-
1.ଚଳିତ ବର୍ଷ ବେଙ୍ଗଲି, ଡୋଗରି ଓ ଉର୍ଦ୍ଦୁକୁ ଛାଡ଼ି ଦେଶର ୨୧ ଭାଷାରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା ହୋଇଛି। ଓଡ଼ିଆ ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ସାନ୍ତାଳୀ ଭାଷାର ନାଟକ ପୁସ୍ତକ ‘ସେଚେଡ ସାୱନ୍ତାରେନ୍ ଅନ୍ଧା ମାନମି’ (ଶିକ୍ଷିତ ସମାଜର ଅନ୍ଧମାନେ) ପାଇଁ ମହେଶ୍ଵର ସୋରେନ ଏହି ପୁରସ୍କାର ପାଇବେ।
-
2.ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବ।
-
3.ଏକ ଦେଶ, ଏଲ ନିର୍ବାଚନ ପାଇଁ ମିଳିତ ସଂସଦ କମିଟି (ଜେପିସି) ରେ ଅନୁରାଗ ଠାକୁର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପରି ୩୧ ଜଣ ସଦସ୍ୟଙ୍କ ସାଂସଦଙ୍କ ନାମ ଜେପିସିରେ ଅନ୍ତର୍ଭୁକ୍ତ ହୋଇଛି।
-
4.ନୂଆବର୍ଷ ଅର୍ଥାତ ୨୦୨୫ ଜାନୁୟାରୀରୁ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ଏହାକୁ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ।
-
5.ଇଣ୍ଡିଆ ଫାଷ୍ଟ୍ ବ୍ୟାଙ୍କ-ହୁରୁନ୍ ଇଣ୍ଡିଆ ପକ୍ଷରୁ ଦେଶର ଶ୍ରେଷ୍ଠ ୨୦୦ ‘ନିଜ ଉଦ୍ୟମରେ ଉଦ୍ୟୋଗୀ’ ହୋଇଥିବା ତାଲିକାରେ ଓଡ଼ିଶାର ତିନି ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେଥିରେ ଓଡ଼ିଶାର ତିନି ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍, ଅଫ୍ବିଜନେସ୍ ଓ ଓକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଓ ପପର୍ଲର ସହ ପ୍ରତିଷ୍ଠାତା ରାହୁଲ ଦାଶ
-
6.ବନ୍ଦରଭିତ୍ତିକ ଶିଳ୍ପାୟନ, ବନ୍ଦର ଆଧୁନିକୀକରଣ ଓ ବନ୍ଦରକୁ ରାସ୍ତା ସଂଯୋଗ ପ୍ରଦାନ କରିବା ଲାଗି ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ୫୪ ହଜାର କୋଟି ଟଙ୍କାର ୫୩ଟି ପ୍ରକଳ୍ପ ହାତକୁ ନିଆଯାଇଛି।
-
7.ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କିଛି ଦିନ ପୂର୍ବରୁ ଟ୍ରମ୍ପ ଏହା ପୂର୍ବରୁ ଭାରତକୁ ଏକ ଶୁଳ୍କ ରାଜା(ଟେରିଫ୍ କିଙ୍ଗ୍) ବୋଲି କହି ସମାଲୋଚନା କରିଥିଲେ।
-
8.ରୁଷ୍ କ୍ୟାନସର ବିରୋଧରେ ଏକ ଏମ୍ଆର୍ଏନ୍ଏ ଟିକା ବିକଶିତ କରିଛି। ଏହି ଟିକା କର୍କଟ ରୋଗୀଙ୍କୁ ମାଗଣାରେ ବଣ୍ଟନ କରାଯିବ ବୋଲି ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓ ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆନ୍ଦ୍ରେ କାପ୍ରିନ କହିଛନ୍ତି।
-
9.ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ସାହୁ (ଆଇଏଫ୍ଏସ୍: ୧୯୯୬ ବ୍ୟାଚ୍)ଙ୍କୁ ବୁଲଗେରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି।
-
10.ମୁମ୍ବାଇ ଗେଟ୍ୱେ ଅଫ୍ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ଵିପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଆରବ ସାଗରରେ ଯାଉଥିବା ଏକ ଯାତ୍ରୀବାହୀ ବୋଟ୍ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ ନୌସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି।
-
11.ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଆବୁଝମାଡ ଜଙ୍ଗଲରେ ଗତ ୧୨ ତାରିଖ ଦିନ ହୋଇଥିବା ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ରାଓ ଓରଫ କାର୍ତ୍ତିକ ଅରଫ ଦସରୁର ମଧ୍ୟ ମୃତ୍ୟୁ ଘଟିଛି।
-
12. ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କ ସହ ଠକେଇ କରିବାକୁ ଚେଷ୍ଟା କଲେ ଆକାଉଣ୍ଟକୁ ବ୍ଲକ୍ କରାଯାଇପାରେ । ଜେଲ୍ ଯିବାକୁ ପଡିପାରେ । ଆପଣଙ୍କ ହ୍ୱାଟ୍ସଆପ୍ରୁ ପଠାଯାଇଥିବା ମେସେଜ ଉପରେ ଆଧାର କରାଯାଇ ପୁଲିସ ଏହା ଆଧାରରେ ମାମଲା ରୁଜୁ କରି ଆପଣଙ୍କୁ ଗିରଫ କରିପାରେ ।
-
13.ଆଫ୍ରିକୀୟ ଦେଶ କଙ୍ଗୋରେ ଶହେରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ: ଡଙ୍ଗା ବୁଡି ୨୫ ମୃତ, ୧୨ ଜଣ ନିଖୋଜ।
-
14.ଜାମ୍ମୁ କାଶ୍ମୀର କଠୁଆ ଜିଲ୍ଲା ଶିବାନଗରରେ ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ୬ ମୃତ, ୪ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହେଲେ।
-
15.ଭୁବନେଶ୍ଵରରେ ୧୮ ଗ୍ରାମର ସୁନା ବ୍ରେସଲେଟ ଅଳିଆରୁ ମିଳିଲା । ପ୍ରକୃତ ମାଲିକଙ୍କୁ ସ୍ୱଚ୍ଛକର୍ମୀ ଫେରାଇଲେ । ଓଦା ଶୁଖିଲା ପୃଥକୀକରଣ ଫଣ୍ଡା କାମ ଦେଲା ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.