• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ମୋଦି ନିକଟରେ ରୁଷରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କୁ ମହାରାଷ୍ଟ୍ର ଓ ଝାରଖଣ୍ଡର କଳାକୃତି ଉପହାର ଦେଇଛନ୍ତି ।

  2. 2ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । ସେହିପରି ଶ୍ରୀନଗର ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାର ପାଇଛି ।

  3. 3.କେରଳ, ତାମିଲନାଡୁ, ପଞ୍ଜାବ ଓ ପଶ୍ଚିମବଙ୍ଗରେ ମହିଳା ଆୟକରଦାତାଙ୍କ ହାର ଅଧିକ ରହିଛି। କେରଳରେ ଏହି ହାର ୨୨-୨୬ ପ୍ରତିଶତ ଥିବା ବେଳେ ତାମିଲନାଡ଼ୁରେ ତାହା ୨୧-୨୫ ପ୍ରତିଶତ ରହିଛି।ଓଡ଼ିଶାରେ ଏହି ହାର ୧୨-୧୬ ପ୍ରତିଶତ।

  4. 4.ଫିଲିପିନ୍ସର ଉତ୍ତର ପଶ୍ଚିମାଞ୍ଚଳରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ ହାନି ଘଟିଛି। ଘୂର୍ଣ୍ଣିଝଡ଼ ଯୋଗୁ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

  5. 5.ବ୍ରେଣ୍ଟ କ୍ରୁଡ୍‌ ଓ ୟୁଏସ୍‌ ୱେଷ୍ଟ ଟେକ୍ସାସ୍ ଇଣ୍ଟରମେଡିଏଡ୍‌ କ୍ରୁଡ୍‌ର ଦାମ୍‌ କମ୍ ହେବାର ସମ୍ଭାବନା ରହିଛି। ବ୍ରେଣ୍ଟ କ୍ରୁଡ୍‌ର ବ୍ୟାରେଲ୍‌ ପିଛା ଦାମ୍ ୭୪-୭୫ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

  6. 6.ନିବେଶକମାନଙ୍କୁ ରିଟର୍ଣ୍ଣ ଦେବାରେ ପାରମ୍ପରିକ ମୂଲ୍ୟବାନ ଧାତୁ ସୁନାକୁ ରୁପା ଏଥର ଅତିକ୍ରମ କରିଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ୨୦୨୪ରେ ରୁପା ୪୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇସାରିଲାଣି। ଏହାର କେଜି ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ଏକ ଲକ୍ଷ ଟଙ୍କା ସ୍ତର ଟପିସାରିଛି।

  7. 7.ସରକାର ଦୁଇ ବରପୁତ୍ରଙ୍କ ୧୫୦ତମ ଜୟନ୍ତୀ ପାଳନ କରିବ ବୋଲି ସେ ଘୋଷଣା କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ-ବର୍ଷ ଅକ୍ଟୋବର ୩୧ରୁ ଆରମ୍ଭ ହେବ। ଏହାପରେ ନଭେମ୍ବର ୧୫ରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ-ବର୍ଷ ଆରମ୍ଭ ହେବ। ଏହି ଦୁଇ ମହାପୁରୁଷଙ୍କର ସମାନ ଦୃଷ୍ଟିକୋଣ ଥିଲା। ତାହା ହେଲା ‘ଦେଶର ଏକତା’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

  8. 8.କେନ୍ଦ୍ର ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ସମେତ ଲୋକସଭାରୁ ୧୪ ଜଣ ଏବଂ ରାଜ୍ୟସଭାରୁ ୮ ଜଣ ସଦସ୍ୟ ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଛନ୍ତି।

  9. 9.ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ଆଉଜଣେ କମାଣ୍ଡର ମୃତ୍ୟୁବରଣ କରିଛି । ସେ ହେଉଛି ଅହମ୍ମଦ ଜାଫର ମଟୋକ।

  10. 10.ଖରାପ କ୍ବାଲିଟି ଯୋଗୁଁ ସରକାର ହେଲମେଟ୍ ତିଆରି କରୁଥିବା ୧୬୨ଟି କମ୍ପାନିର ଲାଇସେନ୍ସ ରଦ୍ଦ କରିଛନ୍ତି।

  11. 11.ରାଜ୍ୟରେ ଏବେବି ୩୦୦୦୦ ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଜୀବନ ବିତାଉଛନ୍ତି। ଅନେକଗୁଡ଼ିଏ ଗାଁରେ ବନ୍ୟାପାଣି ଘେରି ରହିଥିବାରୁ ଲୋକଙ୍କର ଘରବାହୁଡ଼ାରେ ଅସୁବିଧା ହେଉଛି।

  12. 12.ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବାତ୍ୟା ‘ଦାନା’ରେ ୩୫ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ପ୍ରଭବିତ ହୋଇଛନ୍ତି। ନଭେମ୍ବର ୨ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ କହିଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

  13. 13.ଆୟୁଷ୍ମାନ ଭାରତ ଯୋଜନା ସହ ଓଡ଼ିଶାବାସୀ ଯୋଡ଼ି ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ଓଡ଼ିଶାବାସୀଙ୍କ ପାଇଁ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ।

  14. 14.ଡିଏମୟୁ ଟ୍ରେନଟି ଇନ୍ଦୋରରୁ ରତଲାମ ଅଭିମୁଖେ ଆସୁଥିଲା। ରୁନିଜା ଓ ପ୍ରୀତମ ନଗର ମଧ୍ୟରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିଲା। ଟ୍ରେନଟି ଦ୍ରୁତ ଗତିରେ ଚାଲୁଥିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ପାଇଁ କୌଣସି ବାଟ ନଥିଲା।ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

  15. 15.ଛତିଶଗଡର ରାଜଧାନୀ ରାୟପୁରରେ ଥିବା ଏକ କମ୍ପାନିରେ ଏସି ବିସ୍ଫୋରଣ ହେତୁ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

  16. 16.ସାର୍ ଏଚ୍ ଏଚ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ ନୂତନ ସ୍ୱାସ୍ଥ୍ୟସେବା ଯୋଜନାର ଏକ ଅଂଶ ଭାବରେ ଜନ୍ମଗତ ହୃଦ୍ ରୋଗରେ ପୀଡିତ ୫୦୦୦୦ ପିଲାଙ୍କ ମାଗଣା ପରୀକ୍ଷା ଏବଂ ଚିକିତ୍ସା କରାଯିବ | ୫୦୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଏବଂ ଚିକିତ୍ସା କରାଯିବ | ୧୦୦୦୦ ଯୁବତୀଙ୍କୁ ମାଗଣାରେ ଗର୍ଭାଶୟ କର୍କଟ ଟୀକାକରଣ କରାଯିବ |

  17. 17.ତାଇୱାନକୁ ୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟ ସହିତ ନାସାମସ୍ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯୋଗାଣକୁ ଆମେରିକା ଅନୁମୋଦନ କରିଛି। ଆମେରିକାର ଏହି ପଦକ୍ଷେପକୁ ନେଇ ଚୀନ୍ ଅସନ୍ତୁଷ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

  18. 18.ସାଇବର ଠକଙ୍କ ଜାଲରେ ପଡ଼ି ୯୦ ହଜାର ଟଙ୍କା ହରାଇଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ତହସିଲଦାର। ଏହା ତାଳଚେର ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସେ ତାଙ୍କ ଟଙ୍କା ଫେରି ପାଇବା ପାଇଁ ତଥା ଦୋଷୀଙ୍କୁ ଧରି ଦଣ୍ଡ ଦେବା ପାଇଁ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ।

  19. 19.ରବିବାର ଦିଲ୍ଲୀର ଏକ୍ୟୁଆଇ (ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୫୨ରେ ପହଞ୍ଚିଥିବା ରେକର୍ଡ କରାଯାଇଛି।

  20. 20.ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ରିଜଓ୍ବାନଙ୍କୁ ଦିନିକିଆ ଏବଂ ଟି-୨୦ କ୍ରିକେଟ ଦଳର ଅଧିନାୟକ ପଦ ମିଳିଛି। ସେହିପରି ସଲମାନ ଅଲ ଆଘାଙ୍କୁ ଉପଅଧିନାୟକ ପଦବୀରେ ନିଯୁକ୍ତ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.