• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଚାଇନା ଚନ୍ଦ୍ରରୁ ମାଟି ନମୁନା ଆଣିବା ପରେ ୨୦୫୦ ସୁଦ୍ଧା ଚାଇନା ପକ୍ଷରୁ ମାନବ ଚନ୍ଦ୍ର ମିଶନ, ଚନ୍ଦ୍ରରେ ମହାକାଶ କେନ୍ଦ୍ରର ନିର୍ମାଣ ମିଶନ, ପୃଥିବୀ ବ୍ୟତୀତ ବାସଯୋଗ୍ୟ ଗ୍ରହ ଓ ଜୀବନର ଗବେଷଣା ଆଦିକୁ କାର୍ଯ୍ୟକାରୀ କରିବା ପାଇଁ ବେଜିଂ ଘୋଷଣା କରିଛି।

  2. 2.ଆମେରିକାରୁ ଭାରତ ୩୧ଟି ପ୍ରିଡେଟର ଏମ୍‌କ୍ୟୁ-୯ବି ଡ୍ରୋନ୍‌ କିଣିବାକୁ ଯାଉଛି। ଜେନେରାଲ ଆଟମିକ୍ସ ଦ୍ୱାରା ନିର୍ମିତ ଏହି ହାଇ-ଅଲ୍‌ଟିଚ୍ୟୁଡ୍‌ ୟୁଏଭି କ୍ରୟ ଲାଗି ଉଭୟ ଦେଶ ମଧ୍ୟରେ ୩୨,୦୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର ହୋଇଛି। ଡିଲ୍‌ ବାବଦ ମୋଟ ବ୍ୟୟ ୩୪,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

  3. 3.ଭାରତର ୨୩୪ଟି ସହରରେ ୭୩୦ଟି ନୂଆ ଘରୋଇ ଏଫ୍ ଏମ୍ ରେଡିଓ ଚ୍ୟାନେଲ ଆରମ୍ଭ କରିବା ପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରି ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ଚ୍ୟାନେଲର ଇ-ନିଲାମ ପାଇଁ ସମ୍ଭାବ୍ୟ ନିଲାମକାରୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛନ୍ତି।

  4. 4.କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଅକ୍ଟୋବର ୧୬ରୁ ଏକ ସରକାରୀ ଗସ୍ତରେ ମେକ୍ସିକୋ ଏବଂ ଆମେରିକା ଯିବେ। ଅକ୍ଟୋବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ମେକ୍ସିକୋ ଗସ୍ତ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ।

  5. 5.ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି କୋଇଲା କମ୍ପାନୀଗୁଡ଼ିକରୁ ବକେୟା ରହିଥିବା ୧.୩୬ ଲକ୍ଷ କୋଟି ଟଙ୍କା ଦେୟ ପୈଠ କରିବାକୁ ଦାବି କରିଛନ୍ତି।

  6. 6.ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ ଭୋଟଗ୍ରହଣ ହେବ ଏବଂ ଝାଡ଼ଖଣ୍ଡରେ ୨ଟି ପର୍ଯ୍ୟାୟରେ ନଭେମ୍ବର ୧୩ ଏବଂ ୨୦ ତାରିଖରେ ଭୋଟଗ୍ରହଣ ହେବ।

  7. 7.ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡ଼ା ଭାରତୀୟ ହାଇକମିସନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବାପରେ ଭାରତ ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

  8. 8.କେରଳର ଜଣେ ମହିଳା ସନ୍ଧ୍ୟା ଓ ତାଙ୍କ ଦୁଇ ସନ୍ତାନଙ୍କ ଘରକୁ ଏକ ଅଣବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନି (ଏନ୍‌ବିଏଫ୍‌ସି)ର ଅଧିକାରୀମାନେ ଦଖଲ କରିନେବା ପରେ ସେମାନଙ୍କୁ ଯିବାକୁ କୌଣସି ସ୍ଥାନ ମିଳି ନ ଥିଲା। ଲୁଲୁ ଗ୍ରୁପର ଅଧ୍ୟକ୍ଷ ଆବୁଧାବିର ଏମ୍‌ଏ ୟୁସୁଫ ଅଲି ଭାରତରେ ଥିବା ତାଙ୍କ ଟିମ୍‌କୁ ସନ୍ଧ୍ୟାଙ୍କ ସମ୍ପୂର୍ଣ୍ଣ ବକେୟା ଋଣ ପରିଶୋଧ କରିବା ସହ ପରିବାରର ଥଇଥାନ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

  9. 9.ବିଗତ ୧୫-୨୦ ନିର୍ବାଚନରେ ଭିନ୍ନ ଭିନ୍ନ ଫଳାଫଳକୁ ଦର୍ଶାଇ ସେ କହିଛନ୍ତି ଯେ ଏହା ମେସିନ୍‌ରେ ତ୍ରୁଟିକୁ ସୂଚାଉନାହିଁ ବରଂ ଭୋଟର୍‌ଙ୍କ ପସନ୍ଦକୁ ପ୍ରତିଫଳିତ କରୁଛି। ରାଜୀବ କୁମାର କହିଛନ୍ତି, ଇଭିଏମ୍‌ରେ ମୋବାଇଲ୍ ବ୍ୟାଟେରି ନୁହେଁ, କାଲକୁଲେଟର ବ୍ୟାଟେରି ଭଳି ‘ସିଙ୍ଗଲ୍ ୟୁଜ୍ ବ୍ୟାଟେରି’ ରହିଛି।

  10. 10.ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ମାଗଣା ପ୍ରତିଶ୍ରୁତି ଦେଇ ଭୋଟର୍‌ଙ୍କୁ ପ୍ରଲୋଭିତ କରୁଥିବା ସଂକ୍ରାନ୍ତ ଏକ ନୂଆ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିସନଙ୍କୁ ଜବାବ ମାଗିଛନ୍ତି।

  11. 11.ସାଇବର ସୁରକ୍ଷା ପାଇଁ ରଶ୍ମିକା ମନ୍ଦନାଙ୍କୁ ନ୍ୟାସନାଲ ବ୍ରାଣ୍ଡ୍ ଆମ୍ବାସଡର ଭାବରେ ନିଯୁକ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଏହି ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି।

  12. 12.ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଭାରତର ଡାଟା କେବଳ ଭାରତୀୟ ଡାଟା ସେଣ୍ଟରରେ ରଖାଯିବା ସପକ୍ଷରେ ମତ ପ୍ରକାଶ କରିଛନ୍ତି। ଦେଶରେ ଏଆଇ ଓ ମେସିନ୍ ଲର୍ନିଂ ଡାଟା ସେଣ୍ଟର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି।

  13. 13.ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ। ୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

  14. 14.କେନ୍ଦ୍ର ସରକାର। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଆରମ୍ଭ ପୂର୍ବରୁ ସାଢ଼େ ୪ ହଜାର କୋଟିର ରିହାତି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଦିଆଯାଇଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

  15. 15.ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ପଣ୍ଡୁଆ ଗ୍ରାମର ରେହମତ୍‌ ଖାଁ (୨୫)। ଘଟଣା ପରେ ହତ୍ୟାକରିଥିବା ଅଭିଯୁକ୍ତ ଉକ୍ତ ଗ୍ରାମର ମୁନା ଜେନା ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି।

  16. 16.କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତବର୍ଷ ୧୧ ଶହ ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହୋଇଛି ।

  17. 17.ଆମେରିକାର କେଣ୍ଟୁକିରେ ଘଟିଛି। ୩୨ ବର୍ଷିୟା ଟୋରିଲିନା ଫିଲ୍ଡସ ନିଜ ମା’ ଟ୍ରୁଡି ଫିଲ୍ଡସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଶରୀରର ବିଭିନ୍ନ ଅଙ୍ଗ କାଟିବା ପରେ ଯୁବତୀ ଏହାକୁ ଓଭାନରେ ରାନ୍ଧିଥିଲେ।

  18. 18.ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ପହଞ୍ଚିଛି।

  19. 19.ସ୍ୱାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ବାହାର କରିବା ପାଇଁ କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳକୁ ବିକଶିତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କୃତ୍ରିମ ବୁଦ୍ଧିମତାରେ ଥିବା ୩ଟି ଉତ୍କର୍ଷ କେନ୍ଦ୍ର ବିଶ୍ୱର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବ।

  20. 20.ଭାରତ ତଥା ଏସିଆର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତି ମୂଲ୍ୟରେ ସୋମବାର ସପ୍ତାହର ପ୍ରଥମ ଦିନରେ ହ୍ରାସ ପରିଲକ୍ଷିତ ହୋଇଛି। ପୂର୍ବରୁ ଆଦାନୀ ୧୦୦ ବିଲିୟନ ଡଲାର କ୍ଲବରୁ ବାହାରି ସାରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.