- 1.୭୮ ବର୍ଷ ବୟସରେ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ। ନଭେମ୍ବର ୨୦ରେ ୮୨ ବର୍ଷରେ ପଦାର୍ପଣ କରୁଥିବା ଜୋ ବାଇଡେନ୍ ହେଉଛନ୍ତି ବର୍ତ୍ତମାନ ସବୁଠାରୁ ବୟସ୍କ ରାଷ୍ଟ୍ରପତି।
-
2.ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ରନିଂ ମେଟ୍ ଜେଡି ଭାନ୍ସ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
-
3.ଡୋନାଲ୍ଡ ଟ୍ରମ୍ପ ତାଙ୍କ ରାଜନୈତିକ କ୍ୟାରିୟର ତଥା ବ୍ୟକ୍ତିଗତ ଜୀବନ ପାଇଁ ସମ୍ବାଦରେ ଅଛନ୍ତି। ୭୮ ବର୍ଷୀୟ ଟ୍ରମ୍ପଙ୍କର ଚାରି ଭାଇଭଉଣୀ ଅଛନ୍ତି। ସେ ମଧ୍ୟ ତିନିଥର ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚ ସନ୍ତାନ ଅଛନ୍ତି।
-
4.ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍ସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି।
-
5.ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୟୁପି ସରକାରଙ୍କୁ ଘର ଭଙ୍ଗା ଯାଇଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ଦଣ୍ଡମୂଳକ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
6.ବିଭିନ୍ନ କମ୍ପାନିର ସେୟାରରେ ନିବେଶ କରିବାରୁ ଛଅ ସପ୍ତାହ ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସରେ ସର୍ବବୃହତ ଦିନିକିଆ ବୃଦ୍ଧି ଘଟିଛି।
-
7.ସବସିଡିଯୁକ୍ତ ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଭାରତ ଅଟା କିଲୋଗ୍ରାମ୍ ପିଛା ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋଗ୍ରାମ ପିଛା ୩୪ଟଙ୍କାରେ ବିକ୍ରି ହେବ।
-
8.କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ ଅନୁମୋଦନ କରିଛି।
-
9.ଉଚ୍ଚଶିକ୍ଷା ପାଇଁ ମଧ୍ୟବିତ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବା ପାଇଁ କେନ୍ଦ୍ର ସରକାର କ୍ୟାବିନେଟ୍ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ବନ୍ଧକ ଅବା ଗ୍ୟାରେଣ୍ଟି ବିନା ଋଣ ପ୍ରଦାନ କରାଯିବ।
-
10.ମିଳିତ ଜାତିସଂଘ ସାଧାରଣ ସଭାରେ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଲା ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ବାସ୍ତବରେ, ପାକିସ୍ତାନୀ ପ୍ରତିନିଧୀ ପୁଣିଥରେ ଜାତିସଂଘ ସାଧାରଣ ସଭା ପ୍ଲାଟଫର୍ମ ବ୍ୟବହାର କରି କଶ୍ମୀର ପ୍ରସଙ୍ଗରେ ପ୍ରଚାର ଏବଂ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରିଥିଲେ।
-
11.କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଏହି ଚଢାଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
-
12.ମୁମ୍ବାଇର ଜଣେ ୧୬ ବର୍ଷୀୟ ଝିଅଙ୍କୁ ପୁଡୁଚେରୀରେ ଗଣଦୁଷ୍କର୍ମ କରାଯାଇଛି। ପ୍ରଥମେ ଜଣେ ଅଟୋ ଡ୍ରାଇଭର ଓ ପରେ କିଛି ସଫପ୍ଟୱେୟାର ଇଞ୍ଜିନିୟର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍ ନାବାଳିକାଙ୍କୁ ମୁର୍ମୁଷ ଅବସ୍ଥାରେ ପୁଡୁଚେରୀର ଗୋଟିଏ ସମୁଦ୍ର କୂଳରୁ ଉଦ୍ଧାର କରିଥିଲା
-
13.ଯିଏ ଆତଙ୍କବାଦୀଙ୍କୁ ସହାୟତା କରିବ ତା'ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ହେବ ବୁଲଡୋଜର ଆକ୍ସନ। ତାଙ୍କ ଘର ଉପରେ ଚାଲିବ ବୁଲଡୋଜନର। ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା।
-
14.ବିଶ୍ବାସଘାତକତା ପାଇଁ ଗାଲାଣ୍ଟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।
-
15.ଏଣିକି ହାଲୁକା ମୋଟର ଯାନ(ଏଲଏମ୍ଭି) ଲାଇସେନ୍ସଧାରୀ ଚାଳକମାନଙ୍କୁ ମିଳିବ ଭାରୀଯାନ ଚଳାଇବା ଅନୁମତି। ତେବେ ୭,୫୦୦ କିଲୋଗ୍ରାମ ଓଜନ ଥିବା ଭାରୀଯାନ ଗୁଡିକୁ ସେମାନେ ଚଳାଇପାରିବେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.