍ଏସି)ର ମଞ୍ଜୁରି ନିଷ୍ପତ୍ତି ପୁଣି ଥରେ ଘୁଞ୍ଚିଛି।
-
4.ଜଗତସିଂହପୁରରେ କୁମାରୀ ମାତୃତ୍ବ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବା ଉଦ୍ବେଗର କାରଣ ହୋଇଛି। ୧୮ବର୍ଷ ପୂର୍ବରୁ ଗର୍ଭଧାରଣ କରୁଥିବା ବାଳିକାଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ଗତ ୫ ବର୍ଷ ଭିତରେ ପାଖାପାଖି ୮୦ ପ୍ରତିଶତ ବଢ଼ିଛି।
-
5.ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ତିନି ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ରହିଛି। ବିଶ୍ବବ୍ୟାପୀ ଏହାର ସେବାରେ ବିଭ୍ରାଟ ଦେଖିବାକୁ ମିଳିଛି।
-
6.ଗୃହ ବିଭାଗରେ ୧୦ ହଜାର ଓ ଗୃହରକ୍ଷୀଙ୍କ ୫ ହଜାର ପଦବୀ ପୂରଣ ହେବ।
-
7.୪କୋଟି ଟଙ୍କାର ଠକେଇ ଅଭିଯୋଗରେ CT GST ବିଭାଗର ଆସିଣ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅବିନାଶ ପ୍ରଧାନ ଗିରଫ ହୋଇଛନ୍ତି ।
-
8.ମଧ୍ୟପ୍ରଦେଶର ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି ।
-
9.୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ କିଟ୍ ରେ ୧୩ ରୁ ଆୟୋଜିତ ହେବ।
-
10.'ୱାନ୍ ନେସନ୍-ୱାନ୍ ଇଲେକ୍ସନ୍' ବିଲକୁ କ୍ୟାବେନଟ ମଞ୍ଜୁରୀ ମିଳିଲା, ଖୁବଶୀଘ୍ର ସଂସଦରେ ଆଗତ ହୋଇପାରେ ।
-
11.ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଭାରତର ଗୁକେଶ ଡି ଇତିହାସ ସୃଷ୍ଟି କଲେ ।
-
12.ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ଚୂଡ଼ାନ୍ତ କିମ୍ବା ସର୍ଭେ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ରୋକ୍।
-
13.ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳରେ ନିର୍ମାଣ କରାଯାଇଥିବା ପ୍ରାୟ ଅଧା ୪୭% ଘର ଖାଲିପଡ଼ିଛି।
-
14.ଡୋନାଲ୍ଡ ଟ୍ରମ୍ପ 'ଟାଇମ ମ୍ୟାଗଜିନ’ ତରଫରୁ ‘ପର୍ସନ ଅଫ ଦି ଇୟର-୨୦୨୪’ ହେଲେ ।
-
15.ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରି କମିବ। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟରେ ଶୀତର ପ୍ରକୋପ ସ୍ୱାଭାବିକ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.