• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେଉଛି। ନଭେମ୍ବର ୧୨ ରୁ ୧୪ ତାରିଖ ଯାଏଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

  2. 2.ସମଗ୍ର ମହାଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ଉନ୍ନତିକୁ ଆଲୋକପାତ କରିଛି , କ୍ୟୁଏସ୍ ଏସିଆ ରାଙ୍କିଙ୍ଗ୍ ୨୦୨୫ର ଶ୍ରେଷ୍ଠ ୫୦ ମଧ୍ୟରେ ଦୁଇଟି ଏବଂ ଶ୍ରେଷ୍ଠ ୧୦୦ ମଧ୍ୟରେ ୭ଟି ଅନୁଷ୍ଠାନ ରହିଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟିଡି) ୪୪ତମ ସ୍ଥାନରେ ରହିଛି।

  3. 3.ହସିନାଙ୍କ ବିରୋଧ​‌​‌ର ଏକାଧିକ ମାମଲା ବର୍ତ୍ତମାନ ବାଂଲାଦେଶ ଅଦାଲତରେ ବିଚାରାଧୀନ ଥିବାରୁ ହସିନାଙ୍କୁ ସ୍ବଦେଶ ଫେରାଇ ଆଣିବା ଜରୁରୀ ହୋଇପଡିଛି।

  4. 4.ମୋର୍ଗାନ୍ ଷ୍ଟାନ୍‌ଲିର ଏକ ରିପୋର୍ଟ ଅନୁସାରେ ଗତ ୧୦ ବର୍ଷ ଭିତରେ ଷ୍ଟକ୍ ବଜାର ନିବେଶରୁ ଭାରତୀୟ ପରିବାରଗୁଡ଼ିକ ୧ ଟ୍ରିଲିୟନ୍ ଡଲାର ଆୟ କରିଛନ୍ତି । ଭାରତୀୟ ପରିବାରଗୁଡ଼ିକର ସମ୍ପତ୍ତି ଗତ ୧୦ ବର୍ଷରେ ୮.୫ ଲକ୍ଷ କୋଟି ଡଲାର ବଢ଼ିଛି।

  5. 5.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ‌ଏହାର ସର୍ବନିମ୍ନ ବେତନ ସୀମାକୁ ବଢ଼ାଇବା ଉପରେ ବିଚାର କରୁଛି। ବର୍ତ୍ତମାନ ଏହି ସୀମା ମାସିକ ୧୫ ହଜାର ଟଙ୍କା ରହିଛି। ତାହାକୁ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

  6. 6.ଓଡ଼ିଶା ଟେକ୍ସଟାଇଲ୍‌ ମାନୁଫାକ୍‌ଚରିଂ (ଓଟିଏମ୍‌) ପ୍ରାଇଭେଟ୍ ଲିମିଟେଡ୍‌ ଖୋର୍ଦ୍ଧାରେ ୫୧.୮୦ କୋଟି ଟଙ୍କା ନିବେଶ କରି ଏହା ଅତ୍ୟାଧୁନିକ ସୂତାକଳ ସ୍ଥାପନ କରିବ।

  7. 7.ସଂସଦୀୟ ନିର୍ବାଚନରେ ​​ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ ପରାଜୟ ଗ୍ରହଣ କରିଛନ୍ତି।ବିରୋଧୀଦଳ ନେତା ନବୀନ ରାମଗୁଲାମ ତୃତୀୟ ଥର ପାଇଁ ତାଙ୍କ ସହଯୋଗୀ ଦଳର ଆଲିଆନ୍ସ ଅଫ୍ ଚେଞ୍ଜର ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି।

  8. 8.ମଣିପୁର ହିଂସା ଜୋରଦାର ହୋଇଛି। ମଣିପୁରର ଜିରିବାମ୍‌ ଜିଲ୍ଲାରେ ସିଆରପିଏଫ୍‌ ଯବାନଙ୍କ ସହ ଗୁଳିମାଡ଼ରେ ୧୧ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ନିପାତ ହୋଇଛନ୍ତି। ଉଗ୍ରପନ୍ଥୀଙ୍କ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୨ ଜଣ ସିଆରପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି। 

  9. 9.୨୦୧୫ରୁ ସେବା ପ୍ରଦାନ କରୁଥିବା ଏୟାରଲାଇନ୍ ଭିସ୍ତାରା ଏହାର ପରିଚୟ ହରାଇଛି। ଆଉ ଆକାଶରେ ଭିସ୍ତାରା ନାଁର ବିମାନ ଦେଖିବାକୁ ମିଳିବ ନାହିଁ।

  10. 10.କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାର ହାନାକେରେ ଗ୍ରାମରେ ଥିବା ଶତାବ୍ଦୀ ପୁରୁଣା କାଳଭୈରବେଶ୍ୱର ସ୍ୱାମୀ ମନ୍ଦିରରେ ଦଳିତଙ୍କ ପ୍ରବେଶକୁ ନେଇ ପ୍ରଥମେ ଉତ୍ତେଜନା ସୃ‌ଷ୍ଟି ହୋଇଥିଲେ ମଧ୍ୟ ପରେ ତା’ର ସମାଧାନ ହୋଇଯାଇଛି।

  11. 11.ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ପୂରଣ ଯାଏଁ ଛୁଟି ନେଇପାରିବେ। ଗୋଟିଏ ମାସରେ ଗୋଟିଏ ଦିନହିଁ ଛୁଟି ମିଳିପାରିବ।

  12. 12.ବିମାନ ସେବା କମ୍ପାନି ଘୋଷଣା କରିଛି ଯେ ବିମାନ ଯାତ୍ରା ସମୟରେ ହିନ୍ଦୁ ଓ ଶିଖମାନଙ୍କୁ ଆଉ 'ହଲାଲ' ପ୍ରମାଣିତ ଭୋଜନ ଦିଆଯିବ ନାହିଁ। ସେହିପରି ହଲାଲ୍ ପ୍ରମାଣିତ ଖାଦ୍ୟକୁ ସ୍ପେଶାଲ ମିଲ୍ ବୋଲି କୁହାଯିବ ।

  13. 13.ପଞ୍ଜାବ କୃଷକମାନଙ୍କ ଦ୍ବାରା ନଡ଼ା ଜାଳିବାକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି କୃଷକଙ୍କ ଆବେଦନ ଶୁଣିବାକୁ ବି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।

  14. 14.ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ଜାମିନ୍‌ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମ୍‌କୋର୍ଟ। ତାଙ୍କ ନାମରେ ଦୁଷ୍କର୍ମ ଓ ନିର୍ଯାତନାର ଏକାଧିକ ମାମଲା ରହିଛି।

  15. 15.ଅଧିକାଂଶ ରାଜ୍ୟ ସରକାରୀ ଅଧିକାରୀ ଓ କମର୍ଚାରୀ ନିଜ ବଦଳି ଓ ନିଯୁକ୍ତି ପାଇଁ ବିଭିନ୍ନ ସ୍ତରରେ ଚାପ ପକାଉଛନ୍ତି। ଏଣିକି ନିଜ ଇଚ୍ଛା ମୁତାବକ ବଦଳି ଓ ନିଯୁକ୍ତି ନେଇ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଚାପ ପକାଉଥିବା ପ୍ରମାଣ ମିଳିଲେ, ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.