• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ୟୁଏନସିସିଡି ଏବଂ ୟୁରୋପୀୟ କମିସନ ମିଳିତ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ  ବିଶ୍ୱ ମରୁଭୂମି ଆଟଲାସ୍ ପ୍ରକାଶ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ  ୨୫ ବର୍ଷ ପରେ ଅର୍ଥାତ୍ ୨୦୫୦ ସୁଦ୍ଧା ଅବା ୨୦୪୯ ବେଳକୁ ପ୍ରାୟ ୭୫ ପ୍ରତିଶତ ଲୋକ ମରୁଡ଼ିର ସଙ୍କଟର ସମ୍ମୁଖୀନ ହେବେ।
  2. 2.ଜାତୀୟ ପରିସଂଖ୍ୟାନ ୨୦୨୪ ତଥ୍ୟ କହୁଛି ୨୦୧୨-୧୩ ଆର୍ଥିକ ବର୍ଷ ପରେ ସର୍ବନିମ୍ନ ଆବଶ୍ୟକତାରେ ଲୋକମାନଙ୍କ ବ୍ୟୟ କମ୍ ହୋଇଛି। ସେହି ସମୟରେ କିନ୍ତୁ ସ୍ବାସ୍ଥ୍ୟ ଖର୍ଚ୍ଚରେ ୮.୨ ପ୍ରତିଶତ ଓ ଶିକ୍ଷାରେ ୭.୫ ପ୍ରତିଶତ ବୃଦ୍ଧି ‌ହୋଇଛି।

  3. 3.୨୦୨୪କୁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱ ତାପମାତ୍ରା ରେକର୍ଡ ଭାଙ୍ଗିଛି। ଜାନୁଆରିରୁ ନଭେମ୍ବର ମଧ୍ୟରେ ବିଶ୍ବର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ (୧୮୫୦-୧୯୦୦) ତୁଳନାରେ ୧.୫ ଡିଗ୍ରି ସେଲସିୟସ୍ ଅଧିକ ଥିଲା।

  4. 4.ସିରିଆର ପତନ ପରେ ଏବେ ଇରାନରେ ଆୟୋତୋଲ୍ଲା ଖାମେନିଙ୍କ ସହିତ ସମାନ ଘଟଣା ଘଟିବ କି ବୋଲି ଅନ୍ତର୍ଜାତୀୟସ୍ତରରେ ଆଲୋଚନା ତୀବ୍ର ହୋଇଛି।

  5. 5.ଓଡିଶା ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍‌ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି।

  6. 6.ଭାଷାକୁ ବଞ୍ଚାଇ ରଖିବାକୁ କେବଳ ଆଇନ ନୁହେଁ, ବରଂ ବିଦ୍ୟାଳୟ, କାର୍ଯ୍ୟାଳୟ, ବିଚାରାଳୟ, ଘର ଓ ବାଣିଜ୍ୟସ୍ଥଳ, ଏଭଳି ମୁଖ୍ୟ ୫ଟି ସ୍ଥାନରେ ଭାଷା ବହୁଳ ବ୍ୟବହାର ଜରୁରୀ ଅଟେ ।

  7. 7.ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ସରକାରୀ ବ୍ୟାଙ୍କଗୁଡ଼ିକ ନିଜ ଋଣ ଖାତାରୁ ୪୨ ହଜାର କୋଟି ଟଙ୍କା ରାଇଟ୍‌ ଅଫ୍‌ କରିଛନ୍ତି। 

  8. 8.ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ୩ଟି ରାଷ୍ଟ୍ରୀୟ ଲୋକ ଅଦାଲତରେ ୭ କୋଟି ୭୦ ଲକ୍ଷରୁ ଅଧିକ ମାମଲାର ସମାଧାନ ହୋଇଥିବା ଜଣାପଡିଛି। 

  9. 9.ରାଜ୍ୟରେ ୨୦୨୦-୨୧ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୭,୭୯୯.୨୧ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ କରାଯାଇଛି ।

  10. 10.ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବା ନେଇ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଦ୍ଵିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ । ଦିନ ଗୋଟାଏରୁ ସନ୍ଧ୍ୟା ୫ଟା/୬ଟା ଯାଏଁ କାମ ଚାଲିବ ।

  11. 11.ଓଡିଶା ରାଜ୍ୟରେ ୪୦୨ଟି ସହକାରୀ ନିର୍ବାହୀ ଯନ୍ତ୍ରୀ, ୧୧୪୪ଟି ସହକାରୀ ଯନ୍ତ୍ରୀ ଓ ୨୨୮୯ଟି କନିଷ୍ଠ ଯନ୍ତ୍ରୀ ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଛି। ରାଜ୍ୟରେ ମୋଟ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧୨୭୭ଟି ଇଂଜିନିୟର ପଦବୀ ଖାଲି ପଡିଥିବା ଜଣାପଡିଛି।

  12. 12.ଓଡ଼ିଆ ସିନେମା ଶିଳ୍ପରେ ଦୀର୍ଘବର୍ଷ ପରେ ‘ଦମନ’, ‘ପ୍ରତୀକ୍ଷା’ ଭଳି ଫିଲ୍ମ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ ‘ପରବ’ ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମ ୩ଟି ଭାଷା ତଥା ଓଡ଼ିଆ, ହିନ୍ଦୀ ଓ ତେଲଗୁ ଭାଷାରେ ପରଦାକୁ ଆସିବ ।

  13. 13.ଓଡ଼ିଶାରେ ଗଡ଼ିବ ଦୁଇ ଥାକିଆ ବସ୍‌। କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ପକ୍ଷରୁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ ଜିଲା ପାଇଁ ଏହି ଯୋଜନା କରାଯାଇଛି।

  14. 14.ଇସ୍ରାଏଲ ସୋମବାର ପୂର୍ବତନ ଅସଦ୍ ସରକାର ସହ ଜଡିତ ସିରିଆର ୧୦୦ରୁ ଅଧିକ ସାମରିକ ସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।

  15. 15.ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ୧୪ ହଜାର କୋଟି ଟଙ୍କା ଠକେଇ କରି ଭାରତ ଛାଡ଼ି ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ଭାରତରେ ଥିବା ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ। ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ସମ୍ପତ୍ତିଗୁଡ଼ିକୁ ଜବତ କରିଥିଲା। ସେଗୁଡ଼ିକୁ ନିଲାମ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.