- 1.ଓଡ଼ିଶାରେ ବିଜେପି ସରକାର ହେଲେ ‘ସୁଭଦ୍ରା’ ଯୋଜନା ଆରମ୍ଭ ହେବ। ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଏହି ଯୋଜନା ଭେଟି ଦେବାକୁ ସେ ଆସୁଛନ୍ତି।
-
2.ଫ୍ରାନ୍ସର ଲିୟନ୍ ସହରରେ ଅନୁଷ୍ଠିତ ୪୭ତମ ୱାର୍ଲଡ୍ସ୍କିଲ୍ସ ପ୍ରତିଯୋଗିତା ୨୦୨୪ ଉଦ୍ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ପ୍ରତିଯୋଗୀ ଦୁଇଟି ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସିଟିଟିସିରେ ମେକାଟ୍ରୋନିକ୍ସରେ ଡିପ୍ଲୋମା ପଢ଼ୁଥିବା ଛାତ୍ର ଅମରେଶ ସାହୁ ଅକ୍ଷୟ ଶକ୍ତି ବର୍ଗରେ ବ୍ରୋଞ୍ଜ ମେଡାଲ୍ ପାଇଥିବା ବେଳେ ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟର ବି. ଟେକ୍ (ସିଭିଲ ଇଞ୍ଜିନିୟରିଂ) ଛାତ୍ର ଗେଡେଲ।
-
3.କଳିଙ୍ଗନଗରରେ ସମ୍ପ୍ରସାରଣ କାର୍ଯ୍ୟ ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ପୂର୍ବରୁ ଭୂଷଣ ଷ୍ଟିଲ୍)କୁ ଅଧଗ୍ରହଣ କରିବାରେ କମ୍ପାନି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଛି।
-
4.ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ତାଙ୍କ ସରକାର ଦେଶର ଦ୍ରୁତ ପ୍ରଗତି ପାଇଁ ପ୍ରତ୍ୟେକ କ୍ଷେତ୍ର ଓ କାରକକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
-
5.ମୋଦୀ ଦେଶକୁ ପ୍ରଥମ ୨୦ କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ପ୍ରଦାନ କରିଛନ୍ତି ଯାହା କି ବାରଣାସୀରୁ ଦିଲ୍ଲୀ ମଧ୍ୟରେ ଚାଲିବ ।
-
6.ପ୍ରଥମେ କେବଳ ପରିଚୟ ପତ୍ର ଦେଇ ସିମ୍ କାର୍ଡ ପାଇ ପାରୁଥିଲେ । ମାତ୍ର ବର୍ତ୍ତମାନ ଇ-କେୱାଇସି କରିବାକୁ ପଡିବ । ଅର୍ଥାତ ଉପଭୋକ୍ତାଙ୍କୁ ଦୋକାନରେ ଉପସ୍ଥିତ ରହିବାକୁ ପଡିବ ।
-
7.ଏବେ ମହଙ୍ଗା ହୋଇଛି ଖାଇବା ତେଲ। ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍, ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁକ୍ଳ ବଢାଇଛନ୍ତି ସରକାର।
-
8.କୋଭିଡ୍-୧୯ ମହାମାରୀ ଯୋଗୁ ବିଳମ୍ବିତ ହୋଇଥିବା ଜନଗଣନାରେ ଏକ ଜାତିଗତ ସ୍ତମ୍ଭ ଯୋଡ଼ିବାକୁ କେନ୍ଦ୍ର ବିଚାର କରୁଛି।
-
9.ଜ୍ୟାକସନ-୫ର ସଦସ୍ୟ ତଥା ପ୍ରସିଦ୍ଧ ଜ୍ୟାକସନ ପରିବାରର ତୃତୀୟ ବୟସ୍କ ବ୍ୟକ୍ତି ଟିଟୋ ଜ୍ୟାକସନଙ୍କ ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
-
10.ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ବିଭାଜିତ ରାୟ ସତ୍ତ୍ବେ ମଦନୀତି ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ କରିବା ସମୟରେ ଖଣ୍ଡପୀଠ ମୌଖିକ ଭାବେ ସିବିଆଇକୁ ତାଗିଦ୍ କରି ‘ପଞ୍ଜୁରୀରେ ଥିବା ଶୁଆ’ ଭଳି ନହେବାକୁ କହିଥିଲେ।
-
11.ଓଡିଶା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ଗୁଡ଼ିକ ଟିକସ ଓ ଜରିମାନା ଆଦାୟ କରିବା ଉପରେ ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ସେମାନଙ୍କ ଅବହେଳା ପାଇଁ ୪.୬୪ କୋଟି ଟଙ୍କାର ଟିକସ ଓ ୯.୨୮ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇପାରିନାହିଁ।
-
12.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ବିଏନପି ପରିବାସ୍ ଉପରେ ବୈଧାନିକ ଏବଂ ନିୟାମକ ଅନୁପାଳନରେ ତ୍ରୁଟି ପାଇଁ ୩୧.୮ ଲକ୍ଷ ଟଙ୍କା ଜରିମାନା ଲଗାଇଛି।
-
13.ଆଜି ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶରରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ରାଜଧାନୀରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଭୁବନେଶର ମହାନଗର ନିଗମ (ବିଏମ୍ସି) ଅନ୍ତର୍ଗତ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି।
-
14.ଜାତୀୟ ପୁରସ୍କାର ପ୍ରାପ୍ତ ନୃତ୍ୟ ନିର୍ଦେଶକ ଜାନି ମାଷ୍ଟରଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ତାଙ୍କ କାର୍ଯ୍ୟ କରୁଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଜାନି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
-
15.କେନ୍ଦ୍ରାପଡା ଆଳିରେ ମଇଁଷି ସହ ଯୋର୍ ପାର୍ ହେବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଦିନିଆରି ଗାଁ ନିକଟ ଯୋରରେ ସୋମବାର ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି ବୋଲି ଖବର ମିଳିଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.