-
1.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ କହିଛନ୍ତି ଯେ ଏହା ତାଙ୍କର ଖୁସିର ସ୍ଥାନ ଏବଂ ସେ ସେଠାରେ ରହିବାକୁ ଭଲ ପାଆନ୍ତି।
-
2.ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ସେ ନିଜର ଶେଷ ଚଳଚ୍ଚିତ୍ର ଘୋଷଣା କରିବା ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି।
-
3.ଗଲୱାନ୍ ଭ୍ୟାଲି ସମେତ ଚୀନ୍ ପୂର୍ବ ଲଦାଖର ୪ଟି ସ୍ଥାନରୁ ସେନା ପ୍ରତ୍ୟାହାର କରିଛି। ଏକଥା ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜେନେଭାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଚୀନ୍ ସହ ଭାରତର ଥିବା ସୀମା ବିବାଦ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ।
-
4.ଫ୍ରାନ୍ସର ଲିୟନ ସହରରେ ଆୟୋଜିତ ୱାର୍ଲଡ ସ୍କିଲସ୍ ପ୍ରତିଯୋଗିତାକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଛନ୍ତି। ୧୩ ତାରିଖରେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ପରିଦର୍ଶକ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନଙ୍କ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଦେଖିଛନ୍ତି।
-
5.ଆହ୍ଲାବାଦ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ହିନ୍ଦୁ ବିବାହ ପବିତ୍ର ଏବଂ ଏହାକୁ କୌଣସି ଚୁକ୍ତି ପରି ଭଙ୍ଗ କରାଯାଇପାରିବ ନାହିଁ। ଛାଡ଼ପତ୍ର କେବଳ ଚୂଡ଼ାନ୍ତ ଆଦେଶରେ ବୈଧ ପାରସ୍ପରିକ ସହମତିରେ ହୋଇପାରିବ।
-
6. ପାରାଦୀପ ଶିଳ୍ପାଞ୍ଚଳକୁ ଅମ୍ଳଜାନ ଯୋଗାଇ ଥାଏ ହେନ୍ତାଳବଣ। କିନ୍ତୁ ପାରାଦୀପ ସମେତ ଏରସମା, କୁଜଙ୍ଗର କିଛି ଅଞ୍ଚଳରେ ହେନ୍ତାଳବଣରୁ ଅବାଧରେ ଗଛ କଟାଚାଲିଛି।
-
7.ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ଗଜରାଜପୁର ଗାଁରେ। ଗାଁର ପ୍ରଦୀପ ବରାଳଙ୍କ ପୋଖରୀରେ ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ସେଠାରେ ପହଞ୍ଚି କୁମ୍ଭୀର ଭାସୁଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ।
-
8.ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି। ଏପରି ପରିସ୍ଥିତିରେ, ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ୩ ମାସ ସମୟ ମିଳିଛି। ଏହା ପରେ ଆଧାର ଅପଡେଟ୍ କରିବାକୁ ଦେୟ ଦେବାକୁ ପଡିବ।
-
9.ପୂର୍ବତନ ଜେଡିଏସ ଏମପି ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାରେ ଏସଆଇଟିର ତୃତୀୟ ଚାର୍ଜସିଟରେ ପ୍ରକାଶ ପାଇଛି ଯେ ସେ ପୀଡ଼ିତାଙ୍କୁ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟ କରୁଥିଲେ।
-
10.ଚିଦାମ୍ବରମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୁଁ ଏବେ ଜାଣି ପାରୁଛି ଯେ ଗରମ ପାଣି ଓ ଟି ବ୍ୟାଗରେ ପ୍ରସ୍ତୁତ ଚା’ର ଦାମ କୋଲକାତା ବିମାନ ବନ୍ଦରରେ ୩୪୦ ଟଙ୍କା। ରେଷ୍ଟୁରାଣ୍ଟର ନାମ ହେଉଛି, The Coffee Bean and Tea Leaf .
-
11.ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେସ୍କନ କମିଶନ ପକ୍ଷରୁ RI, ICDS, ARI, AMIN, SFS ପଦବୀ ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପରୀକ୍ଷା ହେବାକୁ ଯାଉଛି ।
-
12.ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳିଲା। ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି।
-
13.ଓଡ଼ିଶାରେ ହିତାଧିକାରୀଙ୍କୁ ଆବାସର ୧୭ରେ ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଓଡ଼ିଶାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯିବ।
-
14.ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଶାସନ ବଡ଼ପୋଖରୀରୁ ଶନିବାର ଦେଢଫୁଟ ଉଚ୍ଚ ଏବଂ ପ୍ରାୟ ୩ କିଲୋ ଓଜନର ଅଷ୍ଟଧାତୁରେ ନିର୍ମିତ ଏକ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି।
-
15.କଟକ ଚାଉଳିଆଗଞ୍ଜ ଥାନା ଅଧୀନ ମହାନଦୀ ବିହାର ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅତି ନୃଶଂସ ଭାବେ ମା’ଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁଇ ଜହ୍ଲାଦ ପୁଅ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.