-
1.ଆମେରିକୀୟ ଗୁଇନ୍ଦା ସୂତ୍ରରୁ ଜଣାପଡୁଛି ଯେ ଇସ୍ରାଏଲ ଆକ୍ରମଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଏବଂ କୌଣସି ସାମରିକ ଅଭିଯାନ ଯେଭଳି ନିଷ୍ଫଳ ନହେବ ସେଥିପାଇଁ ସର୍ବାଧିକ ସତର୍କତାର ସହ ପଦକ୍ଷେପ ନେଉଛି। ତେବେ ଏହି ତଥ୍ୟ ପ୍ରଘଟ ଆମେରିକାର ଚିନ୍ତା ବଢ଼ାଇଥିବା କୁହାଯାଉଛି।
-
2.ଇସ୍ରାଏଲ ବାୟୁସେନା ହେଜବୁଲ୍ଲାର ଏକ ଭୂତଳ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ମଧ୍ୟ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛି। ଇରାନ ସମର୍ଥିତ ହେଜବୁଲ୍ଲା ସହ ଲଢ଼େଇ ତୀବ୍ର ହେବା ପରେ ଇସ୍ରାଏଲର ଉତ୍ତର ସୀମାରେ ଆଜି ଆତଙ୍କବାଦୀମାନେ ଶତାଧିକ ରକେଟ୍ ମାଡ଼ କରିଛନ୍ତି।
-
3.ସଲମାନ ଖାନ୍ଙ୍କୁ ହତ୍ୟା ଉଦ୍ୟମ, ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ହତ୍ୟା, ସିଦ୍ଧୁ ମୁସେୱାଲା ହତ୍ୟା, ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଆଦି ମାମଲାରେ ଚର୍ଚ୍ଚିତ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ପରିବାର ମୁହଁ ଖୋଲିଛନ୍ତି। ଲରେନ୍ସର ଭାଇ କହିଛନ୍ତି ସେମାନେ ଲରେନ୍ସ ନିମନ୍ତେ ବାର୍ଷିକ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।
-
4.ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ମହୁରତ ଟ୍ରେଡିଂ ସମୟ ସଂପର୍କରେ ଚାଲିିଥିବା ଦ୍ବନ୍ଦ୍ବ ଦୂର କରାଯାଇଛି । ନଭେମ୍ବର ୧ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ସ୍ବତନ୍ତ୍ର ମହୁରତ ଟ୍ରେଡିଂ ଅନୁଷ୍ଠିତ ହେବ।
-
5.ଗୁଜରାଟ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ୭ ହଜାର ୫୦୦ କିଲୋମିଟର ଲମ୍ବା ଉପକୂଳ କ୍ଷେତ୍ରରେ ୨ଶହରୁ ଅଧିକ ଲାଇଟ୍ ହାଉସ ରହିଛି। ଏସବୁ ଶତାଧିକ ବର୍ଷ ପୁରୁଣା।
-
6.ସ୍କାଏମେଟ ଅନୁସାରେ, ଏହା ଅକ୍ଟୋବର ୨୩ ତାରିଖରେ ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ପାଣିପାଗ ପ୍ରଣାଳୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି। ଏହା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା କମ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ।
-
7.ଶିଳ୍ପପତି ଅନୀଲ ଅମ୍ବାନି ଅନେକ ପୁରୁଣା କମ୍ପାନିକୁ ହରାଇବା ପରେ ପୁଣି ଥରେ ହଜିଯାଇଥିବା ଗୌରବ ଫେରିପାଇବା ଲାଗି ସେ ଜୋରଦାର ଉଦ୍ୟମ କରୁଛନ୍ତି। ତାଙ୍କ କମ୍ପାନି ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର୍ ୬୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯାଉଛି।
-
8.ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ।
-
9.ଦେଶର ବିଭିନ୍ନ ମେଡିକାଲ ପ୍ରତିଷ୍ଠାନର ୧,୫୬୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କର୍ମକ୍ଷେତ୍ରରେ ନିରାପତ୍ତା ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚରାଯାଇ ସର୍ଭେ କରାଯାଇଛି। ସର୍ଭେରେ ୮୬୯(୫୫.୫%) ମହିଳା ଚିକିତ୍ସା କର୍ମୀ ଓ ୬୯୭ (୪୪.୫%)ପୁରୁଷ ଚିକିତ୍ସା କର୍ମୀ ସାମିଲ ହୋଇଥିଲେ। ମତାମତ ଦେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରାୟ ୭୧% ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ଥିବା ନେଇ ସର୍ଭେ କରିଥିବା ବରିଷ୍ଠ ଡାକ୍ତର ଯୁଗଳ କିଶୋର ସୂଚନା ଦେଇଛନ୍ତି।
-
10.ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍ଟି ପରିଷଦକୁ ସୁପାରିଶ କରାଯାଇଥିବା ନିଷ୍ପତ୍ତି ଅନୁସାରେ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଏବଂ ବରିଷ୍ଠ ନାଗରିମାନଙ୍କ ସ୍ୱାସ୍ଥ୍ୟବୀମା ଉପରୁ ଜିଏସ୍ଟି ପ୍ରତ୍ୟାହାର କରାଯାଇଛି ।
-
11.ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଥିବା ବେଳେ ଶନିବାର ଆଉ ଜଣେ ବଣ୍ଡା ଛାତ୍ରୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓଏଏସ୍)ରେ କୃତକାର୍ଯ୍ୟ ହୋଇ ବଣ୍ଡା ଜନଜାତି ଓ ଜିଲା ପାଇଁ ଗୌରବ ଆଣିଛନ୍ତି।
-
12.ଜମ୍ମୁ-କଶ୍ମୀରରେ ପୁଣି ହମଲା କରିଛନ୍ତି ଆତଙ୍କବାଦୀ। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ 6 ଜଣ ଶ୍ରମିକଙ୍କ ସମେତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଗନ୍ଦେରବାଲ ଜିଲ୍ଲାରେ ଏହି ହମଲା ହୋଇଛି।
-
13.ସିନ୍ଦେ ଗୋଟିଏ ନିର୍ଦ୍ଦେଶନାମା ଜାରି କରି ଜଲାନରେ ଶ୍ରୀକାନ୍ତଙ୍କୁ ଜିଲ୍ଲା ସ୍ତରରେ ମିଳିଥିବା ସମସ୍ତ ଦାୟିତ୍ୱକୁ ଅବୈଧ ଘୋଷଣା କରିଛନ୍ତି। ଅର୍ଥାତ ଶିବସେନାର କୌଣସି ଦାୟିତ୍ୱରେ ଶ୍ରୀକାନ୍ତ ଆଉ ନାହାନ୍ତି।
-
14.ପଶ୍ଚିମ ଦେଶର ସହଯୋଗୀଙ୍କ ଠାରୁ ବେଶ ସକ୍ରିୟ ଭାବେ ନିଜର ବିଜୟ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି ସହାୟତା ଲୋଡ଼ି ଚାଲିଛନ୍ତି। ରୁଷ ସହ ଚାଲିଥିବା ଯୁଦ୍ଧକୁ ଶେଷ କରିବ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ।
-
15.ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍ରେ ହରାଇ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଚୋକର ନାମକୁ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଫାଇନାଲରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଆମେଲିଆ କେର୍ (୪୩ ରନ ଓ ୩ ଉଇକେଟ)ଙ୍କ ଅଲରାଉଣ୍ଡ ସଫଳତା ବଳରେ ନ୍ୟୁଜିଲାଣ୍ଡ ଏହାର ଆଇସିସି ଟ୍ରଫି ମରୁଡି ଶେଷ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.