- 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଖାଇବା ତେଲ ମିଶନ - ତୈଳବୀଜ (ଏନଏମଇଓ-ତୈଳବୀଜ)କୁ ଅନୁମୋଦନ ମିଳିଛି ।
-
2.ଉତ୍ତରପ୍ରଦେଶ ଦ୍ୱିତୀୟ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଉପହାର ପାଇବାକୁ ଯାଉଛି। ନୂତନ ବନ୍ଦେ ମେଟ୍ରୋ ଟ୍ରେନ୍ ଉତ୍ତରପ୍ରଦେଶର ରାଜଧାନୀ ଲଖନଉ ଏବଂ ଆଗ୍ରା ମଧ୍ୟରେ ଚାଲିପାରେ |
-
3.କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି।
-
4.ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି।
-
5.କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଏନେଇ ୧୨ଟି କେକ୍ ନମୁନାରେ କର୍କଟ ସୃଷ୍ଟି ହେଉଥିବା ସାମଗ୍ରୀ ରହିଥିବା କହିଛନ୍ତି। ଅନୁସନ୍ଧାନରେ ଜାଣିବାକୁ ପାଇଛନ୍ତି ୨୩୫ କେକ୍ ନମୁନା ମଧ୍ୟରୁ କେବଳ ୨୨୩ କେକ୍ ଖାଇବା ଯୋଗ୍ୟ। ୧୨ ଟି କେକ୍ ନମୁନାରେ, ଆଲୁରା ରେଡ୍, ସନସେଟ୍ ୟୋଲେ, ଏଫଡିସିଏଫ, ପେସେଉ- ୪ଆର ଏବଂ କାର୍ମୋଇସିନ୍ ପରି କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଥିବା ଜଣାପଡ଼ିଥିଲା।
-
6.ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଯୋଗୁ ଅନ୍ତର୍ଜାତୀୟ ବଜାରର ତେଲ ବଜାରରେ ନିଆଁ ଲାଗିଛି। ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ଆଜି ବ୍ୟାରେଲ ପିଛା ୧.୫୨ ଡଲାର ବା ୨.୦୬ ପ୍ରତିଶତ ବୃଦ୍ଧି ଘଟି ୭୫.୪୨ ଡଲାରରେ ପହଞ୍ଚିଛି।
-
7.ରେଳବାଇର ଉତ୍କୃଷ୍ଟ କାର୍ୟ୍ୟଦକ୍ଷତାକୁ ସ୍ୱୀକୃତି ଦେଇ କ୍ୟାବିନେଟ ୧୧,୭୨,୨୪୦ ରେଳ କର୍ମଚାରୀଙ୍କୁ ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ବୋନସ ପ୍ରଦାନକୁ ଅନୁମୋଦନ କରିଛି।
-
8.ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସରକାର ଏକ ନୂତନ ଶୁଳ୍କ ଲାଗୁ କରିଛନ୍ତି।ପ୍ରତ୍ୟେକ ଶୌଚାଳୟ ସିଟ୍ ପାଇଁ ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ଏହି ଫିସ୍ ସ୍ୱେରେଜ୍ ବିଲ୍ ସହିତ ଯୋଡାଯିବ। ଏହା ଜଳ ଶକ୍ତି ବିଭାଗର ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ।
-
9.ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଅନ୍ୟାନ୍ୟ “ଉପଯୁକ୍ତ ପରିକଳ୍ପିତ ଦଣ୍ଡବିଧାନ ବ୍ୟବସ୍ଥା” ଥିବାରୁ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।
-
10.ଭାରତରେ ଚାଇନା କମ୍ପାନୀ ସ୍ମାର୍ଟଫୋନର ଚାହିଦା ବହୁତ ଅଧିକ। ବର୍ତ୍ତମାନ, ଦେଶରେ OnePlus, iQOO, POCO ଭଳି ବ୍ରାଣ୍ଡଗୁଡ଼ିକ ଟ୍ରେଣ୍ଡରେ ଅଛି।
-
11.ଉତ୍ତର ପ୍ରଦେଶର ଆମରୋହା ଜିଲା ଅନ୍ତର୍ଗତ ଗଜରାଉଲା ଗ୍ରାମ ନିବାସୀ ରାମ ସିଂହ ବୌଧ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଡିଜାଇନ ଓ ଆକାରର ୧୨୫୭ ରେଡିଓ ରଖି ବିଶ୍ଵ ରେକର୍ଡ ସୃଷ୍ଟି କରିଛନ୍ତି।
-
12.କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମସି) ଉପରେ ବର୍ଷିଛନ୍ତି ଓଡିଶା ହାଇକୋର୍ଟ। ଭୁଲ ରିପୋର୍ଟ ଦେଲେ ଅଦାଲତ ଅବମାନନା ମାମଲାର ସାମ୍ନା କରିବାକୁ ପଡିବ ବୋଲି କୋର୍ଟ ସିଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଶୁଣାଇଛନ୍ତି।
-
13.ପାର୍ବଣ ଋତୁରେ କଟକ ମହାନଗରରେ ଡିଜେ ବାଜିବ। କିନ୍ତୁ ଧୀରେ ବାଜିବ। ଅର୍ଥାତ ୬୫ ଡେସିବଲଠାରୁ ଅଧିକ ଜୋରରେ ଡିଜେ ବାଜି ପାରିବ ନାହିଁ।
-
14.ଜାନୁଆରୀରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଲୋକସଭା ସାଂସଦ ଅଶୋକ ତନୱାର ପୁଣିଥରେ କଂଗ୍ରେସକୁ ଫେରିଛନ୍ତି।
-
15.ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.