-
1.ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ପ୍ରାୟ ୨ ସପ୍ତାହ ଧରି ଦକ୍ଷିଣ ଲେବାନନ୍ ଉପରେ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧.୨ ନିୟୁତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜା ଭଳି ଧ୍ବଂସଲୀଳା ଦକ୍ଷିଣ ବେରୁତରେ ଦେଖିବାକୁ ମିଳିଥିବା ବେଳେ ମାନବୀୟ ସଙ୍କଟ ବଢ଼ିବାରେ ଲାଗିଛି।
-
2.ଆତଙ୍କୀ ସଂଗଠନ ହେଜବୁଲ୍ଲା ଉପରେ ଆଉ ଏକ ବଜ୍ରପାତ କରିଛି ଇସ୍ରାଏଲ। ହେଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲାର ଉତ୍ତରାଧିକାରୀ ହାସେମ ସଫିଦିନ ମଧ୍ୟ ଇସ୍ରାଏଲ ଆକ୍ରମଣରେ ନିପାତ ହୋଇଛି ବୋଲି କୁହାଯାଇଛି।
-
3.ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ନେଇ ସୁପ୍ରିମ୍କୋର୍ଟ ଦେଇଥିବା ରାୟର ପୁନର୍ବିଚାର ନିମନ୍ତେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମ୍କୋର୍ଟ ବଣ୍ଡ୍ ସ୍କିମ୍କୁ ଅସାମ୍ବିଧାନିକ ଘୋଷଣା କରିଥିଲେ।
-
4.ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ରେ କରାଯାଇଥିବା ସଂଶୋଧନ ଭିତ୍ତିରେ କେନ୍ଦ୍ର ଗୃହ ବିଭାଗର ପରାମର୍ଶରେ ଉପରାଜ୍ୟପାଳ ମନୋଜ ସିହ୍ନା ଉକ୍ତ ୫ ଜଣ ବିଧାୟକଙ୍କୁ ମନୋନୀତ କରିଛନ୍ତି।
-
5.ପିଡିପି ମୁଖ୍ୟ ମେହେବୁବା ମୁଫତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଭାଜପାକୁ ରୋକିବା ପାଇଁ ହେଲେ ଆମେ କଂଗ୍ରେସ-ଏନସିକୁ ସମର୍ଥନ ଦେବୁ। ଜରୁରୀ ପଡିଲେ ଆମେ କଂଗ୍ରେସ-ଏନସି ସହ ମେଣ୍ଟ କରିବୁ ବୋଲି ମେହେବୁବା କହିଛନ୍ତି।
-
6.ନିକଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ହାତରେ ଏକ ଟାଟୁ କରିଛନ୍ତି। ଏହି ଟାଟୁରେ ସେ ‘ଗଡ୍ସ ପ୍ଲାନ୍’ ଲେଖିଛନ୍ତି।
-
7.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ନବନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କ ପାଇଁ ନିଯୁକ୍ତି ସମାରୋହ ଅବୁସ୍ଥିତ ହୋଇଛି ।
-
8.ପିଏମ୍ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାର ୩୧,୫୧,୭୦୦ ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି।
-
9.ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍ଡୋର ଗେମ୍ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅବକାଶ ପାଇବେ ପର୍ଯ୍ୟଟକ।
-
10.ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସେପ୍ଟେମ୍ବର ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ନୂଆ ଦାୟିତ୍ୱ ନେବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଅକ୍ଟୋବର ୭ତାରିଖ ପୂର୍ବାହ୍ନରୁ ତାଙ୍କୁ ଅବସର ପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ।
-
11.ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।
-
12.ଇଣ୍ଡିଆ ପୋଷ୍ଟ ଏବଂ ଆମାଜନ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆମାଜନ୍ ଟ୍ରାନ୍ସପୋର୍ଟେଶନ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ୍ସ ପକ୍ଷରୁ ଦେଶବ୍ୟାପୀ ସେମାନଙ୍କର ଲଜିଷ୍ଟିକ୍ସ ପାର୍ଟନରଶିପକୁ ମଜଭୁତ କରିବା ପାଇଁ ଏକ ରଣନୈତିକ ଚୁକ୍ତି କରିଛନ୍ତି।
-
13.ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲର ଗୁଗଲଧର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି।
-
14.ଭୁବନେଶ୍ୱର ବାଲିପାଟଣାରୁ ଜଗତସିଂହପୁରକୁ ଲମ୍ବିଛି ଏହି ମୂର୍ତ୍ତି ଚୋରି ରାକେଟ୍ । ଗିରଫ ୩ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ଆଚାର୍ଯ୍ୟ । ସେମାନେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲାର ମନ୍ଦିରରୁ ଚୋରି କରୁଥିଲେ । ଅଭିଯୁକ୍ତଙ୍କ ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି, ପିତ୍ତଳ ନାଗ ସହ ଘଣ୍ଟ ଘଣ୍ଟା ଓ ମନ୍ଦିରର ଅନ୍ୟ ସାମଗ୍ରୀ ଜବତ ହୋଇଛି ।
-
15.ଦୀର୍ଘ ୬୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ହୀରାକୁଦ ସେଚାଂଚଳର ବିଭିନ୍ନ ଜଳପଥ ଓ କେନାଲଗୁଡ଼ିକ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ତା’ର ନବୀକରଣ ପାଇଁ ୪ବର୍ଷରେ ୮୫୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୪-୨୫ରୁ ୨୦୨୭-୨୮ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.