-
1.ବ୍ୟବସାୟ କରିବା ଲାଗି ଲାଞ୍ଚ ଦେବା ଏକ ଆବଶ୍ୟକତାରେ ପରିଣତ ହୋଇଯାଇଛି। ଲୋକାଲ୍ସର୍କଲ୍ସ ପକ୍ଷରୁ ଦେଶର ୧୫୯ ଜିଲ୍ଲାରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି।
-
2.ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ (ଇଭି) ଶିଳ୍ପରେ ସେବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ କମ୍ କରିବା ଲାଗି ଉତ୍ପାଦନକାରୀ କମ୍ପାନିଗୁଡ଼ିକ ସର୍ଭିସ ନେଟ୍ୱର୍କ ବଢ଼ାଇବା ଉପରେ ଧ୍ୟାନ ଦେଉଛନ୍ତି।
-
3. ଦେଶରେ ଚୀନ୍ ସହିତ ବ୍ୟବସାୟ କରିବାକୁ ଏକ ନିଷେଧାଦେଶ ରହିବା ସତ୍ତ୍ବେ ୱାସିରେ ଥିବା କୃଷି ଉତ୍ପାଦନ ଏବଂ ପଶୁପାଳନ ବଜାର କମିଟି(ଏପିଏମସି)ର ଆଳୁ-ପିଆଜ ବଜାରରେ କିଛି ବ୍ୟବସାୟୀ ଲାଭ ପାଇବା ପାଇଁ ଚୀନ୍ରୁ ଆମଦାନୀ ହୋଇଥିବା ରସୁଣ ବିକ୍ରି କରୁଛନ୍ତି।
-
4.ମିଛ ପଞ୍ଜୀକରଣ ଚଳିତବର୍ଷ ପ୍ରଥମଥର ହୋଇନି। ଗତ ବର୍ଷଗୁଡ଼ିକରେ ବି ସାଟେଲାଇଟ୍ ସର୍ଭେରୁ ହଜାର ହଜାର ମିଛ ପ୍ଲଟ୍ ଧରାପଡ଼ିଥିଲା। ୨୦୨୨-୨୩ ବର୍ଷରେ ୭୬୧୫ ମିଛ ପ୍ଲଟ୍କୁ ସାଟେଲାଇଟ୍ ଧରିଥିବା ବେଳେ ୨୦୨୩-୨୪ ବର୍ଷରେ ୧୩ହଜାର ୧୬୭ ମିଛ ପ୍ଲଟ୍ ଧରାପଡ଼ିଥିଲା।
-
5.ଢେଙ୍କାନାଳ ଜିଲ୍ଲାରେ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ବଢ଼ି ଚାଲିଛି।ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ରେ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ୫୦୦ ଟପିଲାଣି। ହିନ୍ଦୋଳ, ଢେଙ୍କାନାଳ ସଦର, ଓଡ଼ାପଡ଼ା ବ୍ଲକ୍ରେ ଏହି ସଂଖ୍ୟା ୩୦୦ ଲେଖାଏଁ ପାର କଲାଣି।
-
6.ଜାତୀୟ ପଞ୍ଚାୟତ ପୁରସ୍କାରରେ ଓଡ଼ିଶା ମୋଟ୍ ୭ଟି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି
-
7.ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ।
-
8.କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍ କୁଟ୍ଟେ। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ।
-
9.ଜମ୍ମୁ କାଶ୍ମୀର ଉଦ୍ଦମପୁର ନିକଟରେ ପୁଲିସ ବସ୍ ଭିତରୁ ଦୁଇ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର.. ପରସ୍ପର ମଧ୍ୟରେ ଝଗଡାରୁ ଏକେ ୪୭ ରାଇଫଲରେ ଗୁଳିକାଣ୍ଡ ସନ୍ଦେହ.. ଅନ୍ୟ ଜଣେ ଆହତ ସୂଚନା..
-
10.ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ଲାଗୁ କରାଯିବ ଏବଂ ରାଜ୍ୟ ସରକାର ବର୍ଷକୁ ଏଥିପାଇଁ ୩ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅତିରିକ୍ତ ବଜେଟରେ ମଧ୍ୟ ବ୍ୟୟବରାଦ କରାଯାଇଛି।
-
11.ରୁଷିଆ ସହ ପାଖାପାଖି ୩ ବର୍ଷ ହେଲା ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍ର ୪୩,୦୦୦ ସୈନ୍ୟ ନିହତ ହେଲେଣି।
-
12.ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ହିନ୍ଦୁ ସମ୍ପ୍ରଦାୟ ଆକ୍ରୋଶର ଶିକାର ହୋଇଛି। କମ୍ପାନୀ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ ଲାଗିବାରୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।
-
13.ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
14.ଗତ ଆର୍ଥତ୍କ ବର୍ଷ ସୁଦ୍ଧା ରେଲଓ୍ବେ ୨.୫୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିଲାବେଳେ ୧,୩୨,୦୦୦ କି.ମି.ରୁ ଅଧିକ ରେଳ ଲାଇନ୍ ବିଛାଇଛି
-
15.୧୯୬୦-୭୦ ଦଶକରେ ବଲିଉଡର ରାଜ୍ କରୁଥିବା ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ ହୋଇ ପଡିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.