-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ୨୪ ତାରିଖର ପୁରୀ ଆସିବା କାର୍ଯ୍ୟକ୍ରମ ରହିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ସେ ସ୍ଵୀକୃତି ପ୍ରଦାନ କରିଛନ୍ତି।
-
2.ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏଠାରେ ୬ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଆସନ୍ତା ୧୬ ତାରିଖରେ ଏନ୍ସି ମେଣ୍ଟ ସରକାର ଶପଥ ଗ୍ରହଣ କରିପାରେ।
-
3.କେନ୍ଦ୍ର ସରକାର ମୋଟର ଯାନ ଆଇନ, ୧୯୮୮ରେ ପ୍ରସ୍ତାବିତ ସଂଶୋଧନରେ ନାବାଳକଙ୍କ ଦ୍ଵାରା ଯାନ ଚଳାଇବା) ପ୍ରସଙ୍ଗକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ନାବାଳକଙ୍କ କ୍ଷେତ୍ରରେ ଯାନର ସର୍ବାଧିକ ଗତି ୨୫ କିମି ପ୍ରତିଘଣ୍ଟା ନିର୍ଦ୍ଧାରଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।
-
4.୪,୩୦୦ ମିଟର ଉଚ୍ଚତାରେ ସ୍ଥାପିତ ବିଶ୍ୱର ସର୍ବୋଚ୍ଚ ବୃହତ୍ ବାୟୁମଣ୍ଡଳୀୟ ଚେରେନକୋଭ ଏକ୍ସପେରିମେଣ୍ଟ (ଏମ୍ଏସିଇ) ପର୍ଯ୍ୟବେକ୍ଷଣାଗାର ଲଦାଖର ହାନଲେଠାରେ ଉଦ୍ଘାଟିତ ହୋଇଯାଇଛି।
-
5.ଗୁଜୁରାଟର ଆଙ୍କଲେଶ୍ୱରରେ ଅବକାରୀ ଡ୍ରଗ୍ସ ଲିମିଟେଡ୍ କମ୍ପାନୀରେ ଅନୁସନ୍ଧାନବେଳେ ୫୧୮ କିଲୋଗ୍ରାମ କୋକେନ ଉଦ୍ଧାର କରିଛି। ଅନ୍ତର୍ଜାତୀୟ ବଜାରରେ ଯାହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
-
6.ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଏବେ ଇସ୍ରାଏଲକୁ ଥାଡ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବାକୁ ଯାଉଛି ବୋଲି ଇସ୍ରାଏଲର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
-
7.ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ରାଜେନ୍ଦ୍ର ପ୍ରକାଶ ସୋନିଙ୍କ ଛାତିରେ ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
-
8.ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଇସ୍ରାଏଲ ଅଞ୍ଚଳରେ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକ ବିରୋଧରେ ଏହି ପ୍ରସ୍ତାବ ଅଣାଯାଇଛି। ୧୦୪ଟି ଦେଶ ଏହି ଚିଠିରେ ଦସ୍ତଖତ କରି ଗୁଟେରେସଙ୍କ ଉପରେ ଇସ୍ରାଏଲର ନିଷେଧାଦେଶକୁ ନିନ୍ଦା କରିଥିଲେ ମଧ୍ୟ ଭାରତ ଚିଠିରେ ଦସ୍ତଖତ କରିନଥିଲା।
-
9.ବର୍ତ୍ତମାନ ଦେଶର ବୃହତ୍ତମ ବୀମା କମ୍ପାନୀ ଏଲଆଇସି ନୂତନ ଏଣ୍ଡୋମେଣ୍ଟ ଯୋଜନାରେ ପ୍ରବେଶ ପାଇଁ ବୟସ ୫୫ ବର୍ଷରୁ ୫୦ କୁ ହ୍ରାସ କରାଯାଇଛି।
-
10.ସମଗ୍ର ଦେଶର ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।
-
11.ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରିଥିଲା। ଯେଉଁଥିରେ ୪ଜଣ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭୦ ସେନା ଆହତ ହୋଇଛନ୍ତି।
-
12.ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି
-
13.ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମହେଲା ଜୟବର୍ଦ୍ଦନେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)ର ମୁଖ୍ୟ କୋଚ୍ ଭାବେ ଦଳକୁ ଫେରିଛନ୍ତି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ସେ ଏମଆଇ ମୁଖ୍ୟ କୋଚ୍ ଥିଲେ।
-
14.ଭାରତୀୟ ଦଳର ଅଧିନାୟକ ଅଛନ୍ତି ହରମନପ୍ରୀତ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହୋଇଛନ୍ତି। ସୁରମା ହକି କ୍ଲବ (ପଞ୍ଜାବ ଫ୍ରାଞ୍ଚାଇଜି) ତାଙ୍କୁ ୭୮ ଲକ୍ଷ ଟଙ୍କାରେ କିଣିଛି।
-
15.ହକି ଇଣ୍ଡିଆ ଲିଗ୍ ପ୍ଲେୟାର ନିଲାମ ୨୦୨୪/୨୫ ରେ ଓଡ଼ିଶାର ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଡଲାରରେ ବିକ୍ରି କ୍ରୟ କରାଯାଇଛି। ତାମିଲନାଡୁ ଡ୍ରାଗନ୍ସ ନିଲାମର ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ରୋହିଦାସଙ୍କୁ
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.