• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ।

  2. 2. କମଲା ହାରିସ୍‌ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଡେମୋକ୍ରାଟ୍‌ମାନଙ୍କୁ ଦାନ କରିବାକୁ ଡୋନାଲ୍ଡ ଟ୍ରମ୍ପ ନିଜ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି। ନିର୍ବାଚନରେ ​​କମଲା ହାରିସଙ୍କ ରେକର୍ଡ ଦାନ ସଂଗ୍ରହ କରିଥିଲେ।

  3. 3.ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି। ସେପଟେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମସ୍କୋ ଉପରେ ସବୁଠାରୁ ବଡ ଆକ୍ରମଣ କରିଛି ୟୁକ୍ରେନ। ୟୁକ୍ରେନ୍ ୩୪ଟି ଡ୍ରୋନ୍ ସହ ମସ୍କୋ ଉପରେ ଆକ୍ରମଣ କରିଥିଲା।

  4. 4.କେରଳର ଜଣେ ଯୁବକ ସାଇବର ଜାଲରେ ଫସି ୮୨ ଲକ୍ଷ ଟଙ୍କା ହରାଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରାଜଧାନୀ ତିରୁଅନନ୍ତପୁରମର ୪୨ ବର୍ଷୀୟ ଯୁବକ ଜଣକ ଏହି ଠକାମୀର ଶିକାର ହୋଇଛନ୍ତି।

  5. 5.ପାକିସ୍ତାନର ଦକ୍ଷିଣପଶ୍ଚିମ ବଲୁଚିସ୍ତାନ ପ୍ରଦେଶରେ ଆଜି‌ କ୍ବେଟା ରେଳ ଷ୍ଟେସନ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ୧୪ ସୈନିକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

  6. 6.କାନାଡା ଏହାର ଲୋକପ୍ରିୟ ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ (ଏସ୍‌ଡିଏସ୍‌) କାର୍ଯ୍ୟକ୍ରମକୁ ହଠାତ୍ ବନ୍ଦ କରିଦେଇଛି।

  7. 7.ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ନିକଟରେ ପ୍ରକାଶିତ ସର୍ବଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ୨୦୨୧-୨୨ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କୃଷକ ପରିବାରଗୁଡ଼ିକର ଜାତୀୟ ହାରାହାରି ଆୟ ଦେଖିଲେ ଏହା ୧୩,୬୬୧ ଟଙ୍କା ରହିଛି। ଦେଶରେ କୃଷକ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ଗତ ୫ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ଘଟିଛି।

  8. 8.୧୩ଟି ରାଜ୍ୟର କୃଷକ ପରିବାର ଜାତୀୟ ସ୍ତରର ଆୟ ତୁଳନାରେ ପଛରେ ପଡ଼ିଛନ୍ତି। ବିହାରରେ କୃଷକ ପରିବାରର ମାସିକ ହାରାହାରି ରୋଜଗାର ସବୁଠୁ କମ୍‌ ଅର୍ଥାତ୍‌ ୯୨୫୨ ଟଙ୍କା ଥିବାବେଳେ ଓଡ଼ିଶାରେ ୯୨୯୦ ଟଙ୍କା ଏବଂ ଝାଡ଼ଖଣ୍ଡରେ ୯୭୮୭ ଟଙ୍କା ରହିଛି।

  9. 9.ତେଲେଙ୍ଗାନାରେ ସରକାର ଶନିବାର ଏକ ଜାତି ଭିତ୍ତିକ ସର୍ଭେ ଆରମ୍ଭ କରିଛନ୍ତି।  ଆସନ୍ତା କିଛି ସପ୍ତାହ ମଧ୍ୟରେ ତେଲେଙ୍ଗାନାର ୩୩ଟି ଜିଲ୍ଲାରେ ୮୦,୦୦୦ ଜନଗଣନାକାରୀ ୧.୧୭ କୋଟିରୁ ଅଧିକ ଘର ଉପରେ ସର୍ଭେ କରାଯିବ ।

  10. 10.ଅନାଦାୟ ରାଶି ୮୦୦ ନିୟୁତ ଡଲାରରୁ ଅଧିକ ହୋଇଯାଇଥିବାରୁ ଆଦାନି ପାୱାର ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ କମାଇବାରେ ଲାଗିଛି।

  11. 11.ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଦେଶରେ ୨,୧୯,୦୦୦ ଏଟିଏମ୍ କାଉଣ୍ଟର ଥିଲା। ଚଳିତ ବର୍ଷ ‌ସେପ୍ଟେମ୍ବର ସୁଦ୍ଧା ଏଟିଏମ୍ ସଂଖ୍ୟା ୨,୧୫,୦୦୦କୁ ହ୍ରାସ ପାଇଛି। ବ୍ୟାଙ୍କ ଶାଖାଠାରୁ ଦୂରରେ ସ୍ଥାପନ କରାଯାଇଥିବା ଏଟିଏମ୍‌ଗୁଡ଼ିକୁ ବନ୍ଦ କରାଯାଉଛି।

  12. 12.ଓଡ଼ିଶା ଟେକ୍ସଟାଇଲ୍‌ ମାନୁଫାକ୍‌ଚରିଂ ପକ୍ଷରୁ ଖୋର୍ଦ୍ଧାରେ ୫୧ କୋଟି ଟଙ୍କା ବିନିଯୋଗରେ ବୟନ ବର୍ଜ୍ୟରୁ ରିସାଇକଲ୍‌ଡ ସୂତା ତିଆରି କାରଖାନା ନିର୍ମାଣ କରାଯିବ।

  13. 13.ଶିବମ୍‌ କନଦେବ ଖୋର୍ଦ୍ଧାରେ ୬୨ କୋଟି ଟଙ୍କା ନିବେଶରେ ଏକ ବଡି ବିଲ୍‌ଡିଂ ଓ ଆନୁଷଙ୍ଗିକ କାରଖାନା ବସାଇବ।

  14. 14.ନେକ୍ସଥର୍ମାଲ୍‌ ଏସିଆ ଖୋର୍ଦ୍ଧାରେ ୫୫.୮୧ କୋଟି ଟଙ୍କା ନିବେଶରେ ଏକ କଏଲ୍‌ ହିଟର୍‌ ଉତ୍ପାଦନ କାରଖାନା ଓ ଝାରସୁଗୁଡ଼ାରେ ଏଚ୍‌ଏମ୍ ପାୱାର୍‌ ଆଣ୍ଡ୍‌ କେବୁଲ୍‌ସ ୫୫.୭୨ କୋଟି ଟଙ୍କା ନିବେଶରେ ଏକ ଆଲୁମିନିୟମ୍ କଣ୍ଡକ୍ଟର୍‌ କାରଖାନା ସ୍ଥାପନ କରିବ।

  15. 15.ନଭେମ୍ବର ୨୦ ବୁଧବାର ମହାରାଷ୍ଟ୍ରରେ ନିର୍ବାଚନ ଯୋଗୁଁ ଷ୍ଟକ ବଜାରରେ ଛୁଟି ରହିବ । ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.