-
1.ରାଜସ୍ଵ ସଚିବ ସଞ୍ଜୟ ମାଲହୋତ୍ରା ଭାରତର ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଗଭର୍ନର ହେବାକୁ ଯାଉଛନ୍ତି।
-
2.ଓଡିଶାରେ ପାଞ୍ଚବର୍ଷରେ ଅନଲାଇନ୍ ଟ୍ରେଡିଂ ନିଶାରେ ୫୯ ହଜାର ୪୩୭ ଲୋକ ଠକେଇର ଶିକାର ହୋଇଛନ୍ତି।
-
3.ଯେଉଁମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା। ସମସ୍ତେ ସେମାନଙ୍କର ଆଧାର କାର୍ଡ ମାଗଣାରେ ଅପଡେଟ କରିପାରିବେ। ମାଗଣା ଆଧାର କାର୍ଡ ଅପଡେଟ ପାଇଁ UIDAI ଡିସେମ୍ବର ୧୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛି।
-
4.କଂଗ୍ରେସର ବରିଷ୍ଠ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ଅସୁସ୍ଥତା ହେତୁ ରବିବାର ସାରେ ୯୦ବର୍ଷ ବୟସ ରେ ଦେହାନ୍ତ ହୋଇଛି।
-
5.କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୫୦୯ କୋଟି ମଞ୍ଜୁରୀ କରାଯାଇଛି ।
-
6.ଭଦ୍ରକ ସମେତ ୩୦ଟି ଜିଲାରେ ମେଡିକାଲ କଲେଜ ଖୋଲିବା ସହ ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି ।
-
7.ପୋଲାଭରମ୍ ପ୍ରକଳ୍ପ ହେଲେ ଓଡ଼ିଶାର ୬୪୮.୦୫ ହେକ୍ଟର ଓ ଛତିଶଗଡ଼ର ୭୯୫.୫୯ ହେକ୍ଟର ଜମି ଜଳମଗ୍ନ ହେବ।
-
8.ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି।
-
9.ଭାରତୀୟ ନୌସେନା ପାଇଁ ରୁଷନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ତୁଶିଲ ସୋମବାର ଋଷର ଉପକୂଳବର୍ତ୍ତୀ ସହର କାଲିନିନଗ୍ରାଡରେ କାର୍ଯ୍ୟକ୍ଷମ ହୋଇଛି ।
-
10.ପଶ୍ଚିମବଙ୍ଗ ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସଂରକ୍ଷଣର ଆଧାର ଧର୍ମ ହୋଇପାରିବ ନାହିଁ ଅର୍ଥାତ୍ ଧର୍ମ ଆଧାରରେ ସଂରକ୍ଷଣ ହୋଇପାରିବ ନାହିଁ।
-
11.କାନାଡାର ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାନାଡାରେ ପାଠ ପଢ଼ିବା ସହ ସୁରକ୍ଷା ଗାର୍ଡ ଭାବେ ପାର୍ଟଟାଇମ୍ ଜବ୍ କରୁଥିଲେ।
-
12.ସିରିଆର ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଜଲାଲି ଦମାସକସ ଏକ ଭିଡିଓ ବିବୃତି ଜାରି କରି କହିଛନ୍ତି ଯେ, ସେ କ୍ଷମତାକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧୀ ଦଳକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ। ଜଲାଲି କହିଛନ୍ତି, ମୁଁ ମୋ ବାସଭବନରେ ଅଛି ଏବଂ କୌଣସି ସ୍ଥାନକୁ ଯାଇ ନାହିଁ ଏବଂ ମୁଁ ଦେଶକୁ ଭଲ ପାଏ।
-
13.ପୁଅକୁ ସୁସ୍ଥ କରିବା ପାଇଁ ୨ଦିନରେ ୧୧୦ଜଣଙ୍କୁ ହତ୍ୟା କଲା ବାପା। ହୈତୀ ଦେଶରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା।
-
14.ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସର ମଧ୍ୟ ଇନ୍ଷ୍ଟାଗ୍ରାମରେ ନିଜ ଭିଡିଓ ପୋଷ୍ଟ କରି ବେଶ୍ ଭାଇରାଲ ହେଉଛନ୍ତି। ଭାରତର ସର୍ବବୃହତ୍ ସେଲିବ୍ରିଟି ମ୍ୟାନେଜମେଣ୍ଟ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘କଲେକ୍ଟିଭ୍ ଆର୍ଟିଷ୍ଟ ନେଟ୍ୱାର୍କ’ କାବ୍ୟାଙ୍କୁ ପ୍ରସ୍ତୁତ କରିଛି। କାବ୍ୟାଙ୍କ ଇନ୍ଷ୍ଟାଗ୍ରାମ ବାୟୋ ଅନୁଯାୟୀ ସେ ହେଉଛନ୍ତି ଭାରତର ପ୍ରଥମ ଏଆଇ ଚାଳିତ ମା’।
-
15.ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ। ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର AIIMSର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.