• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର ବୟସ ନିର୍ଣ୍ଣୟ କରିବା ପାଇଁ ଡକ୍ୟୁମେଣ୍ଟ ନୁହେଁ।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନ୍-ସ୍ପେସ୍ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଛି।

  3. 3.ଅନେକ ଭିକାରିଙ୍କ ପାଖରୁ ସ୍ମାର୍ଟଫୋନ ଓ ପାନକାର୍ଡ ଥିବା  ଭିକାରିଙ୍କୁ ଧରିବା ପାଇଁ ଚାଲିଥିବା ଅଭିଯାନ ଓ ସର୍ଭେ ଜରିଆରେ ସାମ୍ନାକୁ ଆସିଛି। ଅନେକ ଭିକାରି ମାସକୁ ପାଖାପାଖି ୯୦ହଜାରରୁ ୧ଲକ୍ଷ ଟଙ୍କା ଅର୍ଥାତ ବର୍ଷକୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିକମାଗି ସଂଗ୍ରହ କରିଥିବା ଜଣାପଡ଼ିଛି।। ସର୍ଭେରୁ ଜଣାପଡ଼ିଛି ଲକ୍ଷ୍ମୌରେ ପାଖାପାଖି ୫୩୧୨ଜଣ ଭିକାରି ଅଛନ୍ତି।

  4. 4.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ‌ବିଏସ୍‌ଏନ୍‌ଏଲ୍‌ ହେଉଛି ଏକମାତ୍ର କମ୍ପାନି ଯାହା ନୂଆ ଗ୍ରାହକ ଯୋଡ଼ିଛି। ଘରୋଇ କମ୍ପାନିଗୁଡ଼ିକ ପୁରୁଣା ଗ୍ରାହକ ହରାଇଛନ୍ତି। ଜିଓ ୪୦.୧ ଲକ୍ଷ, ଏୟାରଟେଲ୍‌ ୨୪ ଲକ୍ଷ ଓ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଛନ୍ତି। କିନ୍ତୁ ବିଏସ୍‌ଏନ୍ଏଲ୍‌ ୨୫ ଲକ୍ଷ ୩୨ ହଜାର ୮୫୪ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି।

  5. 5.ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଜ୍ୟରେ ବାତ୍ୟା ପୂର୍ବରୁ ଲୋକମାନେ ୨୨ ଓ ୨୩ ତାରିଖରେ ପ୍ରାୟ ୩୦୦୦ କୋଟି ଟଙ୍କାର ସାମଗ୍ରୀ ଆଗୁଆ କିଣି ନେଇଛନ୍ତି। ବ୍ୟବସାୟ ଭାଷାରେ ଏହାକୁ ‘ପ୍ୟାନିକ୍‌ ବାଇଂ’ କୁହାଯାଉଛି।

  6. 6.ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି।

  7. 7.ବାତ୍ୟା ‘ଦାନା’ର ପ୍ରକୋପ ଲାଗି ରହିଥିବାବେଳେ ମୋଟ ୨୨୦୦ଜଣ ଶିଶୁ ଜନ୍ମ ନେଇଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ୧୮ଜଣ ମା’ । ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି।

  8. 8.ରାଜ୍ୟ ସରକାରଙ୍କ ବଡ ଘୋଷଣା । ମିଳିବ ପକ୍କା ଘର । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଏ ନେଇ ବଡ ଘୋଷଣା କରିଛନ୍ତି ମୋହନ ସରକାର ।

  9. 9.ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ବିଭିନ୍ନ ଗାଡ଼ି ଯାଞ୍ଚକୁ ଜୋରଦାର କରିଛି ପୁଲିସ । ପୁଣେରେ ଏପରି ଏକ ଯାଞ୍ଚ ଚାଲିଥିବାବେଳେ ଏକ ଗାଡ଼ିରୁ ୧୩୮ କୋଟି ଟଙ୍କା ମୂଲ୍ୟର ସୁନା ମିଳିଛି ।

  10. 10.ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୱର୍ଲି ବିଧାନସଭା ଆସନରେ ଶିବସେନା ବନାମ ଶିବସେନା-ୟୁବିଟି ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିପାରେ । ଏହି ଆସନରେ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା-ୟୁବିଟି ନେତା ଆଦିତ୍ୟ ଠାକରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।

  11. 11.କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡ଼ାଙ୍ଗମାଳ ପଞ୍ଚାୟତ ବାଣ୍ଠୁଆଳ ଗ୍ରାମର ୮୦ ବର୍ଷୀୟ ମହିଳା ହେମଲତା ନାୟକଙ୍କର ଜୟଦୁର୍ଗା କଲ୍ୟାଣ ମଣ୍ଡପରେ ୨୨ତାରିଖ ରାତିରେ ଆଶ୍ରୟ ନେଇଥିଲେ।

  12. 12.ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇ ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ତାକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।

  13. 13.ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞଙ୍କ ସମର୍ଥନ ମିଳିଛି। ଏହି ଅର୍ଥନୀତିଜ୍ଞମାନେ କମଲା ହାରିସଙ୍କୁ ସମ୍ବୋଧିତ କରି ୨୨୮ ଶବ୍ଦର ଏକ ଚିଠି ଲେଖିଥିଲେ। ଅର୍ଥନୀତିଜ୍ଞମାନେ କମଲା ହାରିସଙ୍କ ଅର୍ଥନୀତି ଉପରେ ନୀତିକୁ ପ୍ରଶଂସା କରିଥିଲେ।

  14. 14.ଦିବଂଗତ ଶିଳ୍ପପତି ରତନ ଟାଟାଙ୍କ ୧୦ହଜାର କୋଟି ଟଙ୍କାର ୱିଲ୍। ଆରପାରିକୁ ଯିବା ଆଗରୁ ଶିଳ୍ପ ସମ୍ରାଟ ରତନ ଟାଟା ୧୦ ହଜାର କୋଟି ଟଙ୍କାର ସଂପତ୍ତି ପଛରେ ଛାଡ଼ି ଯାଇଛନ୍ତି। ଏଥିରୁ କାହାକୁ କେତେ ଅଂଶଧନ ମିଳିବ, ସେକଥା ମଧ୍ୟ ସେ ନିଜ ଶେଷ ୱିଲ ବା ଇଚ୍ଛାପତ୍ରରେ ଉଲ୍ଲେଖ କରିଛନ୍ତି। ୱିଲରେ ନିଜର ପୋଷା କୁକୁର ଠାରୁ ଆରମ୍ଭ କରି ରୋଷେୟା, ସହାୟକ ଓ ଅନ୍ୟମାନଙ୍କୁ ଭାଗ ଦେବାକୁ ସେ କହିଛନ୍ତି। 

  15. 15.ହୁରୁନ୍ ଇଣ୍ଡିଆ ଭାରତର ଶ୍ରେଷ୍ଠ ୧୦ ଧନୀ ହିରୋଇନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ 80 ଦଶକରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ସମୟର ହିରୋଇନ୍ ସାମିଲ୍ ଅଛନ୍ତି। ଜୁଇ ଚାୱଲା ହେଉଛନ୍ତି ଭାରତର ସବୁଠୁ ଧନୀ ହିରୋଇନ୍ ତାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଦ୍ୱିତୀୟ ଶ୍ରେଷ୍ଠ ଧନୀ ହିରୋଇନ। ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ମୂଲ୍ୟ 850 କୋଟି ଟଙ୍କା ହୋଇ ଥିବାବେଳେ ଜୁଇ ଚାୱଲାଙ୍କ ସମ୍ପତ୍ତି ମୂଲ୍ୟ ୪,୬୦୦ କୋଟି ଟଙ୍କା।

  16. 16.କେରଳର  ଜିଏସ୍‌ଟି ବିଭାଗ ଗୁଇନ୍ଦା ଶାଖା  ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ଥ୍ରିସୁରର ୭୮ଟି ସୁନା ତିଆରି କମ୍ପାନି ଏବଂ ହୋଲସେଲ୍‌ ଡିଲରଙ୍କ ‌ଘରେ ଚଢ଼ଉ ‌କରି ୧୦୮ କିଲୋ ହିସାବ ବହିର୍ଭୂତ ସୁନା ଜବତ କରିଛି।

  17. 17.ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ମୁଖ୍ୟ ଫାରୁକ ଅବଦୁଲ୍ଲା  ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦର ପ୍ରସାର ପାଇଁ ଏହା ଯେତେ ଉଦ୍ୟମ କଲେ ମଧ୍ୟ ସ୍ଥାନୀୟ ଲୋକେ ପାକିସ୍ତାନର ଅଂଶ ହେବାକୁ କଦାପି ଚାହିବେ ନାହିଁ।

  18. 18.ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନଙ୍କର ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୧୦୨ ବର୍ଷ ହୋଇଥିଲା।୧୯୫୨ ମସିହାରେ ଓଡ଼ିଶାର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମ୍ବାଭୋନା ନିର୍ବାଚନମଣ୍ଡଳୀରୁ ମକରଧ୍ୱଜ ବିଧାୟକ ହୋଇ ୧୯୫୭ ଯାଏ ଗୃହର ସଦସ୍ୟ ଥିଲେ।

  19. 19.ଶ୍ରୀଲଙ୍କାରେ ମୂଳପୋଛ ଭାବେ ଟେଷ୍ଟ୍ ଶୃଙ୍ଖଳା ହାରି ଭାରତ ଆସିଥିବା ନ୍ୟୁଜିଲାଣ୍ଡ୍‌ ଏବେ ନୂଆ ଇତିହାସ ରଚିବା ଦିଗରେ ଅଗ୍ରସର ହୋଇଛି। ଭାରତ ମାଟିରେ ପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତିବା ଏକ ପ୍ରକାର ନିଶ୍ଚିତ କରିଛି।

  20. 20.ଅଷ୍ଟ୍ରେଲିଆ ଗସ୍ତରେ ନଭେମ୍ବର ୨୨ ତାରିଖରୁ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଶୁକ୍ରବାର ରାତିରେ ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ଦଳରେ ଏଥର ୩ ନୂଆ ମୁହଁ ନଜରକୁ ଆସିଛନ୍ତି। ବ୍ୟାଟର୍ ଅଭିମନ୍ୟୁ ଈଶ୍ବରନ୍, ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ପ୍ରଥମ ଥର ସାମିଲ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.