• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ସେଦିନ ହେବ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା। ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

  2. 2.ନଭେମ୍ବର ୧୦ରେ ଅବସର ନେବାକୁ ଯାଉଥିବା ବିଦାୟୀ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ନ୍ୟାୟପାଳିକା ସ୍ୱାଧୀନତାର ଅର୍ଥ ସର୍ବଦା ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ।

  3. 3.ବ୍ୟକ୍ତିଗତ ସମ୍ପତ୍ତିକୁ ରାଜ୍ୟ ନିଜ ଅକ୍ତିଆରକୁ ନେଇପାରିବେ କି ନାହିଁ, ସେ ନେଇ ଜଷ୍ଟିସ୍ ଭିଆର୍ କ୍ରିଷ୍ଣା ଆୟାରଙ୍କ ସମେତ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତିମାନଙ୍କୁ ପୂର୍ବ ରାୟ ନିମନ୍ତେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସମାଲୋଚନା କରିଥିବାରୁ ତାହା ଉପରେ ଜଷ୍ଟିସ୍ ବିଭି ନାଗରତ୍ନା ତୀବ୍ର ଆପତ୍ତି ଉଠାଇଛନ୍ତି।

  4. 4.କେନ୍ଦୁଝରରେ ଏକ ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ଦୁଇ କମ୍ପାନି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି। ପ୍ରକଳ୍ପରେ ୬୫ ହଜାର କୋଟି ଟଙ୍କା ନିବେଶ କରାଯିବ। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରଥମେ ୫ ନିୟୁତ ଟନ୍ ରହିବ।

  5. 5.ଦେଶରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍‌ଆର୍‌ବି)ଗୁଡ଼ିକର ଚତୁର୍ଥ ପର୍ଯ୍ୟାୟ ମିଶ୍ରଣ ହେବ। କେନ୍ଦ୍ର ସରକାର ଗୋଟିଏ ରାଜ୍ୟରେ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ ସ୍ଥାପନ ନେଇ ଯୋଜନା ରଖିଛନ୍ତି। ଏହାହେଲେ ଦେଶରେ ବର୍ତ୍ତମାନ ଆଞ୍ଚଳିକ ବ୍ୟାଙ୍କ ସଂଖ୍ୟା ୪୩ରୁ ୨୮କୁ ହ୍ରାସ ପାଇବ।

  6. 6.ଝିଅମାନଙ୍କ ସହ ରାତି କଟାଇବାକୁ ସଲାମନ ଭଲପାଆନ୍ତି। ଅଭିନେତ୍ରୀ ତଥା ସଲମାନ ଖାନଙ୍କ ପୂର୍ବ ପ୍ରେମିକା ଭାବେ ଜଣାଶୁଣା ସୋମି ଅଲି ଏବେ ସଲମାନଙ୍କୁ ନେଇ ଏଭଳି ବୟାନ ଦେଇଛନ୍ତି।

  7. 7.ଆସନ୍ତା ନଭେମ୍ବର ୨୬ ତାରିଖରୁ ଶୀତକାଳୀନ ବିଧାନସଭା, ଚଳିତ ଥର ରହିଛି ୩୦ କାର୍ଯ୍ୟଦିବସ, ଡିସେମ୍ବର ୩୧ରେ ଶେଷ ହେବ ଅଧିବେଶନ, ପ୍ରଥମ ଦିନରେ  ରହିବ ଅତିରିକ୍ତ ବଜେଟ।

  8. 8.ବିହାର କୋକିଳା ଭାବେ ପରିଚିତ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନାଙ୍କ ୭୨ ବର୍ଷ ବୟସ ପରଲୋକ ଘଟିଛି।

  9.  9. ବିଶ୍ବର ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆ ଆପଲର ଆଇଫୋନ୍ ୧୬ ଓ ଗୁଗଲର ବିକ୍ସେଲ ଫୋନକୁ ନିଜ ଦେଶରେ ବିକ୍ରି ନେଇ ପ୍ରତିବନ୍ଧକ ଲଗାଇଦେଇଛି । ଏହାର ଅର୍ଥ ଏଣିକି ଇଣ୍ଡୋନେସିଆରେ ରହୁଥିବା ଲୋକେ ଏହି ଫୋନ କିଣିପାରିବେନି ।

  10. 10.ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନେ ଚଳାଇଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ୧୮ଜଣ ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି।

  11. 11.ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିରରେ କଳାକନା ବୁଲାଇଦେଲେ ଲୁଟେରା। ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଫେରାର ହୋଇ ଯାଇଛନ୍ତି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  12. 12.ମହାରାଷ୍ଟ୍ର ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ବିଜେପି। ବିଦ୍ରୋହୀ ନେତାଙ୍କ ବିରୋଧରେ ଦଳ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ୩୭ ଟି ଆସନରେ ବିଦ୍ରୋହ କରିଥିବା ୪୦ ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କରିଛି।

  13. 13.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷାକରି ହିତାଧିକାରୀମାନଙ୍କୁ ୩ ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱର୍କ ଭାବେ ପରିଗଣିତ ହୋଇଛି। ଏପରିକି ଡାଟା ଟ୍ରାଫିକ୍‌ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱର୍କ ହୋଇ ରହିଛି।

  15. 15.ପେରୁରେ ଫୁଟବଲ୍‌ ମ୍ୟାଚ୍‌ ସମୟରେ ୩୯ ବର୍ଷୀୟ ଫୁଟବଲ୍‌ ଖେଳାଳୀ ଜୋସ୍‌ ହୟୁଗୋ ଡେ ଲା କ୍ରୁଜ ମେଜାଙ୍କ ଉପରେ ଆକାଶରୁ ମୃତ୍ୟୁ ଖସିଥିଲା । ବଜ୍ରପାତ କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.