-
1.ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି।
-
2.ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଲା । ୧୯ କିଲୋଗ୍ରାମ ଗ୍ୟାସ୍ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୬୨ ଟଙ୍କା ଲେଖା ବଢ଼ିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଗତ ୪ ମାସ ହେବ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ବଢ଼ିବାରେ ଲାଗିଛି।
-
3.ଭାରତ ସରକାର ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନକୁ ୩୦ଟନ ଡାକ୍ତରୀ ସାମଗ୍ରୀ ପଠାଇଛନ୍ତି। ପଠାଯାଇଥିବା ଡାକ୍ତରୀ ସାମଗ୍ରୀ ମଧ୍ୟରେ ଅପରେସନ ପାଇଁ ଆବଶ୍ୟକ ଜିନିଷପତ୍ର, ଦାନ୍ତ ଚିକିତ୍ସା, କ୍ୟାନସର ଓ ଜୀବନ ରକ୍ଷାକାରୀ ଔଷଧ ରହିଛି।
-
4.ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବହୁ ସମୟର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।
-
5.ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରାଯାଇଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ଧରିବା ଉପରେ ରୋକ୍ ଲାଗିଛି।
-
6.ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଗସ୍ତରେ ଯିବେ। ଏଠାରେ ସେ ଓଡିଶା ପର୍ଯ୍ୟଟନ: ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
-
7.ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ହଠାତ୍ ବନ୍ୟାରେ ୯୫ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ହଠାତ୍ ବନ୍ୟା ମାଡ଼ି ଆସିବାରୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିଥିଲା।
-
8.ରାଜଧାନୀ ଦିଲ୍ଲୀରେ ନିଜ ଘର ବାହାରେ ବାଣ ଫୁଟାଉଥିବା ଜଣେ ବ୍ୟକ୍ତିଙ୍କ ପାଦ ଛୁଇଁ ତାଙ୍କୁ ଗୁଳି କରିଦେଲେ ଅଭିଯୁକ୍ତ। ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ଦାଦା, ପୁତୁରା ବୋଲି ଜଣାଯାଇଛି। ଏହି ଫାୟାରିଂରେ ଜଣେ ୧୦ ବର୍ଷର ନାବାଳକ ଗୁରୁତର ହୋଇଛି।
-
9.ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲା ।
-
10.କୂଟନୈତିକ ସ୍ତରରେ ଚୁକ୍ତି ପରେ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସୁଧାର ଆସିଛି। ଗୁରୁବାର ଦୁଇ ପକ୍ଷର ସୈନିକ ଦୀପାବଳି ଅବସରରେ ପରସ୍ପର ମିଠା ବିନିମୟ କରି ଶୁଭେଚ୍ଛା ଜଣାଇଛନ୍ତି।
-
11.ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରତି ଥିବା ପ୍ରେମ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ତିନି ଆଫ୍ରିକୀୟ ବଣୁଆ ହାତୀକୁ ଗୁଜୁରାଟର ଜାମନଗରରେ ଅବସ୍ଥିତ ବନ୍ତାରାକୁ ଅଣାଯାଉଛି। ଏଥିମଧ୍ୟରେ ଦୁଇଟି ମହିଳା ଏବଂ ଗୋଟିଏ ପୁରୁଷ ହାତୀ ଅଛନ୍ତି, ଯାହାର ବୟସ ୨୮ ରୁ ୨୯ ବର୍ଷ ହେବ।
-
12.ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ-ଭୁବନେଶ୍ବର ଡିସିପି ପିନାକ ମିଶ୍ର ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି।
-
13.ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ଅଯୋଧ୍ୟାରେ ପାଳନ ହୋଇଛି ଦୀପୋତ୍ସବ। ଏହି ଅବସରରେ ଅଯୋଧ୍ୟାରେ ଜଳିଛି ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ଟି ନୂଆ ଗିନିଜ ଓ୍ବାର୍ଡ ରେକର୍ଡ୍ସର ପ୍ରମାଣପତ୍ର ମଧ୍ୟ ଗ୍ରହଣ କରିଛନ୍ତି।
-
14.ମହାରାଷ୍ଟ୍ରରୁ ଓଡ଼ିଶାକୁ ଆଉ ୫ଟି ବାଘୁଣୀ ଆସୁଛନ୍ତି । ଶିମିଳିପାଳରେ ବର୍ତ୍ତମାନ ୪୦ଟି ବାଘ ରହିଥିବା ବେଳେ ବାଘ ବଂଶ ବିସ୍ତାର ପାଇଁ ଆଉ ବାଘ ଅଣାଯିବ ।
-
15.ପୁଣି ଥରେ ଟି-୨୦ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳା ହେବାକୁ ଯାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.