-
1.କୃତ୍ରିମ ନ୍ୟୁରାଲ ନେଟୱର୍କ ସହିତ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରୁଥିବା ମୌଳିକ ଆବିଷ୍କାର ଓ ଉଦ୍ଭାବନ ପାଇଁ ରୟାଲ ସୁଇଡିଶ ଏକାଡେମି ଅଫ୍ ସାଇନ୍ସ ଜନ୍ ଜେ ହପ୍ଫିଲ୍ଡ ଓ ଜେଫ୍ରି ଇ ହିଣ୍ଟନଙ୍କୁ ୨୦୨୪ ପାଇଁ ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରିଛି।
-
2.ଫିଚର୍ ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି।
-
3.ପରମ୍ପରା ଅନୁଯାୟୀ ନଭେମ୍ବର ୩ ତାରିଖରେ ଭାଇ ଦୂଜ ଅବସରରେ ଶୀତ ଋତୁ ପାଇଁ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ରହିବ। ଯାହା ପରବର୍ଷ ଏପ୍ରିଲ-ମେ ମାସରେ ପୁନର୍ବାର ଖୋଲାଯାଇଥାଏ ।
-
4.ବିଗତ ତିନି ଦଶନ୍ଧି ଭିତରେ ବିଶ୍ବରେ ଧୂମପାନ ଯୋଗୁଁ ସାଢ଼େ ୧୭ କୋଟି ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ତମାଖୁ ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କଲେ ୨୦୯୫ ମସିହା ସୁଦ୍ଧା ଫୁସ୍ଫୁସ୍ କର୍କଟରୁ ୧୨ ଲକ୍ଷ ଜୀବନ ରକ୍ଷା କରାଯାଇପାରିବ।
-
5. ଆମେରିକାର ଵାସିଂଟନ୍ ବିଶ୍ବବିଦ୍ୟାଳୟ ଅଧୀନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ମେଟ୍ରିକ୍ସ୍ ଆଣ୍ଡ୍ ଇଭାଲ୍ୟୁଏସନ୍ର ଗବେଷକମାନେ ଆହୁରି ପୂର୍ବାନୁମାନ ଲଗାଇଛନ୍ତି କି, ଧୂମପାନକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ତ୍ବରିତ ପଦକ୍ଷେପ ନିଆଗଲେ ନଷ୍ଟ ହେବାକୁ ଥିବା ମୋଟ ୮୭୬ ନିୟୁତ ବର୍ଷର ଜୀବନକୁ ରକ୍ଷା କରାଯାଇପାରିବ।
-
6.ସମସ୍ତ ଅସୁରକ୍ଷିତ ଏସବିଆଇ କ୍ରେଡିଟ୍ କାର୍ଡରେ ଚାର୍ଜକୁ ୩.୭୫% କୁ ବୃଦ୍ଧି କରିଛି। ଅବଶ୍ୟ, ଏହା ସୌର୍ଯ୍ୟ, ପ୍ରତିରକ୍ଷା ପାଇଁ ପ୍ରଯୁଜ୍ୟ ନୁହେଁ। ଏସବିଆଇ କାର୍ଡ ୱେବସାଇଟ୍ ଅନୁଯାୟୀ, ନଭେମ୍ବର ୧, ୨୦୨୪ ରୁ ଏହା କାର୍ଯ୍ୟକାରୀ ହେବ।
-
7.ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବିଜୟୀ ହୋଇଛନ୍ତି। ସାବିତ୍ରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ରାମ ନିବାସ ରାଣାଙ୍କୁ ୧୮,୯୪୧ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରିଛନ୍ତି।
-
8.ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି। ବିଜେପି କେବଳ ନିଜର ଆସନ ସଂଖ୍ୟା ୪୦ରୁ ୪୮କୁ ବୃଦ୍ଧି କରିନାହିଁ ବରଂ ୨୦୧୯ରେ ଏହାର ଭୋଟ ପ୍ରତିଶତ ୩୬%ରୁ ୨୦୨୪ରେ ପ୍ରାୟ ୪୦%କୁ ବୃଦ୍ଧି ପାଇଛି।
-
9.ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ। ବରିଷ୍ଠ ଏନ୍ସି ନେତା ଫାରୁକ୍ ଅବଦୁଲ୍ଲା ଆଜି ଶ୍ରୀନଗରରେ ଏହା ଘୋଷଣା କରିଛନ୍ତି।
-
10.ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଖାତା ଖୋଲିଛି। ଡୋଡା ବିଧାନସଭାରୁ ଆପ୍ ପ୍ରାର୍ଥୀ ମେହେରାଜ ମଲିକ ୩୭୭୦ ଭୋଟ୍ରେ ଜିତିଛନ୍ତି।
-
11.୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ କିଙ୍ଗ୍ମେକର ଭୂମିକା ନେଇଥିବା ଜନନାୟକ ଜନତା ପାର୍ଟି (ଜେଜେପି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଉଚାନା କଲାଣ ଆସନରୁ ହାରିଯାଇଛନ୍ତି।
-
12.ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ଡାକ୍ତରମାନେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
-
13.ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ/ୟୁବିଟି) କଂଗ୍ରେସ ଏବଂ ଏନସିପି (ଶରଦ ପାୱାର/ଏସପି) ଦ୍ୱାରା ଘୋଷିତ ଯେକୌଣସି ମୁଖ୍ୟମନ୍ତ୍ରୀ ଚେହେରାକୁ ସମର୍ଥନ କରିବ। ଭାଜପାକୁ ଟାର୍ଗେଟ୍ କରି ସେ ଦାବି କରିଛନ୍ତି, ବିଜ୍ଞାପନ ସାହାଯ୍ୟରେ ମହାରାଷ୍ଟ୍ରରେ ସରକାର ମିଥ୍ୟା ଏବଂ ଭୁଲ ଖବର ପ୍ରଚାର କରୁଛନ୍ତି।
-
14.‘ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ବୁଧବାର ମଧ୍ୟାହ୍ନ ୧୨ଟା ପୂର୍ବରୁ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
-
15.ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ଓଡିଶା ସରକାର। ମଙ୍ଗଳବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ବଢାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.