-
1.ଏକ ଦେଶ, ଏକ ନିର୍ବାଚନ' ବିଲ୍ ଜେପିସିକୁ ପଠାଯାଇଛି। ଲୋକସଭାରେ ଗୃହରେ ଏହି ବିଲ୍ ଆଗତ ପ୍ରସ୍ତାବ ସପକ୍ଷରେ ୨୬୯ଭୋଟ୍ ପଡିଥିବାବେଳେ ଏହାର ବିରୋଧରେ ୧୯୮ ଭୋଟ୍ ପଡିଥିଲା।ଏହି ବିଲ୍କୁ ଉଭୟ ଗୃହର ମିଳିତ କମିଟି(ଜେପିସି) ନିକଟକୁ ପଠାଯାଇଛି।
-
2. ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବ।
-
3.ଓଡିଶା ସରକାର ୨୦୨୫ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ଆୟୋଜନ କରିବେ।
-
4.ଓଡିଶା ରାଜ୍ୟରେ ଥିବା ପାଞ୍ଚଟି ସ୍ଵତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍)ର ରପ୍ତାନିରେ ପାଞ୍ଚ ବର୍ଷ ମଧ୍ୟରେ ୧୬୯ ପ୍ରତିଶତର ବୃଦ୍ଧି ହୋଇଛି।୨୦୧୯-୨୦ରେ ଏସ୍ଇଜେଡ୍ରୁ ରପ୍ତାନି ୧୧,୬୫୫ କୋଟି ଟଙ୍କା ଥିଲା। ୨୦୨୩-୨୪ ସୁଦ୍ଧା ତାହା ୩୧,୩୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
-
5.ଏକ ନୂଆ ‘ଡୁ ନଟ୍ ଡିଷ୍ଟର୍ବ’ ଆପ୍ ବିକାଶ କରୁଛି ଯାହା ଆସନ୍ତା ବର୍ଷ ସୁଦ୍ଧା ଉପଲବ୍ଧ ହେବ। ଏହି ଆପ୍ ଜରିଆରେ ଅବାଞ୍ଛିତ କଲ୍ ଓ ଏସ୍ଏମ୍ଏସ୍ଗୁଡ଼ିକୁ ସହଜରେ ଅଟକାଇ ହେବ।
-
6. ଦେଶରେ ଭୋଡାଫୋନ୍ ଆଇଡିଆ (ଭିଆଇ) ୧୭ଟି ସହରରେ ୫ଜି ସେବା ଆରମ୍ଭ କରିଛି।
-
7.୬୫ ବର୍ଷ ବୟସ ଓ ତଦ୍ଦୂର୍ଦ୍ଧ୍ବ ବୟସ୍କମାନଙ୍କଠାରେ ପାରାସିଟାମଲ୍ର ପାର୍ଶ୍ଵ ପ୍ରତିକ୍ରିୟା ସ୍ୱରୂପ ଅନ୍ତ୍ରାଶୟ, ହୃତ୍ପିଣ୍ଡ ଓ ବୃକ୍କରେ ଜଟିଳତା ଦେଖାଦେଇଥାଏ ବୋଲି ଜଣାଯାଇଛି। ୟୁନାଇଟେଡ୍ କିଂଡମ୍ର ନଟିଂହାମ୍ ବିଶ୍ଵବିଦ୍ୟାଳୟର ଗବେଷକମାନେ ଚଳାଇଥିବା ଅନୁଧ୍ୟାନ ଅନୁଯାୟୀ, ଏହାର ଦୀର୍ଘକାଳୀନ ବ୍ୟବହାର ରୋଗୀଙ୍କ ଠାରେ ପାକସ୍ଥଳୀ ଘାଆ ହୋଇ ରକ୍ତସ୍ରାବ ହେବାର ଆଶଙ୍କା ବଢ଼ାଇଥାଏ।
-
8.ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଏହାର ସ୍ମେଲଟର ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍ଡବ୍ଲୁ ଏନର୍ଜି ସହ ଏକ ଯୌଥ ଉଦ୍ୟୋଗ ଘୋଷଣା କରିଛି।
-
9.ସାନ୍ତାଳୀ ଭାଷା ଅଲ୍ଚିକି ଲିପିରେ ‘କେଜି’ରୁ ‘ପିଜି’ ପର୍ଯ୍ୟନ୍ତ ଶିକ୍ଷାଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।
-
10.ଠାକରେ ପରିବାରର ମଧ୍ୟ ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ମଧ୍ୟରେ ବୁଝାମଣା ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି
-
11.ଉତ୍ତରପ୍ରଦେଶର ନିଗୋହାନ ଅଞ୍ଚଳ ଅନ୍ତର୍ଗତ ରାମପୁର ଗ୍ରାମରେ ସମ୍ପତ୍ତି ବିବାଦକୁ ନେଇ ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ବାପାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି।
-
12.ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
-
13.ଚୀନର ପ୍ରତ୍ନତାତ୍ତ୍ୱିକ ଉତଖନନ ସମୟରେ ମାଟି ତଳେ ଅନେକ ବହୁମୂଲ୍ୟ ଅଳଙ୍କାର, ସୁନା ଓ ରୁପା ମୁଦ୍ରା ପୋତି ହୋଇ ରହିଥିବା ଜଣାପଡିଥିଲା। ପ୍ରତ୍ନତତ୍ତ୍ୱବିତଙ୍କୁ ମାଟି ତଳୁ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର ମିଳିଛି।
-
14.ଓଡ଼ିଆ ତଥା କଟକ ପୁଅ ଜ୍ୟୋତି ପ୍ରକାଶ ଓଝା ମ୍ୟୁଜିଜ ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲ୍ରେ ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି।
-
15.ଟି-ବ୍ରିଜରେ ମକର ମେଳା ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ। ଜାନୁଆରୀ ୧୪ରୁ ୧୬ ଯାଏଁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ମନା କରାଯାଇଛି.
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.