• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଜ୍ୟ ସରକାର ୩୬ଜଣ ବରିଷ୍ଠ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪୭ଜଣଙ୍କୁ ହାଇକୋର୍ଟରେ ‘ଷ୍ଟାଣ୍ଡିଂ କାଉନସେଲ’ ଭାବେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସ୍ଥାପିତ କରାଯାଇଛି ।

  2. 2.ଷ୍ଟକ ବଜାରରେ ନଭେମ୍ବର ୧ ଶୁକ୍ରବାର ଦୀପାବଳି ଓ ସ୍ବତନ୍ତ୍ର ମହୁରତ ଟ୍ରେଡିଂ ସେସନ ଆୟୋଜନ କରାଯିବ । ଏହି କାରଣରୁ ଆଜି (ଗୁରୁବାର) ବଜାର ଖୋଲା ଅଛି ଓ କାରବାର ଜାରି ରହିଛି ।

  3. 3.ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ନିକଟତର ଥିବା ଆରସିପି ସିଂ ଆଜି ତାଙ୍କର ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ଦଳ ବିଷୟରେ କଥାବାର୍ତ୍ତା ବେଳେ ଆରସିପି ସିଂ କହିଛନ୍ତି ଯେ ଆଜି ଦୀପାବଳି ଏବଂ ମୁଁ ମୋ ପାର୍ଟିକୁ ଦେଇଥିବା ନାମ ହେଉଛି 'ଆଶା' |

  4. 4.ଅଯୋଧ୍ୟାରେ ଚଳିତ ବର୍ଷର  ପ୍ରଥମ ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି।  ଆଜି ଦୀପୋତ୍ସବରେ ସରଯୁ ନଦୀ କୂଳରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳି ସରକାର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି।  ଗିନିଜ୍ ୱାର୍ଲ୍ଡ ରେକର୍ଡର ପରାମର୍ଶଦାତା ନିଶ୍ଚଲ ବାରୋଟଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ୍ ୫୫ଟି ଘାଟରେ ଡ୍ରୋନ୍ ବ୍ୟବହାର କରି ଦୀପ ଗଣନା କରିଛନ୍ତି। 

  5. 5.ଆସନ୍ତା ନଭେମ୍ବର ୨୬ ତାରିଖରୁ ଶୀତକାଳୀନ ବିଧାନସଭାର ୩୦ କାର୍ଯ୍ୟଦିବସ।  ଡିସେମ୍ବର ୩୧ରେ ଶେଷ ହେବ ଅଧିବେଶନ।  ପ୍ରଥମ ଦିନରେ ଅତିରିକ୍ତ ବଜେଟ ରହିବ ।

  6. 6.ରାଜ୍ୟର ହିତାଧିକାରୀ ନଭେମ୍ବର ମାସରୁ ନୂଆ ରାସନ କାର୍ଡ ପାଇବେ।

  7. 7.ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର, ତାନସେନ ସିଂହ, ସୁଦର୍ଶନ ସାହୁଙ୍କୁ କଳା ପୁରସ୍କାର ପ୍ରଦାନ କରାଯାଇଛି ।

  8. 8.ପୁରୀରେ ଟ୍ରେନରୁ ୧୫୦ ଗୁଳି ଜବତ,RPF ତରଫରୁ ତନାଘନା ଆରମ୍ଭ ହୋଇଛି ।

  9. 9.ଦାମୋଦର ପାଠାଗାର ମାଧ୍ୟମରେ,ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କ ପାଠ୍ୟ ପୁସ୍ତକ ଦାନ କରୁଥିବା ସମାଜସେବୀ ଦାମୋଦର ଖଟୁଆଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି ।

  10. 10.ତାଲିବାନର ନୂଆ କଟକଣା: ପାଟି କରି କୁରାନ ପଢ଼ିବେନି ମହିଳା।

  11. 11.ପଶ୍ଚିମବଙ୍ଗର ଜଣେ ଡାକ୍ତର ଅତି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଉତ୍ତର ୨୪ ପ୍ରଗଣାର ହସନାବାଦରେ ନିଶା ଦେଇ ଜଣେ ୨୪ ବର୍ଷୀୟ ମହିଳା ରୋଗୀଙ୍କୁ  ଡାକ୍ତର ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

  12. 12. ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।    ମସ୍କ ଗୁପ୍ତ ଭାବେ ଟେକ୍ସାସ୍‌ରେ ୧୪,୪୦୦ ବର୍ଗଫୁଟର ଏକ ସମ୍ପତ୍ତି କିଣିଛନ୍ତି।  ଏହାର ମୂଲ୍ୟ ୨୯୬ କୋଟି । ନିଜର ସମସ୍ତ ୧୧ ସନ୍ତାନ ଏବଂ ସେମାନଙ୍କ ମା’ ତଥା ମସ୍କଙ୍କ ପୂର୍ବତନ ବାନ୍ଧବୀମାନେ ଏହି ଘରେ ରହିବେ।  ଏଠାରେ ଏକ ଇଟାଲିଆନ ତୁସ୍କାନ୍‌ ଭିଲ୍ଲା ଅଛି ଏବଂ ଏହା ପଛକୁ ୬ ବେଡରୁମ୍‌ ବିଶିଷ୍ଟ ଏକ ଘର ଅଛି।

  13. 13.କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯିବା ପଛରେ ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତ ରହିଛି ବୋଲି କାନାଡା ଅଭିଯୋଗ କରିଛି।  ଅନ୍ୟପକ୍ଷରେ ଏହି ଅଭିଯୋଗ  ଭିତ୍ତିହୀନ ବୋଲି ଭାରତ ପାଲଟା ଜବାବ ଦେଇଛି।

  14. 14.ରାଜ୍ୟରେ କ୍ଷମତାସୀନ ବିଜେପିର ସଦସ୍ୟ ସଂଖ୍ୟା ଏବେ ୫୦ଲକ୍ଷ ଅତିକ୍ରମ କରିସାରିଲାଣି । ଅନଲାଇନରେ ଏହି ସଦସ୍ୟ ସଂଗ୍ରହ ପରେ ଦଳ ଏବେ ରାଜ୍ୟରେ ଅଫଲାଇନରେ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିଛି ।

  15. 15.ଶିକାର କରି ଖାଇଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ଯମୁନା। ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ବାଘୁଣୀ ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.