• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ।
  2.  2.ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ଭାରତ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

  3. 3.ନରେନ୍ଦ୍ର ମୋଦୀ ସରକାର ସମସ୍ତ ଚାଷ ଉତ୍ପାଦକୁ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ)ରେ କିଣିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ‌ଚୌହାନ ରାଜ୍ୟସଭାରେ ନିଶ୍ଚିତ କରାଇଛନ୍ତି।

  4. 4.ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାର୍ଗାରେଟ୍‌ ମ୍ୟାକ୍‌ଲାଉଡ୍ କହିଛନ୍ତି, ଆମେରିକା ବାଂଲାଦେଶରେ ଏକ ସୁସ୍ଥ ଗଣତନ୍ତ୍ର ଦେଖିବାକୁ ଚାହୁଛି।

  5. 5.ଆୟକର ବିଭାଗ  ଦ୍ଵାରା  ଅଜିତ ପାୱାରଙ୍କ  ଦିଲ୍ଲୀର ବେନାମୀ ସଂପତ୍ତିକୁ  ଟ୍ରିବ୍ୟୁନାଲ  ଶୁକ୍ରବାର ରାୟ ଶୁଣାଇ ଏସବୁ ଜବତ ମୁକ୍ତ କରିଛନ୍ତି।

  6. 6.ପୁରୀରେ ବିନାନୁମତିରେ ସଭା, ଶୋଭାଯାତ୍ରା ଓ ମାଇକ ବ୍ୟବହାର ବେଆଇନ  ୯୦ ଦିନିଆ କଟକଣା ଲଗାଯାଇଛି  ।

  7. 7.ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACFଙ୍କ ଘରୁ  ଭିଜିଲାନ୍ସ, ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି ।

  8. 8.ବିଧାନସଭାରେ ଗୋ- ସୁରକ୍ଷା ଓ ଗୋ- ହତ୍ୟା ନିଷେଧ ବିଧେୟକ ଆଗତ ହୋଇଛି ।

  9. 9.ପରୀକ୍ଷା ଗଫଲତି ରୋକିବାକୁ ଓଡିଶା ସରକାର ଆଣିଲେ ନୂଆ ବିଲ, କଠୋର ଦଣ୍ଡ ବିଧାନ ରହିଛି ।

  10. 10.୨୮ଟି ନୂତନ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।

  11. 11.୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଲା ।

  12. 12.ଆଡିଲେଡ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଅଲଆଉଟ୍, ଅଷ୍ଟ୍ରେଲିଆ ୧ ଓ୍ବିକେଟ ବିନିମୟରେ ସଂଗ୍ରହ କରିଛି ୮୬ ରନ।

  13. 13.୨୦-ଭାରତରେ ୬ ହଜାର କୋଟି ନିବେଶ କରିବ ଚୀନ କମ୍ପାନୀ ୱାନପ୍ଲସ୍।

  14. 14.ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି।

  15. 15.ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳ ଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ଷ୍ଟେସନର ପ୍ଲାଟଫର୍ମ ସଂଯୋଗ କରୁଛି। ଶିଖରପୁର ପଟେ ଆଜି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ନୂଆ ଗେଟର ଉଦଘାଟନ କରିବେ।

  16. 16.ପେଟରେ ଗୁଳି ବାଜିବା ସତ୍ବେ ଚାଳକ ଗାଡ଼ିକୁ ୫ କି.ମି. ଚଳାଇ ୧୫ ଯାତ୍ରୀଙ୍କୁ ବିପଦରୁ ରକ୍ଷା କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଚାଳକ ଜଣକ ହେଉଛନ୍ତି ବିହାରର ହେମନ୍ତପୁର ଗ୍ରାମର ସନ୍ତୋଷ ସିଂହ। 

  17. 17.ଆଜିଠୁ ରାଜ୍ୟରେ ଖସିବ ପାରଦ, ବଢିବ ଶୀତ: ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ସମ୍ଭାବନା ରହିଛି ।

  18. 18.ହିମାଚଳ ପ୍ରଦେଶରେ ଶନିବାର ସକାଳେ ଭୂମିକମ୍ପ ଝଟକା ଅନୁଭବ ହୋଇଛି। ମଣ୍ଡି ସହରରେ ଭୂକମ୍ପ ଝଟକା ଥରେ ନୁହେଁ ବରଂ ୩ ଥର ଅନୁଭୂତ ହୋଇଛି।

  19. 19.କାର୍‌ କିଣିବାକୁ ଯୋଜନା କରୁଥିବା ଲୋକମାନଙ୍କୁ ପକେଟ୍‌ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ। କାରଣ ଦେଶର ପ୍ରମୁଖ କାର୍‌ ନିର୍ମାତାମାନେ ଜାନୁଆରିରୁ ଦାମ୍‌ ବଢ଼ାଇବେ।

  20. 20.ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନ କରି ୧୩ଟି ବୃହତ୍ ଶିଳ୍ପ କମ୍ପାନି ଓହରି ଯାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.