• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁର ଗୁଣବତ୍ତା ଖରାପ ହେଉଥିବା ବେଳେ ଏକ ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ ୬୯ ପ୍ରତିଶତ ପରିବାରର ଜଣେ କିମ୍ବା ଅଧିକ ସଦସ୍ୟ ତଣ୍ଟି ଦରଜ ଓ କାଶ ସମେତ ପ୍ରଦୂଷଣଜନିତ ରୋଗରେ ପୀଡ଼ିତ ଅଛନ୍ତି।

  2. 2.ଝାଡଖଣ୍ଡରେ ଶନିବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜ୍ୟରେ ଅନେକ ସ୍ଥାନରେ ସକାଳ ୯ଟା ୨୦ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । 

  3. 3.ଇରାନର ସର୍ବୋଚ୍ଚ ନେତା ଖାମେନି ଇସ୍ରାଏଲ ବିରୋଧରେ ପ୍ରତିଶୋଧ ନେବେ ବୋଲି ଧମକ ଦେଇଥିଲେ। ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆଘାତ ଦେଉଥିବା ଦେଶଙ୍କ ବିରୋଧରେ ପ୍ରତିଶୋଧ ନିଆଯିବ ବୋଲି ସେ କହିଥିଲେ।

  4. 4.ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଯାହା ପାଇଁ କାମ କରନ୍ତି  କେବଳ ଗୋଟିଏ ନିର୍ବାଚନ ପାଇଁ ପରାମର୍ଶ ଦେଲେ ସେ ୧୦୦ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ନେଇଥାଆନ୍ତି ।

  5. 5.ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଏବେ ବିହାର ଉପନିର୍ବାଚନ ଲଢ଼ୁଛି ଏବଂ ୪ ଆସନରେ  ପ୍ରାର୍ଥୀ ଦେଇଛି।

  6. 6.ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ପ୍ରତ୍ୟର୍ପଣ କରିବାପାଇଁ ମୁମ୍ବାଇ ପୁଲିସ ଆନୁଷ୍ଠାନିକ ଭାବେ ପ୍ରକ୍ରିୟା ଆରମ୍ଭ କରିଛି।

  7. 7.କାନାଡା ସରକାରଙ୍କ ଏକ ସରକାରୀ ଦସ୍ତାବିଜରେ ଭାରତକୁ ପ୍ରଥମ ଥର ପାଇଁ ଶତ୍ରୁ ଭାବେ ବର୍ଣ୍ଣନା କରାଯାଇଛି। କାନାଡା ‘ସେଣ୍ଟର ଫର ସାଇବର ସିକ୍ୟୁରିଟି’ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନ୍ୟାସନାଲ ସାଇବର୍‌ ଥ୍ରେଟ୍ ଆସେସ୍‌ମେଣ୍ଟ ୨୦୨୫-୨୦୨୬ରେ ଏହି ବିବରଣୀ ପ୍ରକାଶ ପାଇଛି।

  8. 8.ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ କହିଛନ୍ତି ଯେ ସେମାନେ ନିଜ ନିଜର ଜଳ ବିଲ୍ ପୈଠ କରନ୍ତୁ ନାହିଁ। ୨୦୨୫ ମସିହାରେ ତାଙ୍କ ସରକାର ଆସିଲେ,ସମସ୍ତ ବକେୟା ବିଲ୍ ଛାଡ୍ ହେବ।

  9. 9.ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ୩୦ ହଜାରରୁ ଅଧିକ ସଦସ୍ୟ ଶନିବାର ଦିନ ଏକ ରାଲି କରି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଠାରୁ ସୁରକ୍ଷା ତଥା ନିର୍ଯାତନା ଏବଂ ସମ୍ପ୍ରଦାୟର ନେତାଙ୍କ ବିରୋଧରେ ଦାଖଲ ହୋଇଥିବା ଦେଶଦ୍ରୋହ ମାମଲା ରଦ୍ଦ କରିବାକୁ ଦାବି କରିଛନ୍ତି।

  10. 10.ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ଶୁକ୍ରବାର ଏକ ମୋବାଇଲ୍‌ ଆପ୍‌ ଉନ୍ମୋଚନ କରାଯାଇଛି। ଏହାର ନାମ ଏନ୍‌ଏସ୍‌ଇଇଣ୍ଡିଆ ରହିଛି। ଏଥିସହିତ ପୂର୍ବରୁ ୪ଟି ଭା‌ଷାରେ ଏନ୍‌ଏସ୍‌ଇ ୱେବସାଇଟ୍‌ ଉପଲବ୍ଧ ହେଉଥିବାବେଳେ ଏବେ ଏହାକୁ ୧୨ଟି ଭାଷାକୁ ବୃଦ୍ଧି କରାଯାଇଛି।

  11. 11.ଚଳିତବର୍ଷ ଅକ୍ଟୋବର ମାସରେ ରେକର୍ଡ ୧୬୫୮ କୋଟି ସଂଖ୍ୟକ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ୍‌ ଇଣ୍ଟରଫେସ୍‌) କାରବାର ହୋଇଛି। ଏହା ଜରିଆରେ ମୋଟ ୨୩.୫୦ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର ହୋଇଛି।

  12. 12.ଭାରତ ଅନ୍ୟତମ। ବ୍ରିଟେନ ଅର୍ଥନୀତିକୁ ଭାରତ ସଂପ୍ରତି ଟପି ବିଶ୍ବରେ ପଞ୍ଚମ ସ୍ଥାନରେ ରହିଛି। ଚଳିତ ଆର୍ଥିକବର୍ଷରେ ଭାରତ ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ହେବାର ଆଶା କରାଯାଉଛି।

  13. 13.ଇରାନ ଏବଂ ଏହାର ସହଯୋଗୀଙ୍କ ଉପରେ ଆକ୍ରମଣ ହେଲେ ଏହାର ଏକ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଶନିବାର ଇସ୍ରାଏଲ୍‌ ଏବଂ ଆମେରିକାକୁ ଧମକ ଦେଇଛନ୍ତି।

  14. 14.ୟୁକ୍ରେନ୍‌ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆମେରିକା କଟକଣା ଲଗାଇଛି।

  15. 15.ୟୁକ୍ରେନ୍‌ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆମେରିକା କଟକଣା ଲଗାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.