• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବରିଷ୍ଠ ସିନେଟର ମାର୍କୋ ରୁବିଓଙ୍କୁ ବୈଦେଶିକ ସଚିବ (ବିଦେଶ ମନ୍ତ୍ରୀ) ପଦ ପାଇଁ ମନୋନୀତ କରିଛନ୍ତି।

  2. 2.ପ୍ରଧାନବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଙ୍ଗଳବାର କହିଛନ୍ତି ଯେ ମାମଲାର ଜରୁରୀ ତାଲିକାଭୁକ୍ତ ଓ ଶୁଣାଣି ପାଇଁ କୌଣସି ମୌଖିକ ଅନୁରୋଧକୁ ଅନୁମତି ଦିଆଯିବ ନାହିଁ। ଓକିଲମାନଙ୍କୁ ଏଥିପାଇଁ ଇମେଲ୍ କିମ୍ବା ଲିଖିତ ଚିଠି ପଠାଇବାକୁ ପଡ଼ିବ।

  3. 3.ନେତାନ୍ୟାହୁ ସରକାରଙ୍କ ଅର୍ଥମନ୍ତ୍ରୀ ସ୍ମୋଟ୍ରିଚ୍ ୱେଷ୍ଟବ୍ୟାଙ୍କ ଦଖଲ କରିବା ଯୋଜନା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଆସନ୍ତା ବର୍ଷ ସୁଦ୍ଧା ୱେଷ୍ଟବ୍ୟାଙ୍କରେ ଇସ୍ରାଏଲର ସାର୍ବଭୌମତ୍ୱ ରହିବ।

  4. 4.ଓଡିଶାର ମୋଟୁ ଠାରେ ୧୦୦ରୁ ଉର୍ଦ୍ଧ୍ବ ଏକର ଜମି ଜବରଦଖଲ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ। ଏନେଇ ନିଜ ଆଡୁ ମାମଲା ରୁଜୁ କରିବା ସହ ପିସିସିଏଫ ଓ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  5. 5.ଓଡିଶାରେ ଆସନ୍ତାବର୍ଷ ୨୦୨୫ ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୨୬ ଟି ସରକାରୀ  ଓ ୮ଟିଇଚ୍ଛାଧୀନ ଛୁଟି ଦିବସ ରହିଛି ।

  6. 6.ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦କୁ ଓଡ଼ିଶା ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ପିଏମ୍‌ ସୂର୍ଯ୍ୟଘର ଯୋଜନାକୁ ଅଧିକ ଆକର୍ଷିତ କରିବାକୁ ଓଡ଼ିଶା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚିନ୍ତା କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି।

  7. 7.ନିବେଶ ଜରିଆରେ ପାଣ୍ଠି ସୃଷ୍ଟି କରିବାକୁ ଆଗ୍ରହୀ ନିବେଶକମାନଙ୍କ ଲାଗି ଏକ ନୂଆ ରଣନୀତି ବେଶ୍ ଚର୍ଚ୍ଚାରେ ରହିଛି। ତାହା ହେଉଛି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’। ଏଥ‌ିରେ ସେଭଳି ସମ୍ପତ୍ତିକୁ ଚିହ୍ନଟ ଓ ଚୟନ କରାଯାଉଛି ଯାହା ଆଗକୁ ବଢ଼ିବାର ସମ୍ଭାବନା ରହିଛି।

  8. 8.ରାଜଧାନୀ ଭୁବନେଶ୍ବରରେ ସୁନା ଓ ରୁପା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ମଙ୍ଗଳବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୩୫୦ ଟଙ୍କା ହ୍ରାସ ପାଇ ୭୦,୮୫୦ ଟଙ୍କାକୁ ଖସିଆସିଛି।

  9. 9.ପେପସିକୋ, ୟୁନିଲିଭର, ଡେନୋନ୍ ପରି କମ୍ପାନିଗୁଡିକ ଭାରତ ସମେତ ସାରା ବିଶ୍ୱରେ ଅନେକ ପ୍ରକାରର ଉତ୍ପାଦ ବିକ୍ରି କରନ୍ତି। ଏଟିଏନ୍‌ଆଇ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ଏହି କମ୍ପାନିଗୁଡିକ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଖରାପ ଗୁଣବତ୍ତା ଉତ୍ପାଦ ବିକ୍ରି କରୁଛନ୍ତି।

  10. 10.ଚୀନ୍‌ର ଜୁହାଇ ସ୍ଥିତ ଏକ ଷ୍ଟାଡିୟମର ସ୍ପୋର୍ଟ‌୍ସ ସେଣ୍ଟର ବାହାରେ ଶତାଧିକ ଲୋକ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି  ଏକ ଏସ୍‌ୟୁଭି କାର୍‌ ଲୋକଙ୍କ ଉପରେ ମଡ଼ାଇ ଚାଲିଥିଲା। ଏହି ଘଟଣାରେ ୩୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି।

  11. 11.ଝାଡ଼ଖଣ୍ଡ‌ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ।। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେଉଛି।

  12. 12.ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଲାଗିଥିବାବେଳେ ଭାରତୀୟ ଟଙ୍କା ଚାପଗ୍ରସ୍ତ ହୋଇ ଶେଷରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୪.୪୧୨୫ ରହିଥିଲା।

  13. 13.ମହମ୍ମଦ ଶାମି ଶେଷ ଥର ପାଇଁ ଏକ ଦିବସୀୟ ବିଶ୍ୱକପ ୨୦୨୩ରେ ଭାରତ ପାଇଁ ଖେଳିଥିଲେ। ଏହା ପରେ ସେ ଅସ୍ତ୍ରୋପଚାର ହେତୁ କ୍ରିକେଟରୁ ଦୂରେଇ ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି।

  14. 14.ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ନିର୍ଦ୍ଦେଶ ଦିଆଯାଇଥିଲା।

  15. 15.ଆଫଗାନିସ୍ତାନ କ୍ରିକେଟ ଦଳକୁ ଉଚ୍ଚ ସ୍ଥାନକୁ ନେବାରେ ମହମ୍ମଦ ନବି ଏକ ମହତ୍ୱପୂର୍ଣ ଅବଦାନ ରଖିଛି। କିନ୍ତୁ ହଠାତ୍‌ ସେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.