• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଜି ସୁପ୍ରିମକୋର୍ଟ ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଞ୍ଜୀବ ଖନ୍ନା। ତେବେ ତାଙ୍କ କାର୍ଯ୍ୟକାଳ ରହିବ ମାତ୍ର ୬ ମାସ। ତାଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ମେ' ୧୩ରେ ସରିବ।

  2. 2.ପ୍ରଧାନ ବିଚାରପତି ପଦରୁ ଅବସର ନେବା ପୂର୍ବରୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ବୁଲ୍‌ଡୋଜର୍ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଚୂଡ଼ାନ୍ତ ରାୟରେ କହିଛନ୍ତି ଯେ ସମ୍ପତ୍ତି ନଷ୍ଟ ଧମକ ଦେଇ ନାଗରିକଙ୍କ ସ୍ୱରକୁ ଚୁପ୍ କରାଯିବା ଉଚିତ ନୁହେଁ।

  3. 3.ଚଳିତ ବର୍ଷ ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

  4. 4.ଇସ୍ରାଏଲ ଲେବାନନରେ ପେଜର ବିସ୍ଫୋରଣ କରିଥିଲା । ପେଜର ଆଟାକ କରିବା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଅନୁମତି ଦେଇଥିବା କଥା ନିଜେ ସ୍ୱୀକାର କରିଛନ୍ତି।

  5. 5.ଆର୍ମିର ୧୬ କ୍ରପ୍ସ ଏକ୍ସରେ ପୋଷ୍ଟ କରି କହିଛି ଯେ ଜେସିଓ ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦ ନିରୋଧ ଅପରେସନ ବେଳେ ସହିଦ ହୋଇଛନ୍ତି। କିସ୍ତୱାର ଭାରତ ରିଡଗେ ଠାରେ ଚାଲିଥିବା ଜଏଣ୍ଟ ଅପରେସନ ବେଳେ ଏପରି ଘଟଣା ଘଟିଛି।

  6. 6.ବଡ଼ ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶ ସରକାର। ଏଣିକି କୌଣସି ସରକାରୀ ଏଜେନ୍ସି ଅଧିକୃତ ବିଭାଗର ବିନା ଅନୁମତିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଫଟୋ ଗଣମାଧ୍ୟମରେ ସାର୍ବଜନୀନ କରିପାରିବେ ନାହିଁ।

  7. 7.ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

  8. 8.ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଦଲା ଓରଫ ଅର୍ଶ ଦଲାକୁ କାନାଡା ପୁଲିସ ଗିରଫ କରିଛି।

  9. 9.ଇସ୍ରାଏଲ ପକ୍ଷରୁ ଶନିବାର ରାତିରେ ଲେବାନନ୍‌ ରାଜଧାନୀ ବେରୁଟ୍‌ ସହରର ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୪୦ ଜଣ ପ୍ରାଣ ହରାଇଛନ୍ତି।

  10. 10.ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଚେତାବନୀ ସତ୍ତ୍ୱେ ଡରିଲାନି ଇସ୍କନର ଆମେରିକା ହ୍ୟୁଷ୍ଟନ ୟୁନିଟ୍ ନଭେମ୍ବର ୯ ତାରିଖରେ ଆୟୋଜିତ ରଥଯାତ୍ରା ବା ଫେଷ୍ଟିଭାଲ ଅଫ୍ ବ୍ଲିସରେ ନନ୍ଦିଘୋଷ ଭଳି ଅବିକଳ ରଥ କରି ବୁଲାଇଲା ଇସ୍କନ।

  11. 11.ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର (ZCC) ନେବେ। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବ (RSM)ରେ ଚାନ୍ଦୁଆ ଶିଳ୍ପୀମାନଙ୍କୁ ବିଶେଷ ସ୍ଥାନ ପ୍ରଦାନ କରାଯିବ। ଚାନ୍ଦୁଆ ଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ସେମାନଙ୍କ ପାଇଁ ନୂତନ ବଜାର ସୁଯୋଗ ସୃଷ୍ଟି ହେବ।

  12. 12.ବର୍ତ୍ତମାନ ସମୟରେ ବିଟ୍‌ କଏନ୍‌ କାରବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଏପରିକି ପ୍ରଥମ ଥର ପାଇଁ ବିଟ୍‌ କଏନ୍‌ର ମୂଲ୍ୟ ସର୍ବୋଚ୍ଚସ୍ତରରେ ପହଞ୍ଚିଛି ।

  13. 13.ଓଡ଼ିଶାରେ ପ୍ରଥମ ଥର ଲାଗି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତି୍ୟକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଆୟୋଜିତ ହେବାକୁ ଯାଉଛି।

  14. 14.ଓଡିଶା ରାଜ୍ୟରେ ଚଳିତ ୨୦୨୪-୨୫ ରବିଋତୁ ପାଇଁ ୯ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି ବୋଲି ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।

  15. 15.୩ୟ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ପାକିସ୍ତାନ.. ୨୨ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଦିନିକିଆ ସରିଜ ଜିତି ଇତିହାସ ରଚିଲା।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.