-
1.ବ୍ରିଟେନ୍ର ଲେଖିକା ସାମନ୍ତା ହାର୍ଭେ ଚଳିତ ବର୍ଷ ପାଇଁ ସମ୍ମାନଜନକ ବୁକର ପୁରସ୍କାର ବିଜୟୀ ହୋଇଛନ୍ତି। ହାର୍ଭେ ତାଙ୍କର ଉପନ୍ୟାସ ‘ଅର୍ବିଟାଲ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ବିଭିନ୍ନ ଦେଶର ୬ଜଣ ମହାକାଶଚାରୀ ୨୪ ଘଣ୍ଟା ବିତାଇବା ଘଟଣାକୁ ନେଇ ହାର୍ଭେ ‘ଅର୍ବିଟାଲ’ ଉପନ୍ୟାସ ଲେଖିଛନ୍ତି।
-
2.ଓଡିଶାର ଅଗ୍ନିଶମ ବିଭାଗରେ ହୋମ୍ଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ ବୋଲି ହାଇକୋର୍ଟ ଏ ସମ୍ପର୍କିତ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
-
3.ଓଡିଶା ସରକାରୀ ଚାକିରି ପାଇଁ ହେଉଥିବା ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଆଣିବା ସକାଶେ ରାଜ୍ୟ ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ-୨୦୨୪ ଆଣିବେ।
-
4.ପୁରୀ ବେଦାନ୍ତ ବିଶ୍ଵବିଦ୍ୟାଳୟ ପାଇଁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା, ଯେଉଁମାନଙ୍କ ଜମି ଅଧିକୃତ ହୋଇଥିଲା ସେମାନଙ୍କୁ ଚିହ୍ନଟ କରାଯାଇ ପଟ୍ଟାରେ ଆବଶ୍ୟକ ପରିବର୍ତ୍ତନ କରି ଫେରସ୍ତ କରାଯିବ।
-
5.କେନ୍ଦ୍ର ସରକାର କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍)ର ପ୍ରଥମ ମହିଳା ସଂରକ୍ଷିତ ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି।
-
6.ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୪୩ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ୬୬ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।
-
7.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ ଅମଲାତନ୍ତ୍ରରେ ବଡ଼ ଧରଣର ସୁଧାର ଆଣି ପାଇଁ ସରକାରୀ ଦକ୍ଷତା ବିଭାଗ ‘ଡୋଗି’ (ଡିଓଜିଇ) ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାର ନେତୃତ୍ୱ ନେବା ପାଇଁ ସେ ‘ମହାନ’ ଏଲନ୍ ମସ୍କ ଏବଂ ‘ଆମେରିକୀୟ ଦେଶପ୍ରେମୀ’ ଭାରତୀୟ-ଆମେରିକୀୟ ବିବେକ ରାମସ୍ୱାମୀଙ୍କୁ ମନୋନୀତ କରିଛନ୍ତି।
-
8.ଶ୍ରୀଲଙ୍କାରେ ସଂସଦୀୟ ନିର୍ବାଚନ ୧୪ ନଭେମ୍ବରରେ ଅନୁଷ୍ଠିତ ହେବ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ନୂଆ ରୂପ ଦେବା ପାଇଁ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି।
-
9.ଓଡ଼ିଶାର ମହାନଗର ନିଗମଗୁଡ଼ିକ ଆର୍ଥିକ ଅନୁଷ୍ଠାନରୁ ଅଧିକ ଋଣ କରୁଛନ୍ତି। ଏହା ପାଇଁ ସହରବାସୀଙ୍କ ମୁଣ୍ଡରେ ୨୦୨୨-୨୩ରେ ୧୨୫୮ ଟଙ୍କା ଥିଲା ଯାହା ଦେଶରେ ସର୍ବାଧିକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
-
10.୧୭,୯୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ୍ରେ ଇଭି ଚାର୍ଜିଂ ସୁବିଧା ରହିଛି। ସେଥିରୁ ୯୫ ପ୍ରତିଶତରୁ ଅଧିକ ପେଟ୍ରୋଲ୍ ପମ୍ପ୍ ସରକାରୀ ତୈଳ କମ୍ପାନିଗୁଡ଼ିକ ଅଧୀନରେ ରହିଛି। ଦୁଇ ବର୍ଷ ପୂର୍ବେ ମାତ୍ର ୪୧୦୦ଟି ପେଟ୍ରୋଲ୍ ପମ୍ପ୍ରେ ଇଭି ଚାର୍ଜିଂ ସୁବିଧା ଥିଲା।
-
11.ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ କ୍ଵିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
-
12.ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାପାଇଁ ମୋହନ ମାଝୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ଟି ନୂଆ ଯୋଜନା ସହ ମୋଟ ୫ଟି ଯୋଜନାରେ ୪୭୫୮.୭୬କୋଟି ଟଙ୍କା ବ୍ୟୟବରାଦ ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରସ୍ତାବ ଉପରେ ଆଜି ରାଜ୍ୟ କ୍ୟାବିନେଟ୍ ମୋହର ମାରିଛନ୍ତି ।
-
13.ଓଡିଶା ସରକାର ନିଜସ୍ୱ ନୂଆ ରାଜ୍ୟ ଯୋଜନା ‘ଗୋମାତା’ରେ ୩ବର୍ଷରେ ୩୪୨.୬୫କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ବର୍ଷରେ ୧୦୩୧.୧୯କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
-
14.ନୂଆଧରଣର ଏହି ଠକେଇରେ ପ୍ରଥମେ ଆପଣଙ୍କ ପାଖକୁ ଜନ୍ମଦିନ ବା ବିବାହ ନିମନ୍ତ୍ରଣ କାର୍ଡର ଏକ APK ଫାଇଲ୍ ଆସିବ। ଯଦି ଆପଣ ଏହାକୁ ଡାଉନଲୋଡ୍ ପାଇଁ କ୍ଲିକ୍ କରୁଛନ୍ତି, ତା’ହେଲେ ଆପଣଙ୍କ ମୋବାଇଲର ପୂରା ଆକ୍ସେସ୍ ସହ ବ୍ୟକ୍ତିଗତ ତଥ୍ୟ ଲୁଟେରାଙ୍କ ହାତକୁ ପଳାଇଯିବ। ଆଉ ତା’ପରେ ମୋବାଇଲ୍ ସହ ଲିଙ୍କ ବ୍ୟାଙ୍କ ଆକାଉଣ୍ଟର ଟଙ୍କା, ପର୍ସନାଲ୍ ଡିଟେଲ୍ସ ସବୁ ଗୋଲ୍।
-
15.ଗୁଜରାଟ ଟାଇଟନ୍ସରେ ଯୋଗଦେଲେ ଭାରତୀୟ ଦଳର ପୂର୍ବତନ ୱିକେଟ କିପର ବ୍ୟାଟର ପାର୍ଥିବ ପଟେଲ। ପାର୍ଥିବଙ୍କୁ ସହାୟକ ଓ ବ୍ୟାଟିଂ କୋଚ୍ ଭାବରେ ନିଯୁକ୍ତ କରିଛି ଗୁଜରାଟ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.