-
1.ଗୁଗଲ୍ ଉପରେ ରୁଷ୍ ଏକ ବିଶାଳ ରାଶି ଅର୍ଥାତ୍ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ଉକ୍ତ ଜରିମାନା ରାଶି ବିଶ୍ବର ମୋଟ ଅର୍ଥନୀତିର ଆକାର ତୁଳନାରେ ଅନେକଗୁଣ ଅଧିକ ହେବ।
-
2.ଭବିଷ୍ୟତର ମହାକାଶଚାରୀମାନେ ପୃଥିବୀ ବାହାରେ ମହାକାଶୀୟ ଅଭିଯାନରେ ଏକ ଆନ୍ତଃଗ୍ରହୀୟ ବାସସ୍ଥାନରେ ଥିବା ସମୟରେ ସମ୍ମୁଖୀନ ହେବାକୁ ଥିବା ଆହ୍ୱାନର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବା ଏହି ମିସନର ଉଦ୍ଦେଶ୍ୟ ।
-
3.ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା 'ନମୋ ଡ୍ରୋନ୍ ଦିଦି' କୁ ସରକାର ଅନୁମୋଦନ ଦେଇଛନ୍ତି।
-
4.କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ 'ଶତ୍ରୁ ଦେଶ' ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। କାନାଡା ପାଇଁ ଜାତୀୟ ସାଇବର ଧମକ ମୂଲ୍ୟାଙ୍କନ ୨୦୨୫-୨୬ ରିପୋର୍ଟରେ ବିପଦ ଥିବା ଦେଶମାନଙ୍କ ତାଲିକାରେ ଭାରତକୁ ରଖାଯାଇଛି।
-
5.ଶିବସେନା (ୟୁବିଟି) ଦଳର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଶିବସେନା ଛାଡି ବିଜେପି ସହ ସରକାର ଗଠନ କରିଥିବା ନେତାଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଗତ ନିର୍ବାଚନ ତୁଳନାରେ ଏହି ନେତାଙ୍କ ସମ୍ପତ୍ତି ୫୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି ପାଇଛି।
-
6. ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୩ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ନିର୍ବାଚନ ଫଳାଫଳର ଦୁଇ ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି
-
7.ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍) ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ବିବେକ ଦେବରାୟ(୬୯)ଙ୍କର ଆଜି ସକାଳେ ପରଲୋକ ହୋଇଛି।
-
8.ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟରେ ୪୫୯୨ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି। ଏହା ୨୦୨୩ ଅକ୍ଟୋବରରେ ସଂଗ୍ରହ ହୋଇଥିବା ୪୧୭୭ କୋଟି ଟଙ୍କା ଜିଏସ୍ଟି ତୁଳନାରେ ୧୦ ପ୍ରତିଶତ ଅଧିକ।
-
9.ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍କା। ଏଲ୍ପିଜି ଗ୍ୟାସ୍ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍ ଉପରେ ଏଲ୍ପିଜି ଦର ବୃଦ୍ଧି କରିଥିବା ସୂଚନା ରହିଛି।
-
10.ଅଦାନି ପାୱାରର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଭାରତର ଆଦାନୀ ପାୱାର ଝାଡ଼ଖଣ୍ଡ ଲିମିଟେଡ୍ ୮୪୬ ନିୟୁତ ଡଲାରର ବିଲ୍ ବକେୟା ଥିବାରୁ ବାଂଲାଦେଶକୁ ଏହାର ଅଧା ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି।
-
11.ପଶ୍ଚିମବଙ୍ଗ ହାୱଡ଼ାରେ ବାଣ ବୋସ୍ଫୋରଣରେ ୩ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଣ ନିଆଁ ଘରେ ଲାଗିଯିବାରୁ ସେମାନେ ଜୀବନ୍ତ ଦଗ୍ଧ ହେଇଥିବା ଜଣାପଡ଼ିଛି। ୩ ପିଲା ପୋଡି ହୋଇ ମୃତ୍ୟୁ ଘଟଣାକୁ ସରକାର ସ୍ଵୀକାର କରିଛନ୍ତି।
-
12.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍ଲାଇନ୍ ଯୋଗେ ଫର୍ମପୂରଣ କରିବେ।
-
13.ରତ୍ନଭଣ୍ଡାରକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ କୋଠରି କିମ୍ବା ସୁଡ଼ଙ୍ଗ ନାହିଁ।
-
14.ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ ଇଣ୍ଡଷ୍ଟ୍ରିଆଲ ଏଭରେଜ ୦.୯୦ ପ୍ରତିଶତ ହ୍ରାସ ହୋଇ ୪୧୭୬୩ ସ୍ତରରେ ବନ୍ଦ ହୋଇଛି।.
-
15.ଭାରତ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍ ହୋଇଯାଇଛି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲୁଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.