• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇଂରାଜୀ ଓ ହିନ୍ଦୀ ଆମ ପାଇଁ ଏକ ଲିଙ୍କ୍‌ ଲାଙ୍ଗୁଏଜ୍ ହୋଇପାରେ। କିନ୍ତୁ, ଏହା କେବେ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ। ସରକାରୀ ଫାଇଲ୍‌କୁ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

  2. 2.କୋଭିଡ୍ ଟିକା ଓ ଆକସ୍ମିକ ମୃତ୍ୟୁ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ  ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ତେବେ ପ୍ରମାଣରୁ ଜଣାପଡିଛି ଯେ, କୋଭିଡ୍ ଟିକାକରଣ ଦ୍ୱାରା ଅଚାନକ ମୃତ୍ୟୁର ଆଶଙ୍କା ବଢ଼େ ନାହିଁ।

  3. 3.ଭାରତରେ ଧୀରେ ଧୀରେ ମ୍ୟାଲେରିଆ ରୋଗ ନିୟନ୍ତ୍ରଣକୁ ଆସୁଛି । ଭାରତରେ ଏହି ରୋଗର ପ୍ରକୋପ ୬୯ ପ୍ରତିଶତ ହ୍ରାସ ପାଇଛି । ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ବୁଧବାର ଏହି ତଥ୍ୟ ପ୍ରକାଶ ପାଇଛି।

  4. 4.ଆମେରିକା ଦ୍ୱାରା ଦିଆଯାଉଥିବା ଭିସା ବହୁତ କମ୍ ଥିବାରୁ ଭାରତରୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଯାଉ ପାରୁନାହାନ୍ତି। ଅପର ପକ୍ଷରେ ଆମେରିକା ଚୀନ୍ ଛାତ୍ରଛାତ୍ରୀଙ୍କୁ ଅଧିକ ଭିସା ଯୋଗାଇ ଦେଉଥିବା ଜଣାପଡ଼ିଛି।

  5. 5.ଅତୁଲଙ୍କ ପତ୍ନୀ ଅତୁଲଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏବଂ ହତ୍ୟା ସମେତ ୯ ଟି ମାମଲା ଦାୟର କରିଥିଲେ। ନିଜକୁ ନିର୍ଦ୍ଦୋଷ ଘୋଷଣା କରି ସୁଭାଷ ତାଙ୍କ ପତ୍ନୀଙ୍କ ଅତ୍ୟାଚାରକୁ ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ଏବଂ ୮୦ ମିନିଟର ରେକର୍ଡ ହୋଇଥିବା ଭିଡିଓ ବାର୍ତ୍ତାରେ ବର୍ଣ୍ଣନା କରିଛନ୍ତି।

  6. 6.କେନ୍ଦ୍ର ସରକାର ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) କୁ ୩% ବୃଦ୍ଧି କରିଥିଲେ। ଯାହା ୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସରକାର ଆଉ ଦୁଇଟି ଭତ୍ତା ବୃଦ୍ଧି କରିଛନ୍ତି। 

  7. 7.ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ତଥା ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଶେଷ ହୋଇଛି।

  8. 8.ଦକ୍ଷିଣ କୋରିଆରେ ଗତ ସପ୍ତାହରେ ସାମରିକ ଆଇନ ଘୋଷଣା କରିବାକୁ ନେଇ ଅଟକ ଥିବା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

  9. 9.ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ପ୍ରଥମ ବ୍ୟକ୍ତି ଭାବେ ଏଲନଙ୍କ ସମ୍ପତ୍ତି ୪୦୦ ବିଲିୟନ ଡଲାର ଅତିକ୍ରମ କରିଛି।

  10. 10.ମୁମ୍ବାଇର ଡିପ୍‌-ଟେକ୍‌ ଷ୍ଟାର୍ଟଅପ୍‌ ମନସ୍ତୁ ସ୍ପେସ୍‌ ଟେକ୍‌ନୋଲୋଜିଜ୍‌ ଏହାର କ୍ରାନ୍ତିକାରୀ ଆଇବୁଷ୍ଟର ଗ୍ରୀନ୍‌ ପ୍ରପଲଶନ୍‌ ସିଷ୍ଟମ୍‌କୁ ସଫଳତାର ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)କୁ ହସ୍ତାନ୍ତର କରିଛି।

  11. 11.କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଧନଖଡ଼ ସବୁଠାରୁ ବଡ଼ ସରକାରୀ ମୁଖପାତ୍ର ସାଜିଛନ୍ତି ଏବଂ ଗୃହରେ ହେଡ୍‌ମାଷ୍ଟରଙ୍କ ଭଳି ଧମକାଉଛନ୍ତି ବୋଲି ଖଡ଼ଗେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

  12. 12.ସାଉଦି ଆରବ ୨୦୩୪ରେ ହେବାକୁ ଥିବା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ ବୋଲି ଫିଫା ଘୋଷଣା କରିଛି। ଏହାବ୍ୟତୀତ ୨୦୩୦ ଫିଫା ବିଶ୍ୱକପ୍ ମଧ୍ୟ ଘୋଷଣା କରାଯାଇଛି। ୨୦୩୦ ବିଶ୍ବକପ୍ ସ୍ପେନ୍, ପର୍ତ୍ତୁଗାଲ୍ ଓ ମରୋକ୍କୋ ମିଳିତ ଭାବେ ଆୟୋଜନ କରିବେ।

  13. 13.ୟୁକ୍ରେନର ଚେର୍ନୋବିଲରେ ରହୁଥିବା କୁକୁରମାନେ ନିଜ ଶରୀରରେ ବିକିରଣ ପ୍ରତିରୋଧି(ଆଣ୍ଟି-ରେଡିଏସନ) ଶକ୍ତି ଏବଂ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରିଛନ୍ତି। 

  14. 14.ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଅଧୀନରେ ୧୪ ଟି ଶିଳ୍ପ ପାଇଁ ରାଜ୍ୟ ସରକାର ୪୦୯୭.୬୭ କୋଟି ଟଙ୍କା ବିଦ୍ୟୁତ୍ ଦେୟ ଛାଡ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

  15. 15.କୁସ୍ତିଯୋଦ୍ଧା ବିନେଶ ଫୋଗାଟ ୨୦୨୪ ସବୁଠୁ ଅଧିକ ଥର ଖୋଜାଯାଇଥିବା ବ୍ୟକ୍ତିତ୍ଵ ପାଲଟିଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.