• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଲଡୁ ପ୍ରସାଦରେ ପଶୁଚର୍ବିଯୁକ୍ତ ଅପମିଶ୍ରିତ ଘିଅ ବ୍ୟବହାର ହୋଇଥିବା ଅଭିଯୋଗର ପୁନଃତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। 

  2. 2. ଏମ୍‌ସିଡି ଷ୍ଟାଣ୍ଡିଂ କମିଟିର ଷଷ୍ଠ ସଦସ୍ୟ ନିର୍ବାଚନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା‌ ଜରୁରୀ ପ୍ରାବଧାନ ଲାଗୁ କରିବା ନେଇ ସୁପ୍ରିମକୋର୍ଟ ଉପରାଜ୍ୟପାଳଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।  

  3. 3.କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ ।

  4. 4.ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ନାରାୟଣପୁର ଜିଲ୍ଲାରେ ପୁଲିସ ସହ ନକ୍ସଲ ଗୁଳିବିନିମୟରେ ୩୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରୋକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।

  5. 5.ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୂଚାଇ ଦେଇଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୨୦୧୭ ରେ ଲଣ୍ଡନ ଗସ୍ତ କରିବା ସମୟରେ ତାଙ୍କ ବାଥରୁମ୍‌ରେ ଏକ ଗୁପ୍ତ ଶ୍ରବଣ ଉପକରଣ ଲୁଚାଇ ରଖିଥିଲେ। ପରେ ବାଥରୁମ ସଫା କରିବା ସମୟରେ ଏହି ଉପକରଣ ମିଳିଥିଲା.

  6. 6.ହିଜବୁଲ୍ଲାକୁ ଶେଷ କରିବା ପାଇଁ ଇସ୍ରାଏଲ୍ ସେନା ନିଷ୍ପତ୍ତି ନେଇଛି। ଇସ୍ରାଏଲ୍ ଦକ୍ଷିଣ ଲେବାନନର ୩୫ଗାଁର ଲୋକଙ୍କୁ ତୁରନ୍ତ ସେମାନଙ୍କ ଘର ଛାଡିବାକୁ କହିଛି। 

  7. 7.ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ ଆଇପିଏସ୍ ଅଧିକାରୀ ଶରଦ କୁମାରଙ୍କୁ ଦୁର୍ନୀତି ନିବାରଣ ୟୁନିଟର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛି।

  8. 8.ଖଣି ଅପରେଟରମାନେ ଦେଉଥିବା ରୟାଲ୍‌ଟିକୁ ଟିକସ କୁହାଯାଇପାରିବ ନାହିଁ ବୋଲି ଦିଆଯାଇଥିବା ରାୟର ସମୀକ୍ଷା କରିବାକୁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି।

  9. 9.ସିମେଣ୍ଟର ଚାହିଦା ମଧ୍ୟରେ ବୃଦ୍ଧି ଦେଖାଯାଉଛି ଏବଂ ଏହା ସହିତ ସିମେଣ୍ଟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି | ଏଥର ସିମେଣ୍ଟର ମୂଲ୍ୟ ବ୍ୟାଗ ପିଛା ୧୦ ରୁ ୩୦ ଟଙ୍କା ବୃଦ୍ଧି ପାଇଛି।

  10. 10.ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ ଇଣ୍ଟର୍ନସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର ୧୨ରୁ ଅନଲାଇନ ଆବେଦନ ଆରମ୍ଭ ହେବାକୁ ଯାଉଛି।

  11. 11.ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ କରାଯାଉଥିବା ଅଫରରେ ୩୦,୦୦୦ଟଙ୍କାରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ଫୋନ୍‌ ବିକ୍ରି ହୋଇଛି ।

  12. 12.କ୍ରମାଗତ ପଞ୍ଚମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି।

  13. 13.ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

  14. 14.ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରି ଯଦି ଅଧିକାରୀ କାହାର ଘର ଭାଙ୍ଗନ୍ତି, ତେବେ ତାଙ୍କୁ ଉକ୍ତ ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି।

  15. 15.ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ ୫୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.