• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡକୁ ମହାରତ୍ନର ମାନ୍ୟତା ମିଳିଛି। ମହାରତ୍ନର ମାନ୍ୟତା ପାଇବାରେ ଏହା ୧୪ତମ କମ୍ପାନୀ ଏବେ କମ୍ପାନି ନିଜର ଅଧିକାଂଶ ନିଷ୍ପତ୍ତି ନିଜେ ନେଇପାରିବ।

  2. 2.ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ଷ୍ଟ୍ରାଟେଜି ରିପୋର୍ଟ ଅନୁସାରେ, ଅନିଚ୍ଛାକୃତ ଆଘାତ ମୃତ୍ୟୁ ଜାତୀୟ ହାର ଲକ୍ଷେରେ ୩୧.୨ । ଯାହାକି ଓଡ଼ିଶାର ୪୫.୬ ତୁଳନାରେ ଢେର୍‌ କମ୍‌ ରହିଛି। ଅନ୍ୟପକ୍ଷରେ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ୧୮ ରୁ ୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ।

  3. 3.ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର ଅନେକ ପଦ୍ଧତି ଗ୍ରହଣ କରିଛନ୍ତି। ଏଥିପାଇଁ ପ୍ରତିବର୍ଷ ପୁରୁଣା ଡିଜେଲ ଏବଂ ପେଟ୍ରୋଲ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଉଛି।

  4. 4.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶହେ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

  5. 5.କାଶ୍ମୀରୀ ପଣ୍ଡିତମାନଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ଅବଦୁଲ୍ଲା କହିଛନ୍ତି, "ମୁଁ ଆଶା କରୁଛି ଯେ ଏଠାରୁ ଚାଲିଯାଇଥିବା ଆମର ଭାଇ ଓ ଭଉଣୀମାନେ ପୁନର୍ବାର ନିଜ ଘରେ ବସବାସ କରିବେ। ବର୍ତ୍ତମାନ ସମୟ ଆସିଛି ଯେ ସେମାନେ ନିଜ ଘରକୁ ଫେରିଆସନ୍ତୁ।

  6. 6.ଏନସିପି ଅଜିତ ପାୱାର ଦଳର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କ ମୃତ୍ୟୁ ହୋଇଯାଇଛି | ବାବା ସିଦ୍ଦିକିଙ୍କୁ ଦେହରେ ତିନିଟି ଗୁଳି ବାଜିଛି |

  7. 7.ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ଓ ଚିରାଗ ଦିଲ୍ଲୀରେ ଆୟୋଜିତ ରାମଲୀଳାରେ ଏକ ଦୁଃଖଦ ଘଟଣା ଘଟିଯାଇଛି | ବାସ୍ତବରେ ଏଠାରେ ରାମଲୀଳାରେ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କର ଶୁକ୍ରବାର ରାତିରେ ହୃଦଘାତରେ ମୃତ୍ୟୁ ଘଟିଛି।

  8. 8.ଦେଶରେ ଶିଶୁ ବିବାହକୁ ନିଷେଧ ପାଇଁ ଶିଶୁ ବିବାହ ନିରାକରଣ ଆଇନ, ୨୦୦୬ ପ୍ରଚଳନ ହୋଇଛି। କିନ୍ତୁ ଭାରତରେ ୨୦୨୨ରେ ୧୦୦୨ଟି ବାଲ୍ୟବିବାହ ହୋଇଥିବା ତାଲିକା ପ୍ରସ୍ତୁତ ହୋଇଛି। ସେଥିରେ ଓଡ଼ିଶାରେ ବାଲ୍ୟବିବାହ ସଂଖ୍ୟା ରହିଛି ୪୬। ଜାତୀୟ ଶିଶୁ ଅଧିକାର ସୁରକ୍ଷା ସୁରକ୍ଷା କମିସନ (ଏନ୍‌ସିପିସିଆର୍‌)ଙ୍କ ଦ୍ଵାରା ଉନ୍ମୋଚନ ହୋଇଥିବା ବାଲ୍ୟ ବିବାହ ସଂପର୍କିତ ୬୦୦ ପୃଷ୍ଠାର ବିସ୍ତୃତ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ରହିଛି।

  9. 9.ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ କଟକ ସ୍ମାର୍ଟସିଟିରେ ପରିଣତ ହେବ। କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି।

  10. 10.ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଇ-କଓ୍ବୋଇସ ଯାଞ୍ଚ ପ୍ରକ୍ରିୟାକୁ ନେଇ ବଡ଼ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଶେଷ ହେବ ବୋଲି ମନ୍ତ୍ରୀ ଶନିବାର ସୂଚନା ଦେଇଛନ୍ତି।

  11. 11.ମହମ୍ମଦ ସିରାଜଙ୍କୁ  ଅକ୍ଟୋବର ୧୧ରେ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ, ସେ ଡିଏସପି ଭାବରେ ଦାୟିତ୍ବ ଗ୍ରହଣ ବି କରି ସାରିଛନ୍ତି।

  12. 12.ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି।

  13. 13.ବିଗତ ବର୍ଷଗୁଡ଼ିକ ପରି ୨୦୨୪-୨୫ ଶିକ୍ଷାବର୍ଷରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଆସନ ଖାଲି ପଡ଼ିଛି। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବି ବହୁ ସିଟ୍ ଖାଲି ପଡ଼ିବାରୁ ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିଷ୍ପତ୍ତି ନେଇଛି।

  14. 14.ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ଜଳିଗଲା ୧୫ରୁ ଅଧିକ ଦୋକାନ। ଲକ୍ଷାଧିକ ଟଙ୍କାର ପନିପରିବା ନିଆଁରେ ଜଳିପୋଡ଼ି ପାଉଁଶ ହୋଇ ଯାଇଛି।

  15. 15.ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଛି ଟିମ ଇଣ୍ଡିଆ। ଶେଷ ମ୍ୟାଚକୁ ବିଶାଳ ୧୩୩ ରନରେ ଜିତି ବାଂଲାଦେଶ ବିପକ୍ଷ ସିରିଜକୁ ୩-୦ରେ କବଜା କରିଛି ଭାରତୀୟ ଟିମ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.