• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ବାୟୁ ପ୍ରଦୂଷଣ ଯୋଗୁଁ ଆମ ଦେଶରେ ପ୍ରତିବର୍ଷ ୨୬ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାର ୨୫ ପ୍ରତିଶତ ଅର୍ଥାତ୍ ୫ରୁ ୬ ଲକ୍ଷ ଲୋକ ଯାନବାହାନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି ।

  2. 2.ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ପୂର୍ବାନୁମାନ କରିଛନ୍ତି ଯେ ୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ବର ମହାଶକ୍ତି ଭାବରେ ଉଭା ହେବେ ଏବଂ ଏକ ‘ଜଟିଳ ବିଶ୍ୱ ବ୍ୟବସ୍ଥା’ ସୃଷ୍ଟି କରିବେ ଯାହା ପାଇଁ ବିଶ୍ୱନେତାମାନେ ପ୍ରସ୍ତୁତ ରହିବା ଉଚିତ।

  3. 3.ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଉପରେ କଟକଣା ଲଗାଇଛି ଇସ୍ରାଏଲ ।  ମୁଖ୍ୟ ଇସ୍ରାଏଲ ପ୍ରତି ପକ୍ଷପାତିତା କରୁଥିବା ଅଭିଯୋଗ କରି ଇସ୍ରାଏଲ କହିଛି ଯେ ତାଙ୍କୁ ଦେଶ ଭିତରକୁ ପ୍ରବେଶ ନିଷେଧ କରାଯାଇଛି। 

  4. 4.ପଶ୍ଚିମ ଏସିଆ କିମ୍ବା ମଧ୍ୟ ପୂର୍ବରେ ଏକ ବଡ଼ ଯୁଦ୍ଧର ବିପଦ ରହିଛି। ଇରାନର ସହଯୋଗୀ ଦେଶମାନଙ୍କ ଉପରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ପରେ ଇରାନ ପ୍ରତିକ୍ରିୟା ପ୍ରକାଶ କରିଛି।

  5. 5.ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିଲାଣି। ପ୍ରଥମେ ହମାସ, ପରେ ହେଜବୋଲ୍ଲା ଏବଂ ଏବେ ଇରାନ ସହିତ ଇସ୍ରାଏଲର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

  6. 6.ଇସ୍ରାଏଲ ଉପରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣପରେ ବିଶ୍ବରେ ୩ୟ ବିଶ୍ବଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ସେପଟେ ଜାପାନର ଏକ ଏୟାରପୋର୍ଟରେ ପୋତିହୋଇଥିବା ୨ୟ ବିଶ୍ବଯୁଦ୍ଧକାଳୀନ ଏକ ବୋମା ବିସ୍ଫୋରଣ ହେବାପରେ ଆତଙ୍କ ଖେଳିଯାଇଛି ।

  7. 7.ପୃଥିବୀ ବାହାରକୁ ଉପଗ୍ରହ ପଠାଇବା ଆଉ ନୂଆ କଥା ହୋଇ ରହିନାହିଁ। ୧୯୫୭ ମସିହାରେ ସୋଭିଏତ ସଂଘ ‘ସ୍ପଟ୍‌ନିକ୍‌-୧’ ନାମକ ପ୍ରଥମ ଉପଗ୍ରହ ମହାକାଶକୁ ଛାଡ଼ିଥିବା ବେଳେ ସମ୍ପ୍ରତି ୧୦ ହଜାରରୁ ଅଧିକ ସକ୍ରିୟ କୃତ୍ରିମ ଉପଗ୍ରହ ପୃଥିବୀକୁ ପ୍ରଦକ୍ଷିଣ କରୁଛନ୍ତି। ଅନ୍ତରୀକ୍ଷରେ ଗବେଷଣା ପାଇଁ ବୃହତ୍‌କାୟ ଉପଗ୍ରହ ଅପେକ୍ଷା ଅତିକ୍ଷୁଦ୍ର ‘କ୍ୟୁବ୍‌ସାଟ୍‌’ ଉପଗ୍ରହ ଅଧିକ ଉପାଦେୟ। ଏହାର ନିର୍ମାଣ ଖର୍ଚ୍ଚ ବହୁତ କମ୍‌ ହୋଇଥିବାରୁ ଏହାର ବିକଳ୍ପ ନାହିଁ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

  8. 8.ସ୍ମାର୍ଟ ଫୋନ୍‌ ନିର୍ମାତା ଟେକ୍ନୋ ପକ୍ଷରୁ ଭାରତ ବଜାରରେ ତାହାର ସଦ୍ୟତମ ଉତ୍ପାଦ ‘ପପ୍‌ ୯ ୫ଜି’ର ବଜାର ପ୍ରବେଶ କରାଯାଇଛି। ଦଶ ହଜାର ଟଙ୍କା ଭିତରେ ଏହା ସବୁଠୁ ଆକର୍ଷଣୀୟ ତଥା ବୈଶିଷ୍ଟ୍ୟବହୁଳ ଡୁଆଲ୍‌ ସିମ୍‌ ସ୍ମାର୍ଟଫୋନ୍‌ ବୋଲି କମ୍ପାନି ଦାବି କରିଛି।

  9. 9.ଐତିହାସିକ ଖଣ୍ଡଗିରି ଗୁମ୍ଫା ନିକଟରେ ବୃଦ୍ଧି ପାଉଥିବା ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରି ଓଡ଼ିଶା ହାଇକୋର୍ଟ ଖୋର୍ଦ୍ଧା ଜିଲାପାଳ, ଭୁବନେଶ୍ୱର ଡିସିପି ତଥା ଏଏସଆଇ(ଭୁବନେଶ୍ୱର ସର୍କଲ) ର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

  10. 10.ଡ଼ିଶାରେ ଖୁବ୍‌ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି। ଆଗାମୀ ୧ ରୁ ୩ ସପ୍ତାହ ମଧ୍ୟରେ ଏ ସଂପର୍କରେ ଶୀର୍ଷସ୍ତରରେ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ରାଜ୍ୟରେ ଏହି ନୀତି ଲାଗୁ କରାଯିବ।

  11. 11.୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ ବ୍ୟକ୍ତି ନିଜର ୬୩ ବର୍ଷୀୟ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ମାମଲାରେ କୋହ୍ଲାପୁର କୋର୍ଟ ଉକ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ପ୍ରଦାନ କରିଥିଲେ। ମଙ୍ଗଳବାର ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି କୋହ୍ଲାପୁର କୋର୍ଟଙ୍କ ଉକ୍ତ ଆଦେଶକୁ କାଏମ ରଖିଛନ୍ତି।

  12. 12.ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ କରାଯାଉଥିବା ଅଫରରେ ୩୦,୦୦୦ଟଙ୍କାରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ଫୋନ୍‌ ବିକ୍ରି ହୋଇଛି।

  13. 13.ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

  14. 14.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନମ୍ ଗେବ୍ରେୟେସୁସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ସ୍ୱଚ୍ଛ ଭାରତ ମିଶନରେ ପରିବର୍ତନମୂଳକ ପଦକ୍ଷେପ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ସରକାରଙ୍କ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ପ୍ରଶଂସା କରିଛନ୍ତି।

  15. 15.ଗୁଣବତ୍ତା ଓ ନିରାପତ୍ତା ପରୀକ୍ଷଣରେ ବିଫଳ ହେବା ପରେ ୧୬ଟି ବହୁଳ ପ୍ରଚଳିତ ଔଷଧକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବିଷାକ୍ତ ଘୋଷଣା କରିଛନ୍ତି। ସାଧାରଣତଃ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ବ୍ୟବହୃତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର ‘ଟେଲ୍‌ମା ଏଚ୍‌’ ଏବଂ ପିତ୍ତକୋଷ ପଥର ଚିକିତ୍ସାରେ ବ୍ୟବହୃତ ସନ୍‌ ଫାର୍ମାସ୍ୟୁଟିକାଲ୍ସର ‘ଉର୍ସୋକୋଲ ୩୦୦’କୁ ବିଷାକ୍ତ ଘୋଷଣା କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.