• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

  2. 2.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ଡେମୋକ୍ରାଟ୍ ତୁଳସୀ ଗବାର୍ଡଙ୍କୁ ତାଙ୍କ ପ୍ରଶାସନ ଅଧୀନରେ ଥିବା ନ୍ୟାସନାଲ ଇଣ୍ଟେଲିଜେନ୍ସ (ଡିଏନ୍ଆଇ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି।

  3. 3.ଏକାଥରକେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।, ୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଅନନ୍ତ ମହାପାତ୍ର ଜୀବନବ୍ୟାପୀ ସାଧନା ପାଇଁ ପାଇବେ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’।

  4. 4.୨୦୨୨ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଦମନ’ ମନୋନୀତ ହୋଇଛି। ୨୦୨୧ ମସିହା ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତିଶ କୁମାର ରାଉତଙ୍କ ‘ଡାଲ୍‌ଚିନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ୨୦୨୦ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିଶ୍ୱନାଥ ପଟ୍ଟନାୟକଙ୍କ ଫିଲ୍ମ ‘ସହିଦ୍‌ ରଘୁ ସର୍ଦ୍ଦାର’କୁ ମନୋନିତ କରାଯାଇଛି।

  5. 5.ଭାରତୀୟ ମାନକ ବ୍ୟୁରୋ ୨୦୨୪ ନଭେମ୍ବର ୫ରୁ ଚତୁର୍ଥ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆରମ୍ଭ କରିଛି, ଯାହା ଅଧୀନରେ ଦେଶର ଆଉ ୧୮ଟି ଜିଲ୍ଲାରେ ଅତିରିକ୍ତ ହଲମାର୍କିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ୧୮ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ଦୁଇଟି ଜିଲ୍ଲା ସୁନ୍ଦରଗଡ଼ ଓ ନୟାଗଡ଼ ରହିଛି ।

  6. 6.ଦିଲ୍ଲୀ ପ୍ରଦୂଷଣ ଉତ୍କଟ ରୂପ ନେଇଛି। ବାୟୁ ଗୁଣବତ୍ତାରେ ଉଦ୍‌ବେଗଜନକ ସ୍ଥିତିକୁ ଦେଖି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ (ସିଏକ୍ୟୁଏମ୍) ନିଷ୍ପତ୍ତି ନେଇଛି।

  7. 7.ଆସନ୍ତା ୨୯ ତାରିଖରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ।

  8. 8.ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରୁ ଋଣ ନେବା ମହଙ୍ଗା ହେବ। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍) ବା ସର୍ବନିମ୍ନ ସୁଧହାରରେ ୦.୦୫% ବୃଦ୍ଧି ଘୋଷଣା କରିଛି।

  9. 9.ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ ହୋଇଛନ୍ତି। ମହେଶ କୁମାର ଦେବ ନଗର (ୱାର୍ଡ ନଂ ୮୪)ର କାଉନସିଲର।

  10. 10.କେନ୍ଦ୍ର ସରକାର ଏବେ କୋଚିଂ ସଂସ୍ଥାମାନଙ୍କ ଉପରେ ମିଛ ବିଜ୍ଞାପନକୁ ନେଇ ଅଙ୍କୁଶ ଲଗାଇଛନ୍ତି | ସେମାନେ ବିଜ୍ଞାପନ ମାଧ୍ୟମରେ ଭ୍ରମ ସୃଷ୍ଟି କରିପାରିବେ ନାହିଁ | ୧୦୦ ପ୍ରତିଶତ ଚୟନ କିମ୍ବା ୧୦୦ ପ୍ରତିଶତ ଚାକିରି ଗ୍ୟାରେଣ୍ଟି ଭଳି ମିଥ୍ୟା ଦାବି ଯେଭଳି ବିଜ୍ଞାପନରେ ପ୍ରଦର୍ଶିତ ନ ହେବ ସେଥିପାଇଁ କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

  11. 11.ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଭାରତରେ ପ୍ରଥମ "ସାଟେଲାଇଟ୍-ଟୁ-ଡିଭାଇସ୍" ସେବା ଆରମ୍ଭ କରିଛି, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂଯୋଗ ଯୋଗାଇବ।

  12. 12.ବିଶ୍ଵସ୍ତରୀୟ ବିମାନ ନିର୍ମାତା ବୋଇଂ କର୍ମଚାରୀ ଛଟେଇ ଭଳି କଠୋର ନିଷ୍ପତ୍ତି ନେଇଛି। ଏହା ୧୭ ହଜାର କର୍ମଚାରୀଙ୍କୁ ବିଦା କରିବ ଯାହା କମ୍ପାନିର ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଅଟେ ।

  13. 13.ଚୀନ୍ ସରକାର ପ୍ରୋତ୍ସହନ ପ୍ୟାକେଜ୍ ଘୋଷଣା କରିବା ପରେ ଅସ୍ଥିର ହୋଇପଡ଼ିଥିବା ଭାରତୀୟ ଷ୍ଟକ୍ ବଜାରରେ ନିବେଶକମାନେ ବିପୁଳ କ୍ଷତି ସହିଲେଣି। ଗତ ଦେଢ଼ ମାସ ମଧ୍ୟରେ ୪୮.୫ ଲକ୍ଷ କୋଟି ଟଙ୍କା ଡୁବିଯାଇଛି।

  14. 14.ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଏକ ବିଶାଳ ଯୌଥ ଉଦ୍ୟୋଗ ସୃଷ୍ଟି ହୋଇଛି।

  15. 15.ଏମସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୭୨୮୬୭ ଟଙ୍କାକୁ ହ୍ରାସ ପାଇଛି ଓ ରୁପା କିଲୋଗ୍ରାମ ପିଛା ୮୮୦୩୨ ଟଙ୍କାକୁ ହ୍ରାସ ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ୧୦ ଗ୍ରାମ ପିଛା ୩୪୦୦ ଟଙ୍କା ଓ ରୁପା କିଲୋ ପିଛା ୩୨୦୦ ଟଙ୍କା ହ୍ରାସ ପାଇଛି ।

  16. 16.ବିପଦରେ ୧୩୦୦ ଶତାବ୍ଦୀର ସଂରକ୍ଷିତ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର। ମନ୍ଦିରଠାରୁ ମାତ୍ର ଅଢ଼େଇ ମିଟର ଦୂରରେ ପ୍ରତିଦିନ କାଠଚୂଲିରେ ରୋଷେଇ ହେଉଛି। ନିଆଁଧୂଆଁ ବାଜି ମନ୍ଦିର କ୍ଷୟ ହେଉଛି। ସେହିପରି ମନ୍ଦିରକୁ ଲାଗିଥିବା ଐତିହ୍ୟ କୂଅକୁ ପୋତି ଦିଆଯାଇଛି।

  17. 17.ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ମହାବଳ ବାଘୁଣୀ ‘ଯମୁନା’ ପରେ ଆସି ପହଞ୍ଚିଛି ‘ଗଙ୍ଗା’। ଗଙ୍ଗାକୁ ବି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଅଣାଯାଇଛି।

  18. 18.ସାଧାରଣ ନିର୍ବାଚନ ପରଠାରୁ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ କାମ ବନ୍ଦ ହୋଇ ପଡ଼ିଛି କଟକ ଜିଲ୍ଲାର ୧୪ଟି ବ୍ଲକ୍‌ରେ। କାମ କେଉଁଠି ଅଧାପନ୍ତରିଆ ହୋଇ ପଡ଼ିଛି ତ କେଉଁଠି ଆଦୌ ଆରମ୍ଭ ହୋଇପାରିନି। ସ୍ଥିତି ଏମିତି ହେଲାଣି ଯେ, ଟେଣ୍ଡର ପାଇଥିବା ସଂସ୍ଥା ଏବେ କାମରୁ ଓହରିବାକୁ ବସିଲେଣି।

  19. 19.ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ମୂଲ୍ୟ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିଛା ୫ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିଛା ୮ଟଙ୍କା ୮୨ ପଇସା ଲେଖାଏଁ ପ୍ରଦାନ କରାଯାଇଛି।

  20. 20.ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟାରେ ପ୍ରଥମଥର ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ସମେତ ୮ଟି ଦେଶର କଳାକାର ବାଲିଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.