-
1.ଦକ୍ଷିଣ କୋରିଆର ପ୍ରଖ୍ୟାତ ଲେଖିକା ହାନ୍ କାଙ୍ଗ୍ଙ୍କୁ ୨୦୨୪ର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ସ୍ବିଡେନ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ଏହାର ମୂଲ୍ୟ ୧.୧ ମିଲିୟନ ଡଲାର।
-
2.୨୦୨୩-୨୪ ବର୍ଷରେ ୧୧.୪ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା ରହିଥିଲା, ଯେଉଁମାନଙ୍କୁ ନ୍ୟାଶନାଲ କମିଶନ ଫର୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନ୍ସିପିସିଆର୍) ଚିହ୍ନଟ କରିଥିବା ଗୁରୁବାର କହିଛି।
-
3.ଘରୋଇ ବଜାରରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବା ୟୁପିଆଇର କାରବାର ବୃଦ୍ଧି ପାଉଛି। ୨୦୨୪ ଜାନୁଆରୀ ୧ରୁ ଜୁନ୍ ଶେଷ ମଧ୍ୟରେ ୟୁପିଆଇର କାରବାର ପ୍ରାୟ ୭୯(୭୮.୯୭) ବିଲିୟନରେ ପହଞ୍ଚିଛି। ଏହି ୬ ମାସ ମଧ୍ୟରେ କାରବାର ପୂର୍ବ ବର୍ଷ ତୁଳନାରେ ୫୨% ବୃଦ୍ଧି ପାଇଛି।
-
4.ଚଳିତ ବର୍ଷ ଓଡ଼ିଶାର ୩୦ ଜିଲାରେ ପ୍ରାୟ ୩୦୦ ନୂଆ ଡାକ ଘର ଖୋଲିବାର ଯୋଜନା ଥିଲାବେଳେ ଡାକ ଘର ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନା ଓ ଡାକ ବିଭାଗର ଲୋକାଭିମୁଖ୍ୟ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଭୟ ଡାକ ବିଭାଗ ଓ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
-
5.ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ନୂଆ ନିଷ୍ପତ୍ତି ମୁତାବକ ବିଧାୟକ ପାଣ୍ଠି ୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି | ଏହା ପୂର୍ବରୁ ବିଧାୟକ ପାଣ୍ଠି ବାର୍ଷିକ ୧୦ କୋଟି ଟଙ୍କା ଥିଲା।
-
6.ଭାରତୀୟ ନୌସେନାକୁ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ମିଳିବ, ଯାହା କି ଭାରତ ମହାସାଗର ଅଞ୍ଚଳରେ ଏହାର କ୍ଷମତାକୁ ବହୁଗୁଣିତ କରିବ। ବିଶାଖାପାଟଣାସ୍ଥିତ ସିପ୍ ବିଲ୍ଡିଂ ସେଣ୍ଟର ସହ ଏହି ଦୁଇଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରାୟ ୪୫,୦୦୦ କୋଟି ଟଙ୍କାର ଚୁକ୍ତି ହେବ।
-
7.ନବ ନିର୍ବାଚିତ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ୯୬ ପ୍ରତିଶତ ବିଧାୟକ ତଥା ୮୬ ଜଣ ବିଧାୟକ କୋଟିପତି। ୧୩ ପ୍ରତିଶତ (୧୨) ବିଧାୟକ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଥିବା ଘୋଷଣା କରିଛନ୍ତି।
-
8.ଜିହାଦ ଓ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଭାରତ ସମେତ ସମଗ୍ର ବିଶ୍ୱରେ ‘ଇସ୍ଲାମିକ୍ ରାଷ୍ଟ୍ର’ ସ୍ଥାପନ କରିବା ଲକ୍ଷ୍ୟ ନେଇ ଏହି ଚରମପନ୍ଥୀ ସଂଗଠନ କାମ କରୁଥିବାରୁ ଜେରୁଜେଲମରେ ୧୯୫୩ ମସିହାରେ ସ୍ଥାପିତ ବିଶ୍ୱସ୍ତରୀୟ ପାନ୍-ଇସଲାମିକ ସଙ୍ଗଠନ ହିଜବ୍ ଉତ୍ ତହରିର୍ (ଏଚ୍ୟୁଟି)କୁ ଭାରତ ନିଷିଦ୍ଧ ଘୋଷଣା କରିଛି।
-
9.ବହୁ ପ୍ରତିକ୍ଷୀତ ହକି ଇଣ୍ଡିଆ ଲିଗ୍ (ହିଲ୍)ର ପ୍ରତ୍ୟାବର୍ତ୍ତନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪-୨୫ ଋତୁର ଖେଳାଳି ନିଲାମ ନୂଆଦିଲ୍ଲୀରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ। ପ୍ରାୟ ୭ ବର୍ଷ ପରେ ଫେରିଥିବା ଏହି ଲିଗ୍ରେ ପ୍ରଥମ ଥର ଉଭୟ ପୁରୁଷ ଓ ମହିଳା ବର୍ଗରେ ଖେଳାଯିବ।
-
10.ରତନ ଟାଟାଙ୍କ ପରଲୋକ ପରେ ଟାଟା ଟ୍ରଷ୍ଟ୍ର ଅଧ୍ୟକ୍ଷ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ତାଙ୍କ ସାବତ ଭାଇ ନୋଏଲ ଏନ୍ ଟାଟା । ୬୭ ବର୍ଷୀୟ ନୋଏଲ ହେଉଛନ୍ତି ନଭଲ ଏଚ୍ ଟାଟା ଏବଂ ସିମୋନ ଏନ୍ ଟାଟାଙ୍କ ପୁଅ।
-
11.ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା ୮୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ସେ ଜଣେ ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । ତାଙ୍କ ରୋଜଗାରର ୬୦-୭୦% ଦାନ କରିଛନ୍ତି।
-
12.ପ୍ରଫେସନାଲ ଲାଇଫ୍ରେ ଖୁବ ସଫଳତା ପାଇଥିବା ରତନ ଟାଟା କିନ୍ତୁ ନିସଙ୍ଗ ଜୀବନ କାଟିଥିଲେ । ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବିବାହ କରି ନ ଥିଲେ । କିନ୍ତୁ ଯୁବାବସ୍ଥାରେ ସେ ୪-୪ ଥର ପ୍ରେମରେ ପଡିଥିଲେ। ହେଲେ ବିବାହ କରିପାରି ନ ଥିଲେ। ଏକଥା ଖୋଦ ରତନ ଟାଟା କହିଛନ୍ତି।
-
13.ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଓମାର ଅବଦୁଲ୍ଲା ପ୍ରସ୍ତୁତ ଅଛନ୍ତି। ଏହାପୂର୍ବରୁ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ନ୍ୟାଶନାଲ୍ କନଫରେନ୍ସ(ଏନ୍ସି)ର ଆସନ ୪୬ରେ ପହଞ୍ଚିଛି। କାରଣ ୪ଟି ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ କରିଛନ୍ତି।
-
14.ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ନିର୍ବାଚନ ପୂର୍ବରୁ ପ୍ରକାଶ ଭାଂଜପରି ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ।
-
15.ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି।
-
16.ଚଳିତ ବର୍ଷ ଜର୍ମାନୀର ଡସେଲଡର୍ଫଠାରେ ହେବାକୁ ଥିବା ଆଲୁମିନିୟମ-୨୦୨୪ ବିଶ୍ୱ ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମ ଭାଗ ନେବାକୁ ଯାଉଛି।
-
17.ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା।
-
18.ରାଶନ କାର୍ଡ E-KYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଲାଣି।୧ କୋଟି ପାଖାପାଖି ଲୋକଙ୍କ E-KYC ବାକି ଅଛି।
-
19.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।
-
20.ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନଭେମ୍ବର ୨୨ ରୁ ପର୍ଥରେ କଠିନ ପାଞ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.