• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୨ର ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଶ୍ୱେତାଶ୍ରୀ ମହାପାତ୍ର ରାଜ୍ୟ ଟପର୍‌ ‌ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ପ୍ରିଙ୍କଲ ପରବିନ ପରିଡ଼ା ଓ ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି ରହିଛନ୍ତି।

  2. 2.ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ ପୁଣିଥରେ ଚୁକ୍ତିନାମା ଆଧାରରେ ୬୫ବର୍ଷରୁ କମ୍‌ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚାକିରି ଦେବାକୁ ନିଷ୍ପତ୍ତି ନେଇଛି।

  3. 3.ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ  ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ୧୩ ତାରିଖ ଯାଏଁ ଜାରି ରହିବ। ୧୧ ଦିନ ଧରି ବରଗଡରେ ଚାଲିବ ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା।

  4. 4.ବିଜୟା କିଶୋର ରହାତକର ଜାତୀୟ ମହିଳା କମିସନ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। ଜାତୀୟ ମହିଳା କମିସନ ଆଇନ, ୧୯୯୦ର ଧାରା ୩ ଅଧୀନରେ ବିଜୟା କିଶୋରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି।

  5. 5.ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ।  ଓମାର ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ନବ ନିର୍ବାଚିତ ସରକାର ଏ ବାବଦରେ ପାରିତ କରିଥିବା ପ୍ରସ୍ତାବକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମଂଜୁରି ଦେଇଛନ୍ତି।

  6. 6.ଶୁକ୍ରବାର ଆମେରିକାର ଏଫ୍‌ବିଆଇ ପୂର୍ବତନ ଗୁଇନ୍ଦା ଅଧିକାରୀ ବିକାଶ ଯାଦବଙ୍କ ନାମ ଏବଂ ଫଟୋ ସହ ଏକ ପୋଷ୍ଟର ଜାରି  କରିଥିଲା। ୩୯ ବର୍ଷୀୟ ବିକାଶ ଯାଦବ ପନ୍ନୁ ହତ୍ୟା ଷଡ଼୍‌ଯନ୍ତ୍ର କରିଥିଲେ ବୋଲି ଆମେରିକା ଡିଓଜେ ଅଭିଯୋଗ କରିଛି।

  7. 7.କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଝାଡ଼ଖଣ୍ଡରେ ୮୧ ବିଧାନସଭା ଆସନରୁ ୭୦ଟି ଆସନରେ ପ୍ରାର୍ଥୀ ଦେବେ।  ମେଣ୍ଟ ସହଯୋଗୀଙ୍କ ସହ କଥା ହେବା ପରେ ବାକି ୧୧ ଆସନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

  8. 8.ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଅସ୍ଥାୟୀ ଡିଜିପି ଅନୁରାଗ ଗୁପ୍ତାଙ୍କୁ ନିର୍ବାଚନ କମିସନ ଆଜି ତାଙ୍କ ପଦରୁ ହଟାଇଛନ୍ତି।

  9. 9.ହମାସ ମୁଖ୍ୟ ୟାହ୍ୟା ସିନୱାରକୁ ଗାଜାରେ ନିପାତ କରିବାର ୨ ଦିନ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ ହୋଇଛି।

  10. 10.ଜିଏସଟି ହାରକୁ ନେଇ ଗଠିତ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ୍) ଶନିବାର ୨୦ ଲିଟର ପାଣି ବୋତଲ, ସାଇକେଲ୍ ଏବଂ ଅଭ୍ୟାସ ନୋଟବୁକ୍ ଉପରେ ଟିକସ ହାର ୧୮%ରୁ ୫%କୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ସ୍ବାସ୍ଥ୍ୟବୀମା ଉପରେ ଜିଏସଟି କମାଇବାକୁ ସୁପାରିଶ କରାଯାଇଛି ।

  11. 11.ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଶନିବାର ବିହାରରେ ଏକ ନୂତନ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ ବିଜେପି ସହ ସମ୍ପର୍କ ଶେଷ କରିବାକୁ ନେଇ ଆଲୋଚନା କରିଛନ୍ତି।

  12. 12.କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା(୬୫)ଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଆଜି ଦିନ ପ୍ରାୟ ୧୦ଟା ବେଳେ ପରଲୋକ ଘଟିଛି।

  13. 13.ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ସୁନାବେଡ଼ା ଅଭୟାରଣ୍ୟ ଥିବାରୁ ଉଭୟ ରାଜ୍ୟରେ ବାଘଙ୍କ ଚଳପ୍ରଚଳ ରହିଥାଏ। ସୁନାବେଡ଼ା ଅଭୟାରଣ୍ୟରେ ୪୦ରୁ ୪୫ଟି କଲରାପତରିଆ ରହିଥିବା ଜଣାପଡ଼ିଛି।

  14. 14.୨୦୨୪ ଅକ୍ଟୋବର ମାସରେ ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପକ୍ଷରୁ ଫିକ୍ସଡ ଡିପୋଜିଟ (ଏଫ୍‌ଡି) ଉପରେ ଆକର୍ଷଣୀୟ ଅଫର ସାଙ୍ଗକୁ ସୁଧ ହାର ବୃଦ୍ଧି କରିଛନ୍ତି। ଏପରିକି ୧୦ଟି ବ୍ୟାଙ୍କ ୭.୫%ରୁ ଅଧିକ ସୁଧହାର ପ୍ରଦାନ କରୁଥିବାବେଳେ ୩ ବର୍ଷିଆ ଅବଧି ଅଫର ପ୍ରଦାନ କରୁଛନ୍ତି।

  15. 15.ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.