• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଗୋଟିଏ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ସମାଲୋଚନା କରିଛନ୍ତି।
  2. 2.ଦିଲ୍ଲୀରେ ବାଣ ନିଷିଦ୍ଧ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ  ସୁପ୍ରିମକୋର୍ଟ ଆପ୍‌ ସରକାର ଏବଂ ଦିଲ୍ଲୀ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  3. 3.ଵକଫ୍ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ବିରୋଧୀ ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ପ୍ୟାନେଲ୍ ମୁଖ୍ୟ ଜଗଦମ୍ବିକା ପାଲ ଅଧିବେଶନ ନିର୍ଦ୍ଧାରଣ ଓ ସାକ୍ଷୀ ଚୟନ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକତରଫା ନିଷ୍ପତ୍ତି ନେଉଛନ୍ତି।

  4. 4.ଉତ୍ତରପ୍ରଦେଶ, ପଞ୍ଜାବ, କେରଳ‌ରେ ହେବାକୁ ଥିବା ଉପନିର୍ବାଚନ ତାରିଖ ପରିବର୍ତ୍ତିତ ହୋଇଛି। ନଭେମ୍ବର ୧୩ରେ ହେବାକୁ ଥିବା ମତଦାନ ନଭେମ୍ବର ୨୦ରେ ହେବ।

  5. 5.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଥିବା ମହାକାଶଚାରୀମାନେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦିନକୁ ଥରେ ଦେଖନ୍ତି ନାହିଁ। ଏହା ପ୍ରାୟ ୧୬ ଥର ଘଟିଥାଏ ଏବଂ ବର୍ତ୍ତମାନ ଆଇଏସ୍‌ଏସ୍‌ରେ ଥିବା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପ୍ରତିଦିନ ଏହି ଚମତ୍କାର ଦୃଶ୍ୟ ଦେଖିବା ଆଶ୍ଚର୍ଯ୍ୟଜନକ ନୁହେଁ।

  6. 6.ଚୀନ ନିକଟରେ ତାଙ୍କର ତିନି ଜଣ ମହାକାଶଚାରୀଙ୍କୁ ତିଆଙ୍ଗୋଙ୍ଗ ମହାକାଶ ଷ୍ଟେସନକୁ ପଠାଇଛି। ସେମାନେ ମହାକାଶରେ ସ୍ପେସଓ୍ବାକ୍ କରିବେ ।

  7. 7.ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ୧୦ଟି ହାତୀ  ମୃତ୍ୟୁବରଣ କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 

  8. 8.ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ କେତେକ ପ୍ରସ୍ତାବ ରଖିଥିଲେ । ସେଗୁଡିକ ହେଲା- ଓଡିଶାରେ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ- ରାଜ୍ୟରେ  ଅଧିକ ସଂଖ୍ୟକ ହିନ୍ଦି ଶିକ୍ଷକ ସୃଷ୍ଟି କରିବା

  9. 9.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ି ରେକର୍ଡ ନିମ୍ନ ସ୍ତରକୁ ଖସିଯାଇଛି। ଡଲାର ଦାମ ୮୪ ଟଙ୍କା ୦୯ ପଇସା ହୋଇଯାଇଛି, ଯାହା ହେଉଛି ଏକ ସର୍ବକାଳୀନ ରେକର୍ଡ।

  10. 10.ପେନ୍‌ସନ୍‌ଭୋଗୀଙ୍କ ପରିବାର ସମ୍ପର୍କିତ ସୂଚନା ସଂଗ୍ରହ କରିବା ବେଳେ ତାଙ୍କ ଝିଅଙ୍କ ନାମକୁ ଯେଭଳି କାଗଜପତ୍ରରେ ସାମିଲ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ପେନ୍‌ସନ୍ ଓ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

  11. 11.ବଜାରରେ ଥିବା ୯୮.୦୪ ପ୍ରତିଶତ ଦୁଇ ହଜାର ଟଙ୍କିଆ ଫେରିଆସିଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି।

  12. 12.ଉତ୍ସବ ଋତୁରେ ଅନ୍‌ଲାଇନ୍‌ରେ ୧ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବା ଆକଳନ କରାଯାଇଛି। କ୍ରମାଗତ ପଞ୍ଚମ ବର୍ଷ ଲାଗି ଅନ୍‌ଲାଇନ୍ ସପିଙ୍ଗରେ ବୃଦ୍ଧି ଘଟିଛି 

  13. 13.ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ନିକଟରେ ୩ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି। ଏହା ସ‌ତ୍ତ୍ବେ ସେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।

  14. 14.କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି। ୨୦୦୮ ମସିହା ଉପନିର୍ବାଚନରେ କଂଗ୍ରେସ ଟିକଟରୁ ବିଜୟୀ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା

  15. 15.ଏବେ ଓମ୍‌ଫେଡ୍ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରି ବିକ୍ରି କରିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.